ମହିଳାଙ୍କୁ ପନିକିରେ ହାଣି ହତ୍ୟା, ୩ ପଡୋଶୀ ଗିରଫ
Advertisement

ମହିଳାଙ୍କୁ ପନିକିରେ ହାଣି ହତ୍ୟା, ୩ ପଡୋଶୀ ଗିରଫ

ରବିବାର ବିଳମ୍ୱିତ ରାତ୍ରୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନିତା ମିରଧା ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଝଗଡା ହୋଇଥିଲା। 

ମହିଳାଙ୍କୁ ପନିକିରେ ହାଣି ହତ୍ୟା, ୩ ପଡୋଶୀ ଗରିଫ

ସମ୍ବଲପୁର: ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଗାଁର ମୁଣ୍ଡାପଡାରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଜଣେ ବିଧବା ମହିଳାଙ୍କୁ ପନିକିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନୁତା ମିରଧାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।

ଅଭିଯୋଗ ଅନୁସାରେ ରବିବାର ବିଳମ୍ୱିତ ରାତ୍ରୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନିତା ମିରଧା ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ଉତ୍ତେଜନା ବଢିବାକୁ ଲାଗିଲା। ଆଉ ଶେଷରେ ରକ୍ତମୁଖା ହୋଇ ତାଙ୍କ ପଡୋଶୀ ଘରର ୩ ଜଣ ତାଙ୍କୁ ପନିକିରେ ହାଣି ହତ୍ୟା କରିଥିଲେ। 

Also Read: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ପୋଲିସର ତଦନ୍ତ ବାଟରେ କ୍ରାଇମବ୍ରାଞ୍ଚ

ପୋଲିସ ଘଟଣା ସ୍ଥଳରେ ପହଂଚି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରାରମ୍ଭିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ହତ୍ୟା ବାବଦରେ ଆହୁରି ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ସୁରୁବାବୁ ଛତ୍ରୀଆ ସୂଚନା ଦେଇଛନ୍ତି।