)
ନୂଆଦିଲ୍ଲୀ: ଯୁଦ୍ଧ ହେଉ କିମ୍ବା ବିବାଦ ବା କୌଣସି ଶତ୍ରୁତାକୁ ନେଇ ଜଣେ ଅନ୍ୟଜଣଙ୍କୁ ହତ୍ୟା କରିବା ଘଟଣା ଏବେ ଏକ ସାଧାରଣ କଥା ହେଇଗଲାଣି। କିନ୍ତୁ ଜଣେ ଚୁମ୍ବନ ଦେଇ ପ୍ରତିଶୋଧ ନେଇ ପାରେ, ଏଭଳି ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ। ଜଣେ ଯୁବତୀ ପ୍ରତିଶୋଧ ପରାୟଣ ହୋଇ ଯୁବକଙ୍କୁ ଏଭଳି ଚୁମ୍ବନ ଦେଲେ ଯେ, ଜୀବନସାରା ପାଇଁ ସେ ମୁକ ହୋଇଗଲେ।
୨୦୧୯ ମସିହାରେ ସ୍କଟଲ୍ୟାଣ୍ଡ (Scotland) ର ରାଜଧାନୀ ଏଡିନବର୍ଗରେ ଏକ ଘଟଣା ଘଟିଥିଲା। କୌଣସି କଥାକୁ ନେଇ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ ଝିଅଟି ପୁଅର ଜିଭ ଛିଣ୍ଡେଇ ଦେଲେ। ଏହି କାହାଣୀରେ ଟିକିଏ ରୋମାଞ୍ଚକ ମୋଡ଼ ଅଛି। ଜିଭ କାଟିବା ପାଇଁ ଝିଅଟି କୌଣସି ଧାରୁଆ ଅସ୍ତ୍ର ନୁହେଁ ବରଂ ପୁଅର ଜିଭକୁ ଚୁମ୍ବନ ଦେଇ ତାଙ୍କୁ ଜୀବନସାରା ମୂକ କରିଦେଲେ।
ବେଥାନୀ ରୟାନ (ଝିଅ) ଓ ଜେମ୍ସ ମୌକାଞ୍ଜି (ପୁଅ) ଦୁହେଁ ପରସ୍ପରକୁ ଜାଣି ନଥିଲେ। କିନ୍ତୁ ସେମାନଙ୍କ ଝଗଡା ବଢିବା ଦେଖି ବେଥାନୀ, ଜେମ୍ସଙ୍କୁ ଚୁମ୍ବନ (Lip Kiss) ଦେବାକୁ ଆରମ୍ଭ କଲେ। ଜେମ୍ସ ପ୍ରଥମେ ଏହାକୁ ବିରୋଧ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେ ବି ସାଥ ଦେଲେ। କିନ୍ତୁ ପ୍ରତିଶୋଧ ପରାୟଣ ବେଥାନୀ ମଉକା ପାଇ ଜେମ୍ସଙ୍କ ଜିଭକୁ କାମୁଡି ଛିଣ୍ଡାଇ ତାକୁ ବାହାରେ ପକାଇଦେଲେ। ଜେମ୍ସ ନିଜ ଛିଣ୍ଡା ଜିଭକୁ ଖୋଜିବା ପୂର୍ବରୁ କାଉ ଭଳି ଏକ ପକ୍ଷୀ ତାକୁ ଉଠାଇ ନେଇଗଲା।
ଗୁରୁତର ଅବସ୍ଥାରେ ଜେମ୍ସଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। କିନ୍ତୁ ଖଣ୍ଡିଆ ଜିଭ ନଥିବାରୁ ତାଙ୍କର ସର୍ଜରୀ ହୋଇ ପାଇଲା ନାହିଁ ଓ ସେ ଜୀବନସାରା ପାଇଁ ମୂକ ହୋଇଗଲେ। ୨ ବର୍ଷ ହେଲା ମାମଲା କୋର୍ଟରେ ଅଛି। ବେଥାନୀଙ୍କ ବୟାନ ପରେ କୋର୍ଟ କନଫ୍ୟୁଜରେ ଅଛନ୍ତି। ଜେମ୍ସ ତାଙ୍କୁ ମାଡ ମାରିଥିବାରୁ ସେ ଏଭଲ ଚରମ ପଦକ୍ଷେପ ନେଇଥିବା ବେଥାନୀ ବୟାନ ଦେଇଛନ୍ତି। ସେପଟେ ମାମଲାର ଗୁରୁତ୍ୱକୁ ଦେଖି ବଚାର କରାଯିବ ବୋଲି କୋର୍ଟ କହିଛନ୍ତି।