ଧନୁପାଲି ପୋଲିସ ୩ ଗ୍ରାହକଙ୍କୁ ଗିରଫ କରିଛି । ଏହାସହ ୪ ମହିଳାଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।
Trending Photos
)
ସମ୍ବଲପୁର: ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ଭତରା ଗାଁରେ ଏକ ଘରୁ ସେକ୍ସ ରାକେଟ ଠାବ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଭତରା ଗାଁରେ ସେକ୍ସ ରାକେଟ ଚାଲୁଥିବାର ଖବର ପାଇଥିଲା ପୋଲିସ । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଭତରା ଗାଁର ଏକ ଘରେ ଅଚାନକ ଚଢ଼ାଉ କରିଥିଲା ଧନୁପାଲି ପୋଲିସ ।
ସେଠାରେ ଅସଂଯତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ୪ ମହିଳା ସମେତ ୩ ଗ୍ରାହକ । ଧନୁପାଲି ପୋଲିସ ୩ ଗ୍ରାହକଙ୍କୁ ଗିରଫ କରିଛି । ଏହାସହ ୪ ମହିଳାଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।