• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

'ଶିଳ୍ପା ଶେଟ୍ଟୀ ସବୁକିଛି ଜାଣନ୍ତି, ସେ ରାଜ କୁନ୍ଦ୍ରା କମ୍ପାନୀର ଡିରେକ୍ଟର'

ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଥିଲା ​​ଯେ ଶିଳ୍ପା ଶେଟ୍ଟୀଙ୍କ ଏହି ମାମଲାରେ କୌଣସି ଭୂମିକା ଅଛି କି? ପୋଲିସ ଏପର୍ଯ୍ୟନ୍ତ ଯାଞ୍ଚରେ ଶିଳ୍ପାଙ୍କ ଭୂମିକା ଉପରେ କିଛି କହିନାହିଁ । କିନ୍ତୁ ମଡେଲ ସାଗାରିକା ଶୋନା ସୁମନ ଦାବି କରିଛନ୍ତି ଯେ ଏହି ମାମଲାରେ ଶିଳ୍ପା ସବୁକିଛି ଜାଣିଛନ୍ତି ।

'ଶିଳ୍ପା ଶେଟ୍ଟୀ ସବୁକିଛି ଜାଣନ୍ତି, ସେ ରାଜ କୁନ୍ଦ୍ରା କମ୍ପାନୀର ଡିରେକ୍ଟର'
(ଫାଇଲ ଫଟୋ)

ମୁମ୍ବାଇ: ଅଶ୍ଳୀଳ ଭିଡିଓ ତିଆରି ଓ ଅପଲୋଡ୍ କରି ବ୍ୟବସାୟୀ ରାଜ କୁନ୍ଦ୍ରା (Raj Kundra) ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ଭୂମିକା ଉପରେ ପ୍ରଶ୍ନ ଉଠିଛି । ଏପର୍ଯ୍ୟନ୍ତ ଯାଞ୍ଚରେ ପୋଲିସ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ନାମିତ କରିଛି । ରାଜ କୁନ୍ଦ୍ରା ବର୍ତ୍ତମାନ ମୁମ୍ବାଇର ବାଇକୁଲ୍ଲା ଜେଲରେ ଅଛନ୍ତି । ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଥିଲା ​​ଯେ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ଏହି ମାମଲାରେ କୌଣସି ଭୂମିକା ଅଛି କି? ପୋଲିସ ଏପର୍ଯ୍ୟନ୍ତ ଯାଞ୍ଚରେ ଶିଳ୍ପାଙ୍କ ଭୂମିକା ଉପରେ କିଛି କହିନାହିଁ । କିନ୍ତୁ ମଡେଲ ସାଗାରିକା ଶୋନା ସୁମନ (Sagarika Shona Suman) ଦାବି କରିଛନ୍ତି ଯେ ଏହି ମାମଲାରେ ଶିଳ୍ପା ସବୁକିଛି ଜାଣିଛନ୍ତି ।

'ଜଣେ ପତ୍ନୀଙ୍କୁ ଜଣା ଥିବ ନିଜ ସ୍ୱାମୀଙ୍କ ସତ୍ୟ'
ମଡେଲ ସାଗାରିକା ଶୋନା (Sagarika Shona Suman) ସେଠାରେ ଅଛନ୍ତି, ଯେଉଁଠାରେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ (Raj Kundra) ସମ୍ପୃକ୍ତିକୁ ନେଇ ସନ୍ଦେହ ପ୍ରକଟ କରାଯାଇଥିଲା । ରାଜ କୁନ୍ଦ୍ରା ଗିରଫ ହେବା ପରେ ସେ ଦାବି କରିଛନ୍ତି ଯେ ଶିଳ୍ପା ଶେଟ୍ଟୀ ଏହି ମାମଲା ବିଷୟରେ ସବୁକିଛି ଜାଣିଛନ୍ତି । ଏବିପି ନ୍ୟୁଜ୍ ସହ ଏକ ବିଶେଷ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଶିଳ୍ପା ରାଜ କୁନ୍ଦ୍ରାଙ୍କ କମ୍ପାନୀରେ ଜଣେ ଡିରେକ୍ଟର ।

ଅଧିକ ପଢ଼ନ୍ତୁ: ICMR ର ରାଜ୍ୟକୁ ପରାମର୍ଶ - ମାଧ୍ୟମିକ ପରିବର୍ତ୍ତେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲ, ଜାଣନ୍ତୁ କାରଣ

କମ୍ପାନୀର ଡିରେକ୍ଟର ଓ ପାର୍ଟନରସିପରେ ଶିଳ୍ପା ଶେଟ୍ଟୀଙ୍କ ନାମ
ସାଗାରିକା ଦାବି କରିଛନ୍ତି ଯେ ଶିଳ୍ପା ଶେଟ୍ଟୀଙ୍କ ନାମ କମ୍ପାନୀର ଡିରେକ୍ଟର ଓ ପାର୍ଟନରସିପରେ ମଧ୍ୟରେ ଅଛି । ଏହା କିପରି ହୋଇପାରେ ଯେ କମ୍ପାନୀରେ କ’ଣ ଘଟୁଛି ଜଣେ ଡିରେକ୍ଟର ଜାଣିବେ ନାହିଁ? ସେ କହିଛନ୍ତି ଯେ ପୋଲିସ ମଧ୍ୟ ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚୁରା କରିବା ଉଚିତ୍ । ସେ ନିଶ୍ଚିତ ଭାବରେ ରାଜଙ୍କ ପର୍ଣ୍ଣ ରାକେଟ ବିଷୟରେ ଜାଣିଥିବେ ।

ଅଧିକ ପଢ଼ନ୍ତୁ: Post Office ରେ ବାହାରିଲା ବମ୍ଫର Vacancy, ଦଶମ ପାସ୍ କରଥିଲେ କରନ୍ତୁ ଆବେଦନ

'ହ୍ବାଟସଆପ୍ ଭିଡିଓରେ ମାଗିଥିଲେ ନ୍ୟୁଡ ଅଡିସନ'
ସାଗାରିକା ଏହା ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ୱେବ୍ ସିରିଜ୍ ପାଇଁ ହ୍ୱାଟସଆପ୍ ଭିଡିଓରେ ନଗ୍ନ ଅଡିସନ ମାଗାଯାଇଥିଲା । ସେ କହିଛନ୍ତି ଯେ ଉମେଶଙ୍କ ସହ ରାଜ କୁନ୍ଦ୍ରା ମଧ୍ୟ କଲ୍ କରିଥିଲେ । ସେ କହିଛନ୍ତି ଯେ ସେମାନେ ଅତି ଅଶ୍ଳୀଳ ଭାଷାରେ କଥା ହୋଇଥିଲେ । ଯଦିଓ ରାଜ କୁନ୍ଦ୍ରାଙ୍କ ମୁହଁ ଏକ ମାସ୍କରେ ଆଚ୍ଛାଦିତ ହୋଇଥିଲା କିନ୍ତୁ ସେ ତାଙ୍କୁ ଚିହ୍ନିଥିଲେ ।

ଅଧିକ ପଢ଼ନ୍ତୁ: ଗିରଫ ପରେ ଭାଇରାଲ ହେଲା Raj Kundra ଙ୍କ ପୁରୁଣା ଟ୍ୱିଟ୍ - 'ରାଜନେତାମାନେ ଦେଖନ୍ତି PORN' 

'ପୋଲିସକୁ କରିବି ସାହାଯ୍ୟ'
ସାଗାରିକା କହିଛନ୍ତି, 'ମୁଁ ଏପର୍ଯ୍ୟନ୍ତ ଏହା କାହାକୁ କହି ନାହିଁ, କିନ୍ତୁ ଯଦି ବର୍ତ୍ତମାନ ମୁମ୍ବାଇ ପୋଲିସ ପଚରାଉଚରା ପାଇଁ ଡାକିବ, ତେବେ ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ସାହାଯ୍ୟ କରିବି ।' ସେ ଏହା ମଧ୍ୟ କହିଛନ୍ତି, 'ମୁଁ ଯେଉଁ କଲ୍ ପାଇଥିଲି ତାହା ହେଉଛି ହ୍ବାଟସଆପ୍ କଲ୍ । ନଚେତ୍ ମୁଁ ଏହାକୁ ରେକର୍ଡ କରି ପ୍ରମାଣ ସହ ପୋଲିସ ନିକଟରେ ପହଞ୍ଚିଥା’ନ୍ତି ।'