କନ୍ଧମାଳ: ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭବରେ ଜଣାଶୁଣା ଫିରିଙ୍ଗିଆ ବ୍ଲକର ଗ୍ରାମାଞ୍ଚଳରେ ଏବେ ଗଞ୍ଜେଇ ମାଫିଆ ରାଜ କରୁଛନ୍ତି। ଏମାନଙ୍କୁ ଦମନ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗ କିଛି ଦିନ ହେଲା ଅଣ୍ଟା ଭିଡ଼ିଛି। ଏହି ପରିପେକ୍ଷୀରେ ଲଗାତାର ଭାବରେ ଫିରିଙ୍ଗିଆ ଓ ଗୋଛାପଡା ପୋଲିସ ଏହି ଗଞ୍ଜାଇ ଦମନ ଅଭିଯାନ ଜାରି ରଖିଛନ୍ତି। ଗୋଛାପଡା ପୋଲିସ ଦ୍ୱାରା ୬୧୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଛନ୍ତି।  


COMMERCIAL BREAK
SCROLL TO CONTINUE READING

ଗତ ୨୨ ତାରିଖରେ ଫିରିଙ୍ଗିଆ ପୋଲିସ (Phiringia Police) ଦ୍ୱାରା ଦୁଇଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆ (Ganja Mafia) ଗିରଫ ହୋଇଥିଲେ। ତାହାର ଦିନକ ପରେ ଅର୍ଥତ ଶୁକ୍ରବାର ଗୋଛାପଡା ପୋଲିସ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ତାଙ୍କ ପାଖରୁ ୬୧୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ତେବେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୪ ଜଣ ଅଭିଯୁକ୍ତ ପୋଲିସ (Police) କୁ ଚକମା ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି।


Also Read: ଜେଲରେ କେମିତି ରହୁଥିଲା ହାଇଦର? ପୂର୍ବ କଏଦୀ ଖୋଲିଲେ ଗୁମର


ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ (Phulbani) ସଦର SDPOଙ୍କ ନିର୍ଦ୍ଦେଶ କ୍ରମେ ଗୋଛାପଡା IIC ତୃପ୍ତି ରଞ୍ଜନ ନାଏକଙ୍କ ସହ ଏକ ସ୍ୱତନ୍ତ୍ର ଟିମ ବାଘଡୁଙ୍ଗୁରି ଗାଁର ପ୍ରସନ୍ନ ଭୋଇଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୬୧୦ କିଲୋଗ୍ରାମ ଗଞ୍ଜେଇ (Ganja) ଜବତ କରାଯାଇଥିଲା। ଏହି ମାମଲାରେ ସେହି ବାଘଡୁଙ୍ଗୁରି ଗାଁର ଗଞ୍ଜାଇ ମାଫିଆ ଗଜେନ୍ଦ୍ର ବିଶିଙ୍କୁ ଗିରଫ କରାଯାଇ ଥିବା ବେଳେ ଘଟଣା ସ୍ଥଳରୁ ଘର ମାଲିକ ପ୍ରସନ୍ନ ସହ ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। 


ଏହି ଘଟଣା ସମ୍ପର୍କରେ ଗୋଛାପଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତକୁ ଗଞ୍ଜେଇ ସହ କୋର୍ଟ ଚାଲାଣ କରାଯାଇଛି। ସେପଟେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଗୋଛାପଡା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାଏକ ସୂଚନା ଦେଇଛନ୍ତି।