Advertisement
Article Detail0/zeeodisha/odisha692337
Zee OdishaZee Odisha Crimeଚାକିରି ଲୋଭରେ ବାପାଙ୍କୁ ହତ୍ୟା କଲା ପୁଅ

ଚାକିରି ଲୋଭରେ ବାପାଙ୍କୁ ହତ୍ୟା କଲା ପୁଅ

ପୋଲିସ ଅନୁସାରେ, ଯୁବକଙ୍କର ବାପା ପେଡାପାଲ୍ଲୀ ଜିଲ୍ଲାର ଗୋଦାବରୀଖାନୀରେ ଥିବା ସରକାରୀ ସଙ୍ଗାରେନି କୋଇଲା ଖଣିରେ ଏକ ପମ୍ପ ଅପରେଟର ଥିଲେ । ଅନୁକମ୍ପା ଆଧାରରେ ନିଯୁକ୍ତି ପାଇବା ପାଇଁ ୩ ଜଣ ଷଡ଼ଯନ୍ତ୍ର କରିଥିଲେ । ବଡ ପୁଅ ରାତିରେ ବାପାଙ୍କୁ ହତ୍ୟା କରିଥିଲା ​​। 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

କରିମନଗର: ତେଲେଙ୍ଗାନାର ଏକ ଗାଁରେ ଅନୁକମ୍ପା ନିଯୁକ୍ତି ପାଇବା ଲୋଭରେ ଜଣେ ଯୁବକ ନିଜ ବାପାଙ୍କୁ ହତ୍ୟା କରିଛି । ଯୁବକର ଏହି ଷଡଯନ୍ତ୍ରରେ ତାଙ୍କ ମା' ଓ ସାନ ଭାଇ ମଧ୍ୟ ସହଯୋଗ ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ପଲିଟେକ୍ନିକରେ ଡିପ୍ଲୋମା କରିଥିବା ୨୫ ବର୍ଷ ବୟସ୍କ ଯୁବକ ତାଙ୍କ ବାପାଙ୍କୁ ମୁହଁ ଚାପି ହତ୍ୟା କରିଥିଲେ । ମା' ନିଖୋଜ ଥିବା ବେଳେ ଉଭୟ ପୁଅଙ୍କୁ ପୋଲିସ ଗିରଫ କରିଛି । ଏହାସହ ପୋଲିସ ଦୁଇଟି ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ଟାୱେଲ୍ ଉଦ୍ଧାର କରିଛି ।

ପୋଲିସ ଅନୁସାରେ, ଯୁବକଙ୍କର ବାପା ପେଡାପାଲ୍ଲୀ ଜିଲ୍ଲାର ଗୋଦାବରୀଖାନୀରେ ଥିବା ସରକାରୀ ସଙ୍ଗାରେନି କୋଇଲା ଖଣିରେ ଏକ ପମ୍ପ ଅପରେଟର ଥିଲେ । ଅନୁକମ୍ପା ଆଧାରରେ ନିଯୁକ୍ତି ପାଇବା ପାଇଁ ୩ ଜଣ ଷଡ଼ଯନ୍ତ୍ର କରିଥିଲେ । ବଡ ପୁଅ ରାତିରେ ବାପାଙ୍କୁ ହତ୍ୟା କରିଥିଲା ​​। ପରଦିନ ପରିବାର ସମସ୍ତଙ୍କୁ କହିଥିଲେ ଯେ ସେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ଓ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

କିଛି ଲୋକଙ୍କୁ ସନ୍ଦେହ ହୋଇଥିଲା । ପୁଅକୁ ଚାପ ପକାଇ ପୋଲିସକୁ ଜଣାଇବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ଏହାସହ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଯୁବକ ଜଣକ ଯୋଜନା କରିଥିଲେ । ତାଙ୍କ ମା ଓ ଭାଇ ଏଥିରେ ସମ୍ମତି ଜଣାଇଥିଲେ । ଯାହା ପରେ ଯୁବକ ଏହି ଘଟଣା ଘଟାଇଥିଲେ । ସରକାରୀ ସଙ୍ଗାରେନି କୋଇଲା ଖଣିରେ ଚାକିରୀ ପାଇବା ପାଇଁ ଯୁବକ ନିଜ ବାପାଙ୍କୁ ହତ୍ୟା କରିଥିବା ଶନିବାର ରାମଗୁଣ୍ଡ ପୋଲିସ କମିଶନର ଭି ସତ୍ୟନାରନ୍ କହିଛନ୍ତି । ସେ କହିଛନ୍ତି ଯେ ଏହି ତିନିଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

Add Zee News as a Preferred Source
About the Author