• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆନ୍ଧ୍ରରେ ଓଡିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ମୃତ ପୂଜା କୁମ୍ଭାର, ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ, ୟୁ କୋଠାପଲ୍ଲୀର ମାଛ ପ୍ରୋସେସିଂ କାରଖାନାରେ କାମ କରୁଥିଲେ। ସନ୍ଧ୍ୟା ଆକ୍ବା ଏକ୍ସପର୍ଟ ନାମକ କାରଖାନାରେ କାମ କରୁଥିଲେ।

 ଆନ୍ଧ୍ରରେ ଓଡିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ
ପ୍ରତିକାତ୍ମକ ଫଟୋ

ଗୋଦାବେରୀ: ଆନ୍ଧ୍ରପ୍ରଦେଶରେ ଓଡିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି। ମୃତ ଯୁବତୀ ଇଷ୍ଟ ଗୋଦାବେରୀର ଏକ ମାଛ ପ୍ରସେସିଂ ପ୍ଲାଣ୍ଟରେ କାମ କରିବାକୁ ଯାଇଥିଲେ। ମୃତକ ହେଲେ ସୋନପୁର ଡୁଙ୍ଗୁରିପାଲି ଗାଁର ପୂଜା କୁମ୍ଭାର ବୋଲି ଜଣା ପଡିଛି।

ମୃତ ପୂଜା କୁମ୍ଭାର, ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ, ୟୁ କୋଠାପଲ୍ଲୀର ମାଛ ପ୍ରୋସେସିଂ କାରଖାନାରେ କାମ କରୁଥିଲେ। ସନ୍ଧ୍ୟା ଆକ୍ବା ଏକ୍ସପର୍ଟ ନାମକ କାରଖାନାରେ କାମ କରୁଥିଲେ। ଗତ ୪ ଦିନ ତଳେ ମହିଳା ବାରାକରେ ଝୁଲୁଥିବା ଅବସ୍ଥାରେ ପୂଜାଙ୍କ ମୃତଦେହ ଆନ୍ଧ୍ର ପୋଲିସ ଉଦ୍ଧାର କରିଥିଲା।

Also Read: Postmortem ବେଳେ କ'ଣ କ'ଣ ହୁଏ? ଚାଞ୍ଚଲ୍ୟକର ଖୁଲାସା କଲେ କର୍ମଚାରୀ

 

ଗତ ୨୮ ତାରିଖରୁ ଡାକ୍ତରଖାନାରେ ପୂଜାଙ୍କ ମୃତଦେହ ପଡି ରହିଥିଲା। ମୃତଦେହ ଆଣିବା ପାଇଁ ପରିବାର ନିକଟରେ ଅର୍ଥର ଅଭାବ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହ ଆସିପାରିନାହିଁ। ସେପଟେ ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।