ଭିଜିଲାନ୍ସର ଅକଲଗୁଡୁମ୍ : ଅତିରିକ୍ତ ଜିଲ୍ଲାପାଳଙ୍କ ଅତ୍ୟଧିକ ସମ୍ପତ୍ତି
Advertisement

ଭିଜିଲାନ୍ସର ଅକଲଗୁଡୁମ୍ : ଅତିରିକ୍ତ ଜିଲ୍ଲାପାଳଙ୍କ ଅତ୍ୟଧିକ ସମ୍ପତ୍ତି

ଶୁକ୍ରବାର ଓ ଶନିବାର ଏହି ଚଢ଼ାଉ ହୋଇଥିଲା। ଆଉ ୧୫ ଦିନ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ତା’ ପୂର୍ବରୁ କୁବେର ବାବୁ ଭିଜିଲାନ୍ସ (Vigilance) ଜାଲରେ ପଡ଼ିଛନ୍ତି । 

ଭିଜିଲାନ୍ସର ଅକଲଗୁଡୁମ୍ : ଅତିରିକ୍ତ ଜିଲ୍ଲାପାଳଙ୍କ ଅତ୍ୟଧିକ ସମ୍ପତ୍ତି

ସୁନ୍ଦରଗଡ଼: ଶେଷରେ ଗିରଫ ହେଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର। ଗିରଫ ପରେ ଆଜି କୋର୍ଟରେ ହାଜର ହେବେ କୋଟିପତି ସୁନ୍ଦରଗଡ଼ ADM ବିଶ୍ୱଜିତ ମହାପାତ୍ର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ବିଶ୍ୱଜିତଙ୍କ ସହ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । 

ଶୁକ୍ରବାର ସିଲ୍ କରିଥିବା ସରକାରୀ ବାସଭବନରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱଜିତଙ୍କ ଘର, ଅଫିସ ଓ ସରକାରୀ ବାସଗୃହ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଶୁକ୍ରବାର ଓ ଶନିବାର ଏହି ଚଢ଼ାଉ ହୋଇଥିଲା। ଆଉ ୧୫ ଦିନ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ତା’ ପୂର୍ବରୁ କୁବେର ବାବୁ ଭିଜିଲାନ୍ସ (Vigilance) ଜାଲରେ ପଡ଼ିଛନ୍ତି । 

ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ  ଅନ୍ୟାନ୍ୟ ସ୍ଥାନରେ ତାଙ୍କ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର (Bhubaneswar) ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ ।  ୨କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂ ଆକାଉଣ୍ଟ, ଇନସ୍ୟୁରାନ୍ସ  ଦସ୍ତାବିଜ୍  ଓ ୩୫୦ ଗ୍ରାମର ସୁନା ଗହଣା ମିଳିଛି... ଏହାସହ ବିଶ୍ୱଜିତଙ୍କ ପତ୍ନୀଙ୍କ ନାଁରେ ନହରକଣ୍ଟାରେ ସିମେଣ୍ଟ ବିଜିନେସ୍ ଅଛି।

Also Read: ୧୬ ରୁ ୬ ରାଜ୍ୟରେ ଘଡଘଡ଼ି ସହ ବର୍ଷା, ପାଣିପାଗ କେନ୍ଦ୍ର ଦେଲା ଏହି ଚେତାବନୀ

Also Read: PM Kisan Yojana: ୧୧ ତମ କିସ୍ତି ଆସିବାରେ ହେବ ବିଳମ୍ବ, ଜାଣନ୍ତୁ ତାରିଖ ଓ କାରଣ