• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

୨୦ ସିସିଟିଭି ଯାଞ୍ଚ ପରେ ଧରାପଡ଼ିଲା ଅଭିଯୁକ୍ତ

ଏମିତିକା ଅପରାଧୀ ଯାହାର ସିରିଜ୍ କାରନାମାକୁ ଡାକ୍ତର କହୁଛନ୍ତି ସଂଗୀନ ମାନସିକ ବିକାର । ପୋଲିସ କହୁଛି ଅପରାଧପ୍ରବଣତା । ଦେଶର ରାଜଧାନୀ ଦିଲ୍ଲୀରୁ ଗିରଫ ହୋଇଛି ଏହି ବ୍ୟକ୍ତି । ରାସ୍ତାରେ ଏକାକୀ ଯୁବତୀଙ୍କୁ ପାଇଲେ ତା ସହ କଣ କରୁଥିଲା ଜାଣିବା ପାଇଁ ପଢନ୍ତୁ...

୨୦ ସିସିଟିଭି ଯାଞ୍ଚ ପରେ ଧରାପଡ଼ିଲା ଅଭିଯୁକ୍ତ
ପ୍ରତୀକାତ୍ମକ ଫଟୋ

ଜିନୁ ଜେନା(ନୂଆଦିଲ୍ଲୀ): ଧରାପଡ଼ିଲା ରାଜଧାନୀ ଦିଲ୍ଲୀରେ ଯୁବତୀଙ୍କୁ ରାସ୍ତା ମଝିରେ ହଇରାଣ କରୁଥିବା ମାନସିକ ବିକୃତ । ଝିଅମାନଙ୍କୁ ନିର୍ଯାତନା ଦେଉଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଅଭିଯୁକ୍ତ ପୋଲିସକୁ କହିଛି ଯେ ସେ ଗତ କିଛି ଦିନ ତଳେ ଅନେକ ଯୁବତୀଙ୍କୁ ଅସଦାଚରଣ କରିଥିଲା । ଅଭିଯୁକ୍ତ ଜଣକ ରାତି ହେଲେ ନିଜ କୁତ୍ସିତ ଇଚ୍ଛାକୁ ପୂରଣ କରିବା ଲାଗି ନିଜ ସ୍କୁଟି ଧରି ବାହାରି ଯାଉଥିଲା । ଯୁବତୀଙ୍କୁ କୌଣସି ନିଛାଟିଆ ସ୍ଥାନରେ କିମ୍ବା ଏକଲା ଦେଖିଲେ ନିର୍ଯାତନା ଦେଇ ଚାଲି ଯାଉଥିଲା । ଶେଷରେ ସିସିଟିଭି ସହାୟତାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଦରିଆଗଞ୍ଜ ପୋଲିସ ଷ୍ଟେସନ ଅଧିନରେ....ଅଗଷ୍ଟ ୧୩ରେ ଯେତେବେଳେ ଜଣେ ଯୁବତୀ ତାଙ୍କ କାର୍ଯ୍ୟାଳୟରୁ ନିଜ ଘରକୁ ଫେରୁଥିଲେ, ଜଣେ ସ୍କୁଟି ରାଇଡର ବ୍ୟକ୍ତି ଆସି ତାଙ୍କୁ ଅସଦାଚରଣ କରିବା ପରେ ଫେରାର ହୋଇ ଯାଇଥିଲେ ଏବଂ ଏହି ସବୁ ଘଟଣାଘର ନିକଟରେ ଥିବା ସିସିଟିଭି ରେକର୍ଡ ହୋଇଯାଇଥିଲା ।  ଏହା ପରେ ଦରିଆଗଞ୍ଜ ପୋଲିସ ଷ୍ଟେସନରେ ନିର୍ଯାତନା ନେଇ ମାମଲା ରୁଜୁ କରାଯାଇଥିଲା ଏବଂ SHO ରାକେଶ ଶର୍ମା ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାରେ ଆଖପାଖ ଅଞ୍ଚଳର ପ୍ରାୟ ୨୦ଟି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଇଥିଲା । ଏହା ପରେ ଅନେକ ସିସିଟିଭି ଫୁଟେଜରେ ମିଳିଥିଲା ପ୍ରମାଣ । ପ୍ରତ୍ୟେକକୁ ବାରମ୍ବାର ପରଖି ଥିଲା ପୋଲିସ । ଯାହା ପରେ ପୂର୍ବ ଦିଲ୍ଲୀରେ ବ୍ୟବହୃତ ସ୍କୁଟିର ନମ୍ବର ମିଳି ଯାଇଥିଲା । ଯେତେବେଳେ ପୋଲିସ ସେଠାରେ ପହଞ୍ଚିଲା ସେତେବେଳେ ଦେଖାଗଲା ଯେ, ସ୍କୁଟି ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ନାମରେ ଅଛି କିନ୍ତୁ ଅଭିଯୁକ୍ତ ପୁରୁଣା ଦିଲ୍ଲୀରେ ରୁହନ୍ତି । ଏହା ପରେ ପୋଲିସ ଅଭିଯୁକ୍ତଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା ​।

ଅଧିକ ପଢ଼ନ୍ତୁ:-କଙ୍ଗନା ବିବାଦରୁ ଶିବସେନାକୁ ମିଳିବ ଏହି ୪ଟି ଲାଭ !

ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ନାମ ତୌସିଫ ଖାନ (୨୪) । ଯିଏ ବିବାହିତ ଏବଂ ବୃତ୍ତି ଅନୁଯାୟୀ ଏକ ପୋଷାକ ଦୋକାନ ଚଳାଉଥିଲା । ଅଭିଯୁକ୍ତ ରାତିରେ ସ୍କୁଟିରୁ ବାହାରକୁ ଯାଇ ଯୁବତୀଙ୍କୁ ଏକାକୀ ପାଇବା ପରେ ତାଙ୍କୁ ଅସଦାଚରଣ କରି ପଳାଇ ଯାଉଥିଲା। ଅଗଷ୍ଟ ୧୩ରେ, ସମାନ ଘଟଣା ଘଟିଥିଲା । ପୀଡ଼ିତା ଯୁବତୀ ଏକ ଘରୋଇ କମ୍ପାନୀରେ କାମ କରେ । ଦରିଆଗଞ୍ଜ ପୋଲିସ ଷ୍ଟେସନ ଅଭିଯୁକ୍ତକୁ ଦୁଇଟି ମାମଲାରେ ଗିରଫ କରିଛି । ଅଭିଯୁକ୍ତ ଅନେକ ଯୁବତୀଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିଛି । ଅନେକ ଯୁବତୀ ଅଛନ୍ତି ଯେଉଁମାନେ ଭୟ ଏବଂ ଲଜ୍ଜା କାରଣରୁ ପୋଲିସରେ ଅଭିଯୋଗ ମଧ୍ୟ କରିନାହାନ୍ତି । ପୋଲିସ ଜାଣିବାକୁ ପାଇଛି ଯେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଏପର୍ଯ୍ୟନ୍ତ ଅନେକ ମହିଳାଙ୍କ ସହ ଏପରି ଘୃଣିତ କାର୍ଯ୍ୟ କରିସାରିଛି ।

ମାନସିକ ରୋଗ ବିଶେଷଜ୍ଞ ସମୀର ମାଲହୋତ୍ରା କୁହନ୍ତି, ଯେଉଁ ବ୍ୟକ୍ତି ବାରମ୍ବାର ମହିଳାଙ୍କୁ ଅସଦାଚରଣ କରନ୍ତି । ସେ Psychopathic Compulsive Behaviour  (ବାରମ୍ବାର ଏକା ଆଚରଣ କରୁଥିବା ମାନସିକ ରୋଗ)ରେ ପୀଡ଼ିତ । ଏହି ରୋଗରେ ପଡ଼ିଲେ ଲୋକମାନଙ୍କର ହୀନ ବିଚାର ଆସିଥାଏ ।