)
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗାଁରେ ଟ୍ରିପଲ ମର୍ଡର. ଗୋଟିଏ ପରିବାରର ୩ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି. ଏକ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି.
ମିଳିଥିବା ସୂଚନା ମୁତାବକ ହତ୍ୟାକାରୀ ପରିବାରର ବାପା, ମା ଓ ପୁଅକୁ ହତ୍ୟା କରିଛି. ମୃତକମାନେ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବୈଦେହୀ ଭୋଇ(୫୫) ଓ ତାଙ୍କ ପୁଅ ଶିବ(୨୫). ତେବେ ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି. ପ୍ରାଥମିକ ତଦନ୍ତ ପରେ ଗତକାଲି ବିଳମ୍ବିତ ରାତିରେ ଏମାନଙ୍କୁ କେହି ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଥିଲା.
ଘରବାହାରେ ପୁଅର ମୃତଦେହ ପଡ଼ିଥିବା ବେଳେ ଘରଭିତରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି. ସକାଳ ସମୟରେ ପୁଅର ମୃତଦେହକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ. ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି. ମୃତଦେହକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିବା ସୂଚନା ରହିଛି. ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ.