କଲେଜ ଯାଉଥିବା ବେଳେ ୨ ଛାତ୍ରୀଙ୍କୁ ଅପହରଣ କରିନେଲେ ଅଜଣା ଦୁର୍ବୃର୍ତ୍ତ
Advertisement

କଲେଜ ଯାଉଥିବା ବେଳେ ୨ ଛାତ୍ରୀଙ୍କୁ ଅପହରଣ କରିନେଲେ ଅଜଣା ଦୁର୍ବୃର୍ତ୍ତ

ଅପହରଣକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।

କଲେଜ ଯାଉଥିବା ବେଳେ ୨ ଛାତ୍ରୀଙ୍କୁ ଅପହରଣ କରିନେଲେ ଅଜଣା ଦୁର୍ବୃର୍ତ୍ତ

ନୟାଗଡ: କଲେଜ ଯାଉଥିବା ବେଳେ ୨ କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ଏକ ଅଜଣା କାରରେ ଉଠାଇନେଲେ ଦୁର୍ବୃର୍ତ୍ତ l ଗଣିଆ କଲେଜ ଫାଟକ ସମ୍ମୁଖରେ ୨ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃର୍ତ୍ତ ଏକ ନମ୍ବର ବିହୀନ କାରରେ ଆସ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ ୨ କଲେଜ ଛାତ୍ରୀ ହେଲେ ଗଣିଆ କଲେଜର ଯୁକ୍ତ ୩ ଛାତ୍ରୀ ଗାୟତ୍ରୀ ବେହେରା ଏବଂ ସୁଜାତା ମୁଦୁଲି l

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ। ଅପହରଣକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଅପହୃତ ଛାତ୍ରୀଙ୍କୁ ଉଦ୍ଧାର କରିବା ଦାବିରେ ଗଣିଆ ମୁଖ୍ୟ ରାସ୍ତାକୁ ଅବରୋଧ କରି ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ l  ଅପହରଣକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଅପହୃତ ୨ ଛାତ୍ରୀଙ୍କ ବାବଦରେ କୌଣସି ପତ୍ତା ମିଳିନାହିଁ।