ପୋଲିସ କହିଛି ଯେ, ମହିଳା ଜଣକ ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ତାଙ୍କ ପରିବାର ସଦସ୍ୟ କ୍ଲିନିକରେ ପହଞ୍ଚି ଅଭିଯୁକ୍ତଙ୍କୁ ମାଡ ମାରିଥିଲେ ।
Trending Photos
)
ଲକ୍ଷ୍ନୌ: ଯାଞ୍ଚ ପାଇଁ କ୍ଲିନିକକୁ ଆସିଥିବା ୨୫ ବର୍ଷୀୟ ଯୁବତୀଙ୍କ ସହ ୨ ଡାକ୍ତର ମିଶି ଯୌନ ଶୋଷଣ କରିବାର ଏକ ମାମଲା ସାମ୍ନାକୁ ଆସିଛି । ଆଜି(ଶନିବାର) ପୋଲିସ କହିଛି ଯେ ଏହି ଘଟଣାଟି ଶୁକ୍ରବାର ଘଟିଛି । ଥାନା ପ୍ରଭାରୀରେ ଏଚଏସ ସିଂ କହିଛନ୍ତି ଯେ, ୨ ଅଭିଯୁକ୍ତ କ୍ଲିନିକର ମାଲିକ ଅଶୋକ କୁମାର ଓ ଅଖିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ ସେ ଶୁକ୍ରବାର ତାଙ୍କ ମା ଓ ଭାଇଙ୍କ ସହ କ୍ଲିନିକକୁ ଯାଇଥିଲେ । ପରୀକ୍ଷା ବେଳେ ଅଶୋକ ଓ ଅଖିଲ ତାଙ୍କୁ ଯୌନ ଶୋଷଣ କରିଥିଲେ । ଅନ୍ୟପକ୍ଷେ ତାଙ୍କ ପରିବାର ସଦସ୍ୟ କକ୍ଷ ବାହାରେ ଅପେକ୍ଷା କରିଥିଲେ ।
ପୋଲିସ କହିଛି ଯେ, ମହିଳା ଜଣକ ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ତାଙ୍କ ପରିବାର ସଦସ୍ୟ କ୍ଲିନିକରେ ପହଞ୍ଚି ଅଭିଯୁକ୍ତଙ୍କୁ ମାଡ ମାରିଥିଲେ । ପରେ ପରିବାର ଉଭୟ ଡାକ୍ତରଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ । ସେ କହିଛନ୍ତି ଯେ, ମହିଳାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।