Smart Lootera: ସୁଟ ବୁଟ ପିନ୍ଧି କାରରେ ଆସି ବୁଲାଇଦେଲେ କଳାକନା
Advertisement

Smart Lootera: ସୁଟ ବୁଟ ପିନ୍ଧି କାରରେ ଆସି ବୁଲାଇଦେଲେ କଳାକନା

 ବର୍ତ୍ତମାନ ସମୟରେ ଲୁଟପାଟ କରିବା ଲାଗି ନୂଆ ନୂଆ ଯୋଜନା କରୁଛନ୍ତି ଆଜିକାଲିର ସ୍ମାର୍ଟ ଲୁଟେରା।

Smart Lootera: ସୁଟ ବୁଟ ପିନ୍ଧି କାରରେ ଆସି ବୁଲାଇଦେଲେ କଳାକନା

ଝାରସୁଗୁଡା: ଅପରାଧିଙ୍କ ପରେ ଏବେ ପୋଲିସ ଲାଗି ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି ସ୍ମାର୍ଟ ଲୁଟେରା ଲୁଟେରା। ଆଜିର ଆଧୁନିକ ଯୁଗରେ ଅନଲାଇନ ମାଧ୍ୟମରେ ଖୁବ କମ ସମୟ ମଧ୍ୟରେ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସେମାନେ। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ଶିଳ୍ପନଗରୀ ଝାରସୁଗୁଡାରେ।      

ସହରରେ ଅବସ୍ଥିତ ଓମ୍‌ ସାଇରାମ ଜୁଏଲାରୀ ନାମକ ସୁନା ଦୋକାନର ଦୋକାନୀଙ୍କ ଠାରୁ ଲୁଟ କରିଛନ୍ତି ସ୍ମାର୍ଟ ଲୁଟେରା (Smart Lootera)। ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ଏହି ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା। କେବଳ ଝାରସୁଗୁଡା ନୁହେଁ ସମ୍ବଲପୁର ଠାରେ ମଧ୍ୟ ସମାନ ବ୍ୟକ୍ତି ସମାନ ଧରଣର ଲୁଟପାଟ କରିଛନ୍ତି। ଏଭଳି କାଣ୍ଡ ଭିଆଇଥିବା ଲୁଟେରା ବିରୁଦ୍ଧରେ ଉଭୟ ଝାରସୁଗୁଡ଼ା ସମ୍ବଲପୁର ଥାନାରେ ମାମଲା ରୁଜୁ ହୋଇଛି।  

ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି। କେତେବେଳେ ଅନଲାଇନ ଲଟେରୀ ଲାଗିବା ଆଉ କେତେବେଳେ କୌନ ବନେଗା କରୋଡପତି ମାଧ୍ୟମରେ ଅର୍ଥ ପାଇବାକୁ ଲୋକଙ୍କୁ ଭୁତେଇ ଟଙ୍କା ଠକି ନେବା ଭଳି ଉପାୟରେ ଲୁଟ କରାଯାଉଛି। ଏଭଳି ଘଟଣା ଏବେ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅନଲାଇନରେ ଲଟେରୀ ଲାଗିଥିବା କହି ୩୬ ହଜାର ଟଙ୍କା ଠକି ନେବା ଘଟଣାରେ ୩ ଜଣସାଇବର ଲୁଟେରା ଧରାପଡିଥିଲେ।

Also Read: ପଟିଆ ଏଟିଏମ୍ ଲୁଟ ଘଟଣା; ଫ୍ଳାଇଟରେ ଆସୁଥିଲେ, ଗ୍ୟାସରେ କାଟି ଲୁଟୁଥିଲେ

ଏବେ ଜଣେ ସୁନା ଦୋକାନୀଙ୍କୁ ଚୂନ ଲଗାଇଛନ୍ତି ସାଇବର ଲୁଟେରା। ଲୁଟ କରିଥିବା ବ୍ୟକ୍ତି ଜଣକ ସୁଟ ବୁଟ ପିନ୍ଧି ଏକ ଧଳା କାରରେ ଆସିଥିଲା। ନିଜକୁ ଆୟକର ବିଭାଗ ଅଧିକାରୀ ଭାବେ ପରିଚୟ ଦେଇ ନେସନାଲ   ଇଲେକ ଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର-ଏନ୍‌ଇଏଫ୍ଟି (National Electronic Funds Transfer-NEFT) ମାଧ୍ୟମରେ ୧ ଲକ୍ଷ ୬୯ ହଜାର ଟଙ୍କା ପରିଶୋଧ ହୋଇଥିବାର ଏକ ମେସେଜ ଦେଖାଇ ଓମ୍‌ ସାଇରାମ ଜୁଏଲାରୀ ନାମକ ସୁନା ଦୋକାନର ଦୋକାନୀଙ୍କ ଠାରୁ ସୁନାଗହଣା ନେଇ ଫେରାର୍ ହୋଇଯିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରୁ ସ୍ପଷ୍ଟ ଜାଣି ହେଉଛି ଜଣେ ଦୋକାନୀଙ୍କୁ ଲୁଟି ଥିବା ବ୍ୟକ୍ତି ଜଣକ ସୁଟ୍ ବୁଟ୍ ପିନ୍ଧି ନାମୀଦାମୀ ଏକ ଭଡା କାରରେ ସୁନା ଦୋକାନକୁ ଆସିଥିଲେ। ପ୍ରଥମେ ଦୋକାନୀଙ୍କ ବିଶ୍ୱାସ ଜନ୍ମାଇବା ପରେ ସୁନାଗହଣା ନେଇଥିଲେ। ଅନଲାଇନ ମାଧ୍ୟମରେ ଟଙ୍କା ପଠାଇଥିବା ନେଇ ସୁନା ଦୋକାନୀଙ୍କୁ କହିଥିଲେ ତାଙ୍କୁ ଲୁଟିଥିବା ଲୁଟେରା। ହେଲେ ବ୍ୟାଙ୍କ ଖାତାକୁ ଟଙ୍କା ଆସିନଥିବା ନେଇ ଜାଣିବା ପରେ ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ ଲୁଟର ଶିକାର ହୋଇଥିବା ଦୋକାନୀ। ଏନେଇ ଅଭିଯୋଗ ପାଇବା ପରେ ପୋଲିସ ଏ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଅପରାଧି ନିକଟରେ ପୋଲିସ ପହଞ୍ଚିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଏସପି।

Also Read: ମୋହନା ଅଞ୍ଚଳରେ ବଢୁଛି ଲୁଟ, ଗୋଟିଏ ରାତିରେ ଦୁଇଟି ଲୁଟ

 

ନିଜକୁ ହାଇଦ୍ରାବାଦର ଜଣେ ଆୟକର ବିଭାଗର ଅଧିକାରୀ ପରିଚୟ ଦେଇ ଝାରସୁଗୁଡା ସହରରେ ଥିବା ଓମ୍‌ ସାଇରାମ ଜୁଏଲେରୀରୁ ୨ଟି ସୁନା ମୁଦି ସହ ଚେନ ନେଇଯାଇଥିଲେ ଲୁଟେରା। ନିଜ ସଳାର ବାହାଘର ପାଇଁ ସୁନା ଗହଣା କିଣୁଛି ବୋଲି କହିଥିଲା ଦୋକନୀଙ୍କୁ କହିଥିଲା ଏହି ଲୁଟେରା। ଏନଇଏଫଟି ମାଧ୍ୟମରେ ଟଙ୍କା ପେମେଣ୍ଟ କରିଛି। କିନ୍ତୁ ସର୍ଭର ପ୍ରବ୍ଲେମ ଅଛି। ତେଣୁ ପରେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଆସିଯିବ ବୋଲି ଦୋକାନୀଙ୍କୁ କହିଥିଲା ସେହି ଲୁଟେରା ଏବଂ ନିଜ ମୋବାଇଲ ରେ ଆସିଥିବା ମେସେଜକୁ ଦୋକାନୀଙ୍କ ନିକଟକୁ ପଠାଇଥିଲା। ବ୍ୟାଙ୍କରେ ଯାନ୍ତ୍ରିକ ତ୍ରୁଟି ଏଭଳି ହୁଏ ଏବଂ ପରେ ମୋବାଇଲରେ ମେସେଜ ଆସି ଯିବ ଭାବି ଅଳଙ୍କାର ଦୋକାନୀ ତାଙ୍କୁ ଲୁଟି ଥିବା ଲୁଟେରାକୁ ଯିବାକୁ କହିଥିଲେ। 

Also Read: ରିମାଣ୍ଡରେ ହାଇଟେକ ଲୁଟେରା, ଏଟିଏମ ଲୁଟର ଗୁମର ଖୋଲିବ କମିଶନରେଟ ପୋଲିସ

 

ସମାନ ଧରଣର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଅଗ୍ରୱାଲ ଆଭୂଷଣ ଅଳଙ୍କାର ଦୋକାନକୁ ସେହି ସମାନ ବ୍ୟକ୍ତି ଆସି ସୁଟ ବୁଟ ପିନ୍ଧି କାରରେ ଆସି ନିଜକୁ ଆୟକର ଅଧିକାରୀ ଭାବେ ପରିଚୟ ଦେଇଥିଲେ। ପରେ ଦୋକାନୀଙ୍କୁ ୧ ଲକ୍ଷ ୪୭ ହଜାର ଟଙ୍କାର ଚୁନ ଲଗାଇ ଦେଇଥଲେ ଏହି ଲୁଟେରା। ଏନେଇ  ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଯାଇଥିବା କହିଛନ୍ତି ସମ୍ବଲପୁର ଏସପି।