ବିଭୀଷଣକୁ ଖୋଜୁଛି ୟୁପି ପୋଲିସ
Advertisement

ବିଭୀଷଣକୁ ଖୋଜୁଛି ୟୁପି ପୋଲିସ

୮ ପୋଲିସ କର୍ମଚାରୀଙ୍କୁ ଶହୀଦ କରିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବା ପାଇଁ ୨୫ରୁ ଅଧିକ ଟିମ୍ କାମ କରୁଛନ୍ତି । ସମସ୍ତ ଜିଲ୍ଲାର ସ୍ଥାନୀୟ ପୋଲିସକୁ ମଧ୍ୟ ଆଲର୍ଟରେ ରଖାଯାଇଛି । 

ବିଭୀଷଣକୁ ଖୋଜୁଛି ୟୁପି ପୋଲିସ

ନୂଆଦିଲ୍ଲୀ: କେଉଁଠି ଲୁଚିଛି ବିକାଶ ଦୁବେ ? ଶୁକ୍ରବାର ପୋଲିସ ଉପରେ ହମଲା କରିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଏବେ ଚାରିଆଡ଼େ ଖୋଜାଚାଲିଛି । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବିକାଶ ଦୁବେର ଖୋଜ ଖବର ମିଳୁନି । ୮ ପୋଲିସ କର୍ମଚାରୀଙ୍କୁ ଶହୀଦ କରିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବା ପାଇଁ ୨୫ରୁ ଅଧିକ ଟିମ୍ କାମ କରୁଛନ୍ତି । ସମସ୍ତ ଜିଲ୍ଲାର ସ୍ଥାନୀୟ ପୋଲିସକୁ ମଧ୍ୟ ଆଲର୍ଟରେ ରଖାଯାଇଛି । 

ଏବେ ୟୁପି ପୋଲିସ ମଧ୍ୟପ୍ରଦେଶର ବୀହଡ଼ ପର୍ଯ୍ୟନ୍ତ ପହଞ୍ଚିଲାଣି । ବିକାଶ ସେଠି ଲୁଚିଥିବା ଆଶଙ୍କା କରାଯାଉଛି । ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବା ପାଇଁ ଦିନ ରାତି ଏକ କରିଦେଇଛି ୟୁପି ପୋଲିସ । ପ୍ରଶ୍ନ ଉଠୁଛି, ନିଜ ସହଯୋଗୀଙ୍କୁ ନେଇ କେଉଁଠି ଲୁଚିଛି ବିକାଶ ଦୁବେ ? ଯେଉଁ ଢଙ୍ଗରେ ପୋଲିସ ଟିମ ଉପରେ ହମଲା ହେଲା, ତାହା ପୂର୍ବ ଯୋଜନା ମୁତାବକ ପରି ସନ୍ଦେହ କରିବା ସ୍ୱଭାବିକ । ପୋଲିସ ଯାଉଥିବା ନେଇ ବିକାଶ ଦୁବେ ପାଖକୁ ଖବର ଦେଲା କିଏ ? ପୋଲିସ ବିଭାଗର କୌଣସି କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ନାହିଁ ତ ? ଏବେ ଏଭଳି କିଛି ପ୍ରଶ୍ନ ମୁଣ୍ଡ ଟେକୁଛି । ଯେଉଁ ଢଙ୍ଗରେ ହମଲା ହେଲା, ଏ ପ୍ରଶ୍ନ ଉଠିବା ସ୍ୱାଭାବିକ ମଧ୍ୟ । 

ଏ ପ୍ରଶ୍ନ ଏଇଥି ପାଇଁ ଯେ, ଯେତେବେଳେ ଚୌବେପୁର ବିକରୁ ଗାଁକୁ ପୋଲିସ ଟିମ୍ ପହଞ୍ଚିଥିଲେ, ତାର ବହୁତ ପୂର୍ବରୁ ହମଲା ପାଇଁ ପ୍ରସ୍ତୁତ ହୋଇସାରିଥିଲେ ବିକାଶର ସହଯୋଗୀ । ପୋଲିସ ପାଇଁ ଜାଲ ବିଛା ହୋଇସାରିଥିଲା । ପୋଲିସ ଟିମ ଗାଡ଼ିରୁ ଓହ୍ଲାଇବା କ୍ଷଣି ହିଁ ଆଖିବୁଜା ଗୁଳିମାଡ଼ ହୋଇଥିଲା । 

ଏଠାରେ ଅନ୍ୟ କିଛି କଥା ମଧ୍ୟ ସାମ୍ନାକୁ ଆସୁଛି । ପୋଲିସ ଟିମକୁ ଆଗକୁ ବଢ଼ାଇବାକୁ ନଦେବା ପାଇଁ ରାସ୍ତାରେ ଜେସିବି ରହିଥିଲା । ପୋଲିସ ଓହ୍ଲାଇବା କ୍ଷଣି ଘର ଛାତ ଉପରୁ ଆଖିବୁଜା ଗୁଳି ଚାଳନା କରିଥିଲେ ବିକାଶର ସହଯୋଗୀ । ଅର୍ଥାତ, ପୋଲିସ ଟିମ ଗାଁକୁ ଆସୁଥିବା ପ୍ରଥମରୁ ହିଁ ଖବର ପାଇସାରିଥିଲା ମୋଷ୍ଟୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ । କିଏ ସେହି ପୋଲିସ କର୍ମଚାରୀ, ଯିଏ ଡିପାର୍ଟମେଣ୍ଟ ସହ ଏତେ ବଡ଼ ବିଶ୍ୱାସଘାତକ କାମ କରିଛି ? ଏବେ ଏଭଳି କିଛି ପ୍ରଶ୍ନ ମୁଣ୍ଡ ଟେକୁଛି । ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ଅବଶ୍ୟ ବିକାଶ ଦୁବେକୁ ଧରିବା ପରେ ବହୁ କଥା ସାମ୍ନାକୁ ଆସିବ ।