ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ, କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ବାବଦରେ ଗିରଫ ହେଲେ ବରଗଡ଼ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାର୍ଗେ । ସରକାରୀ ବାବୁଙ୍କ ଘରୁ ମିଲିଲା ୧ କୋଟି ୫୫ ଲକ୍ଷ ୩୪ ହଜାର ୯୭୦ ଟଙ୍କାର ସମ୍ପତ୍ତି । କଳା ସମ୍ପତି ତାଲିକା ଲେଖି କଲମରୁ କାଳି ଶୁଖିଗଲା ଆଉ ନଗଦ ଟଙ୍କା ଗଣି ହାତ ବି ଥକିଗଲା । ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଦେଖି ଭିଜିଲା

ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ, କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ

ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ବାବଦରେ ଗିରଫ ହେଲେ ବରଗଡ଼ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାର୍ଗେ । ସରକାରୀ ବାବୁଙ୍କ ଘରୁ ମିଲିଲା ୧ କୋଟି ୫୫ ଲକ୍ଷ ୩୪ ହଜାର ୯୭୦ ଟଙ୍କାର ସମ୍ପତ୍ତି । କଳା ସମ୍ପତି ତାଲିକା ଲେଖି କଲମରୁ କାଳି ଶୁଖିଗଲା ଆଉ ନଗଦ ଟଙ୍କା ଗଣି ହାତ ବି ଥକିଗଲା । ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗବି ମୁଣ୍ଡରେ ହାତ ଦେଇଛି । ଯୁଆଡେ ହାତ ମାରିବ ପୁଳାପୁଳା ଟଙ୍କା, ଏକାଧିକ ଘର, ଆଉ ଭରିଭରି ସୁନା ।

ଅବକାରୀ ବାବୁଙ୍କ ଘରେ କୋଟି କୋଟି ଟଙ୍କାର ସମ୍ପତ୍ତି । ବାବୁ ଭିଜିଲାନ୍ସ ହାତରେ ଧରାପଡିବା ସହ ଗିରଫ ହେଲେ । ଗତକାଲି ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକ ମକରଧ୍ୱଜ ବାର୍ଗେଙ୍କ ସମ୍ବଲପୁର ଘର ସହ ୮ଟି ସ୍ଥାନରେ ଭିଜିଲାନ୍ସ ଚଢଉ କରାଯାଇଥିଲା । ବାବୁଙ୍କ ସମ୍ବଲପୁର, ବଲାଙ୍ଗୀର, ବରଗଡ ଆଦି ଜିଲାରେ ପ୍ରାୟ ୮ଟି ସ୍ଥାନରେ ଚଢାଉ କରି ବିପୁଳ ଅର୍ଥ ସହ ଅନେକ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା । 
ଏକାଧିକ ବଡବଡ କୋଠା, ମୂଲ୍ୟବାନ ପ୍ଲଟ ସହ ଗାଡିମୋଟର ମିଲିଥିଲା । ସମ୍ବଲପୁର ବାସଭବନ ରୁ ୨,୪୬,୮୦୦ ନଗଦ ଟଙ୍କା , ୩୩,୧୬,୧୩୧ ଟଙ୍କାର ବ୍ୟାଙ୍କ ଡିପୋଜିଟ, 6 ଲକ୍ଷ 8 ହଜାର ର ସୁନା ଓ 15 ଲକ୍ଷ ମୂଲ୍ୟର ଗାଡି ଭିଜିଲାନ୍ସକୁ ମିଳିଛି । ତଦନ୍ତକାରୀ ବିଭାଗର ରିପୋର୍ଟ ଅନୁଯାୟୀ ମୋଟ ୧ କୋଟି ୫୫ ଲକ୍ଷ ୩୪ ହଜାର ୯୭୦ ଟଙ୍କାର ସମ୍ପତ୍ତି ମିଳିଛି ଥିବା କହିଛନ୍ତି ।

ପଦବୀ ବଡ ହେଲେ କାମ ଛୋଟ । ଅଚଳାଚଳ ସମ୍ପତ୍ତିର ଅଧିକାରୀ । ସତେ ଯେମିତି ମହାଲକ୍ଷ୍ମୀ ସବୁ ଧନ ସମ୍ପତି ଅଜାଡି ଦେଇଛନ୍ତି ।ଏତେ କଳା ସମ୍ପତି କେଉଁ ସ୍ରୋତରୁ ଜମା ହୋଇଛି ତାର ସଠିକ ଓ ସନ୍ତୋଷଜନକ ଉତ୍ତର ନମିଳିବା ପରେ ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଗିରଫ କରିଛି ପୋଲିସ । ତେବେ ଭିଜିଲାନ୍ସ ବିଭାଗ ତାଙ୍କୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କଲେ କଳା ସମ୍ପତ୍ତି ର ସ୍ରୋତ ଜଣା ପଡିବ ବୋଲି କୁହାଯାଇଛି ।