• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

ନିଜ ଷ୍ଟାଫଙ୍କୁ ବି ଛାଡିଲେ ନାହିଁ ସୁରକ୍ଷାକର୍ମୀ! ସ୍ତନ୍ୟପାନ ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

 ଭୀମସାରରେ ନିୟୋଜିତ ଜଣେ ମହିଳା ସୁରକ୍ଷାକର୍ମୀଙ୍କ ୨ ବର୍ଷର ଶିଶୁପୁତ୍ରକୁ ଜ୍ୱର ହେଉଥିବା ଯୋଗୁ ସେ ଛୁଟି ମାଗିଥିଲେ। ହେଲେ ତାଙ୍କୁ ଛୁଟି ମିଳିନଥିଲା। ଗତକାଲି ସେହି ମହିଳା ସୁରକ୍ଷାକର୍ମୀ ଭୀମସାର ମହିଳା ହଷ୍ଟେଲ ୨ରେ ଡ୍ୟୁଟି କରୁଥିଲେ।

 ନିଜ ଷ୍ଟାଫଙ୍କୁ ବି ଛାଡିଲେ ନାହିଁ ସୁରକ୍ଷାକର୍ମୀ! ସ୍ତନ୍ୟପାନ ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ
ପ୍ରତିକାତ୍ମକ ଫଟୋ

ସମ୍ବଲପୁର: ଆଉ କଣ ବାକିରହିଲା? ଚୋରି କରିବା ଠାରୁ ଆରମ୍ଭ କରି ମାଡପିଟ୍ ସବୁ କ୍ଷେତ୍ରରେ ନାଁ କମେଇଥିବା ଏକ୍ସକ୍ୟୁଟିଭ ସିକ୍ୟୁରୀଟି ସର୍ଭିସ ସଂସ୍ଥା ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥର କିନ୍ତୁ ଅନ୍ୟ କେହି ନୁହଁ ବରଂ ନିଜ ସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ଉପରେ ସିନିୟରଙ୍କ ଲଲୁପ ଦୃଷ୍ଟି ପଡିଛି। ସୁପରଭାଇଜର ଜଣକ ସ୍ତନ୍ୟପାନର ଭିଡିଓ ସୁଟିଂ କରି ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଭୀମସାରରେ ନିୟୋଜିତ ଜଣେ ମହିଳା ସୁରକ୍ଷାକର୍ମୀଙ୍କ ୨ ବର୍ଷର ଶିଶୁପୁତ୍ରକୁ ଜ୍ୱର ହେଉଥିବା ଯୋଗୁ ସେ ଛୁଟି ମାଗିଥିଲେ। ହେଲେ ତାଙ୍କୁ ଛୁଟି ମିଳିନଥିଲା। ଗତକାଲି ସେହି ମହିଳା ସୁରକ୍ଷାକର୍ମୀ ଭୀମସାର ମହିଳା ହଷ୍ଟେଲ ୨ରେ ଡ୍ୟୁଟି କରୁଥିଲେ। ଏହି ମହିଳା ହଷ୍ଟେଲର ମାଟ୍ରୋନଙ୍କୁ ନିଜ ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ। ମେଟ୍ରୋନଙ୍କ ଅନୁମତି ପରେ ମହିଳା ସୁରକ୍ଷାକର୍ମୀ ଜଣଙ୍କ ନିଜ ଛୁଆକୁ ଧରି ହଷ୍ଟେଲରେ ସ୍ତନ୍ୟପାନ କରାଉଥିଲେ। 

Also Read: ମାତିଛନ୍ତି ସାଇବର ଲୁଟେରା; ଅନ ଲାଇନ୍ ଅର୍ଥ କାରବାର ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ SP

ମହିଳା ସୁରକ୍ଷାକର୍ମୀ ସ୍ତନ୍ୟପାନ କରାଉଥିବା ସମୟରେ କସିଂ ଖାଁ ନାମକ ସୁପରଭାଇଜର ହଷ୍ଟେଲର ପଛପଟୁ ଯାଇ ମହିଳା ସୁରକ୍ଷାକର୍ମୀଙ୍କଭିଡ଼ିଓ ଉଠାଇ ଥିଲେ। ସେହି ଭିଡିଓ ଦେଖଆଇ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିବା ମହିଳା ସୁରକ୍ଷାକର୍ମୀ ଅଭିଯୋଗ କରିଛନ୍ତି। ମହିଳା ସୁରକ୍ଷାକର୍ମୀଙ୍କୁ ଏ ବାବଦରେ ଯଦି କାହାକୁ କିଛି କହିବେ ତେବେ ତାଙ୍କର ନଗ୍ନ ଭିଡ଼ିଓ ସବୁଆଡେ ଭାଇରାଲ କରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। 

ଆଜି ଏ ନେଇ ସମ୍ପୃକ୍ତ ମହିଳା ସୁରକ୍ଷାକର୍ମୀ ଜଣକ ନ୍ୟାୟ ଦାବିରେ ବୁର୍ଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବୁର୍ଲା ପୋଲିସ ଏ ନେଇ ଏକ ମାମଲା ଦାୟର କରିବା ସହିତ ଅଭିଯୁକ୍ତ ସୁପରଭାଇଜରକୁ ବୁର୍ଲା ଥାନାରେ ଅଟକ ରଖି ପଚରା ଉଚରା କରୁଛି।