ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ
Advertisement

ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ

ମୋବାଇଲ୍ ଚୋରି କରିଥିବା ସନ୍ଦେହରେ ଗ୍ରାମବାସୀ ଠେଙ୍ଗା ବାଡି ଧରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି।

ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସିହାସନି ରାସ୍ତା ଜଣେ ଯୁବକଙ୍କୁ ମୋବାଇଲ୍ ଚୋରି ଅଭିଯୋଗରେ ନିସ୍ତୁକ ମାଡ଼ ମରା ଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। 

ଜିଲ୍ଲାର ଭାବରଡା ଗ୍ରାମର ୩ ଜଣ ଯୁବକ ସିହାସନି ବୁଲିବାକୁ ଯାଇ ଫେରିବା ସମୟରେ ହଂସତୋଟା ନିକଟରେ ଅଟକିଥିଲେ। ହେଲେ ସେତିକି ବେଳେ ମୋବାଇଲ୍ ଚୋରି କରିଥିବା ସନ୍ଦେହରେ ଗ୍ରାମବାସୀ ଠେଙ୍ଗା ବାଡି ଧରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ଯାହାର ଭିଡି଼ଓ ଭାଇରାଲ ହୋଇଛି।