ତେବେ କିଏ ଓ କାହିକି ଏପରି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି ।
Trending Photos
ଯାଜପୁର: ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯାଜପୁର ଟାଉନ ଥାନା ଭେଲଙ୍ଗ ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯିବାର ଅଭିଯୋଗ ହୋଇଛି । ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇପାରିନି । ମୃତକଙ୍କ ନାଁ ଟୁଟୁନ ମଳିକ ବୋଲି ଜଣାପଡ଼ିଛି । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।
ସୂଚନା ଅନୁସାରେ, ଆଜି(ଗୁରୁବାର) ରାତି ପ୍ରାୟ ୮ଟାରେ ମଧୁସୁଦନ ମଲିକଙ୍କ ପୁଅ ଟୁଟୁନ ମଲିକ(୨୨) ଏକ ସାଇକଲେ ଯୋଗେ ପେଟ୍ରୋଲ ଆଣିବା ପାଇଁ ନିକଟରେ ଥିବା ତେଳ ଟାଙ୍କିକୁ ଯାଇଥିଲେ । ହେଲେ ସେଠାରେ ହଠାତ୍ ସ୍ଥାନୀୟ ଲୋକ ଟୁଟୁନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବାର ଦେଖିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାସହ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ତେବେ କିଏ ଓ କାହିକି ଏପରି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି । ମୃତଦେହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ରଖାଛି । ଅନ୍ୟପକ୍ଷେ ଟାଉନ ପୋଲିସ ଘଟଣା ସ୍ଥଳେ ସଦଳ ବଳେ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି ।