Advertisement
Article Detail0/zeeodisha/odisha863398

Delivery Boyର ଉନ୍ମୁକ୍ତ କାଣ୍ଡ; ମୁଥ ମାରି ଫଟେଇ ଦେଲେ ଯୁବତୀଙ୍କ ନାକ

ଡେଲିଭରି ବୟଙ୍କ ଆକ୍ରମଣର ଶୀକାର ହୋଇଥିବା ହିତେଶା ଚନ୍ଦ୍ରାଣୀ ନାମକ ଯୁବତୀ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସମ୍ପୂର୍ଣ୍ଣ ଘଟଣାବଳୀ କହିଛନ୍ତି।

Delivery Boyର ଉନ୍ମୁକ୍ତ କାଣ୍ଡ; ମୁଥ ମାରି ଫଟେଇ ଦେଲେ ଯୁବତୀଙ୍କ ନାକ
Delivery Boyର ଉନ୍ମୁକ୍ତ କାଣ୍ଡ; ମୁଥ ମାରି ଫଟେଇ ଦେଲେ ଯୁବତୀଙ୍କ ନାକ

ନୂଆଦିଲ୍ଲୀ: ଅନଲାଇନ ଖାଦ୍ୟ ମଗାଇ କ୍ୟାନସଲ କରିବା ପଡିଲା ମହଙ୍ଗା। କଷ୍ଟମରଙ୍କ ନାକ ଫଟାଇ ଦେଲେ ଡେଲିଭରି ବୟ। ଏଭିଳି ଏକ ଅବିଶ୍ୱାସନୀୟ ଘଟଣା ମଙ୍ଗଳବାର ବାଙ୍ଗାଲୋର ସହରରେ ଘଟିଛି। ଆଉ ଡେଲିଭରି ବୟଙ୍କ ଆକ୍ରମଣର ଶୀକାର ହୋଇଥିବା ହିତେଶା ଚନ୍ଦ୍ରାଣୀ ନାମକ ଯୁବତୀ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସମ୍ପୂର୍ଣ୍ଣ ଘଟଣାବଳୀ କହିଛନ୍ତି।

ହିତେଶା ଚନ୍ଦ୍ରାଣୀ (Hitesha Chandranee)ଙ୍କ କହିବା ଅନୁସାରେ, ବୁଧବାର ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳେ ସେ Zomatoରେ ଖାଦ୍ୟ ଅର୍ଡର (Food Order) କରିଥିଲେ। କିନ୍ତୁ ତାହା ସାଢେ ୪ଟା ଅର୍ଥାତ ଅର୍ଡର ଘଣ୍ଟାଏ ପରେ ଆସିଥିଲା। ଡେଲିଭରିରେ ବିଳମ୍ବ ହୋଇଥିବାରୁ ସେ କଷ୍ଟମର କେୟାରକୁ ଫୋନ କରି ଅର୍ଡର କ୍ୟାନସଲ କିମ୍ବା ଏହାର କମ୍ପ୍ଲିମେଣ୍ଟାରୀ ଦେବାକୁ କହିଥିଲେ। କିନ୍ତୁ ତାହାର କମଫରମେସନ ଆସି ନଥିବାରୁ ସେ ଡେଲିଭରୀ ବୟକୁ ଅର୍ଡର ଫେରାଇ ନେବାକୁ କିମ୍ବା ଅପେକ୍ଷା କରିବାକୁ କହିଥିଲେ।

Also Read: ଓଡି଼ଶାର ଗର୍ବ; ରୋନିତ ହେଲେ NDA ଟପ୍ପର୍

Add Zee News as a Preferred Source

ତେବେ ଏଥିରେ ଡେଲିଭରି ବୟ (Delivery Boy) ରାଗି ଯାଇ ହିତେଶାଙ୍କ ଉପରେ ଚିତ୍କାର କରିଥିଲା। କିଛି ସମୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ହିତେଶା ଅର୍ଡର କ୍ୟାନସ କରିବାକୁ କହି କବାଟ ବନ୍ଦ କରୁଥିଲେ। ଆଉ ଏତିକି ବେଳେ ଡେଲିଭରି ବୟ କବାଟ ଠେଲି ତାଙ୍କ ନାକକୁ ମୁଥ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଆକ୍ରମଣରେ ହିତେଶା ଲହୁଲୁହାଣ ହୋଇଥିଲେ। ତାଙ୍କର ନାକଦଣ୍ଡା ଭଙ୍ଗି ଯାଇଛି ଓ ସର୍ଜରୀ ହେବ ବୋଲି ଡାକ୍ତର କହିଥିବା ହିତେଶା କହିଛନ୍ତି।

ଡେରିଭରି ବୟଙ୍କ ଉନ୍ମୁକ୍ତ କାଣ୍ଡକୁ ନେଇ ହିତେଶା ଚନ୍ଦ୍ରାଣୀ ଥାନାରେ ଅଭିଯୋଗ କରିବା ସହ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ସେପଟେ ହିତେଶାଙ୍କ ସହ ଘଟିଥିବା ଘଟଣା ପାଇଁ zomato କ୍ଷମା ମାଗିଛି। ଡେଲିଭରୀ ବୟଙ୍କ ବିରୁଦ୍ଧରେ ନିଆଯାଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରେ ହିତେଶାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି।

 

About the Author