ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ୨ ବସ୍ ଦୁର୍ଘଟଣା, ୧ ମୃତ
Advertisement

ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ୨ ବସ୍ ଦୁର୍ଘଟଣା, ୧ ମୃତ

ଯାହା ଜଣାପଡ଼ିଛି, ଅନୁଗୋଳର ଲୁହାମୁଣ୍ଡାରେ ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ପ୍ରତୀକାତ୍ମକ ଫଟୋ

ଅନୁଗୋଳ/କଟକ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ୨ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ବସ୍ ଅନୁଗୋଳରେ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନ୍ୟଟି କଟକରେ ହୋଇଛି । ଅନୁଗୋଳ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୦ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି । ସେପଟେ କଟକରେ ହୋଇଥିବା ବସ୍ ଦୁର୍ଘଟଣାରେ ୮ ଜଣ ଗୁରୁତର ଅଛନ୍ତି । 

ଯାହା ଜଣାପଡ଼ିଛି, ଅନୁଗୋଳର ଲୁହାମୁଣ୍ଡାରେ ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ଗ୍ୟାସ୍ ଟ୍ୟାଙ୍କର ସହ ବସର ଧକ୍କା ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ମହାରାଷ୍ଟ୍ରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା । 

ସେପଟେ ତାମିଲନାଡ଼ୁରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଅଭିମୁଖେ ଯାଉଥିବା ବସ୍ ମଧ୍ୟ କଟକର ଟାଙ୍ଗି ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛି । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକରେ ବସଟି ପିଟି ହୋଇଥିଲା । ଏଥିରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।