• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ସାଲେପୁର: ମାହାଙ୍ଗା ବାଜପୁରା ଗାଁରେ ଆତ୍ମାହୁତି ଧମକ
  • ମନ୍ତ୍ରୀଙ୍କ ଗାଡ଼ି ଆଗରେ ଆତ୍ମାହୁତି ଧମକ ଦେଇ ଜଣେ ଗିରଫ
  • ଗିରଫ ବ୍ୟକ୍ତି ୨୦୧୪ ହତ୍ୟାକାଣ୍ଡର ଶିକାର ଦୀପ୍ତିକାନ୍ତ ସାହୁର ବଡ଼ଭାଇ

ଥାନାରୁ ନିଜ ପତ୍ନୀଙ୍କ ହାତ ଧରି ଘରକୁ ଗଲେ ଅଭିନେତା ଅମ୍ଲାନ

୪ ଘଣ୍ଟା ପରେ ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଣ୍ଡର ଟେକିଂ ଦେବା ପରେ ଘରକୁ ଫେରିଛନ୍ତି ସେ ଏବଂ ତାଙ୍କ ସ୍ତ୍ରୀ ଭୂମିକା। 

ଥାନାରୁ ନିଜ ପତ୍ନୀଙ୍କ ହାତ ଧରି ଘରକୁ ଗଲେ ଅଭିନେତା ଅମ୍ଲାନ

ଚିନ୍ନଂ ଜଗନ୍ନାଥ ପାତ୍ର,କଟକ: ମହାନଦୀରୁ (Mahanadi)ଉଦ୍ଧାର ହେବା ପରେ କଟକ ଫେଜ ୨ ଥାନାରୁ (Cuttack Phase2 Police Station)ନିଜ ପତ୍ନୀଙ୍କ ହାତ ଧରି ଘରକୁ ଫେରିଲେ ଅଭିନେତା ଅମ୍ଳାନ ଦାସ (Actor Amlan Das)। ୪ ଘଣ୍ଟା ପରେ ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଣ୍ଡର ଟେକିଂ (Undertaking) ଦେବା ପରେ ଘରକୁ ଫେରିଛନ୍ତି ସେ ଏବଂ ତାଙ୍କ ସ୍ତ୍ରୀ ଭୂମିକା (Bhumika)। 

ଥାନାରୁ ବାହାରିବା ପରେ ଘରୋଇ ବିବାଦ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଅମ୍ଲାନ। ଦିନ ପାଖାପାଖି ୨ଟା ସମୟରେ କଟକ ନୂଆପାଟଣା ସ୍ଥିତ ମହାନଦୀର ଗର୍ଭରେ ଜଣେ ମହିଳା ଭାସୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ନଦୀରେ ପହଁରି ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ସେ ଜଣେ ବରିଷ୍ଠ ଅଭିନେତାଙ୍କ ବୋହୂ ତଥା ଅମ୍ଲାନଙ୍କ ସ୍ତ୍ରୀ ଭୂମିକା ବୋଲି ଜଣାପଡିଥିଲା।

 

ତାଙ୍କୁ ଉଦ୍ଧାର କରାଯିବା ପରେ ଥାନାରେ ହିଁ ରଖାଯାଇଥିଲା। ପରବର୍ତ୍ତି ସମୟରେ ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଏହାପରେ ଲିଗାଲ୍‌ ଆଡ୍‌କୁ ମଧ୍ୟ ଡକାଯାଇ ଥାନାରେ ଉଭୟଙ୍କ ସହିତ ଆଲୋଚନା କରିଥିଲେ। ଦୀର୍ଘ ୫ ଘଣ୍ଟା ପରେ ସମସ୍ତ ଲିଖିତ କାର୍ଯ୍ୟ ଶେଷ ହେବା ପରେ ପତ୍ନୀଙ୍କ ହାତ ଧରି ଘରକୁ ଯାଇଥିଲେ ଅମ୍ଲାନ।

ଘରକୁ ଯିବା ପୂର୍ବରୁ ଏ ଘଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅମ୍ଲାନ। ଦିପାବଳୀରେ ଆମ ଘରେ ପୂଜା ହୋଇଥିଲା। ସେଥିରେ ବ୍ୟବହୃତ ହୋଇଥିବା ଫୁଲକୁ ପକାଇବାକୁ ଯାଇଥିଲୁ। ମୁଁ ଗାଡିରେ ବସିଥିଲି, ତା ଗୋଡ ଖସିଗଲା। ଏହାକୁ ଦେଖି ମୁଁ ଡେଇଁ ପଡିବାକୁ ବାହାରି ଥିଲି ହେଲେ ଲୋକେ ମୋତେ ଅଟକାଇଦେଲେ। ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କଲୁ ଆଉ ପୋଲିସ ଆସି ଉଦ୍ଧାର କଲା। ଏପରିକି ଘରୋଇ ବିବାଦ ଘଟଣାକୁ ଖଣ୍ଡନ କରିଛନ୍ତି ସେ।