Advertisement
Article Detail0/zeeodisha/odisha766472
Zee OdishaCuttackକଟକ ଗଣଦୁଷ୍କର୍ମ ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ଗିରଫ

କଟକ ଗଣଦୁଷ୍କର୍ମ ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ଗିରଫ

କିଭଳି ପୀଡିତା ନାବାଳିକା ଅଭିଯୁକ୍ତଙ୍କ ସମ୍ପର୍କରେ ଆସିଲେ, ଗଣଦୁଷ୍କର୍ମର ଅଭିଯୁକ୍ତ କେବଳ ସନ୍ତୋଷ ଓ ରାକେଶ ନା ଆଉ କେହି ଅଛନ୍ତି, ସେମାନଙ୍କ ଠାରୁ ଜବତ ହୋଇଥିବା ମୋବାଇଲରୁ ପୀଡ଼ିତାଙ୍କ ଭିଡିଓ କେଉଁ ଅନ୍ୟ ମୋବାଇଲକୁ ଲିକ୍ ହୋଇନି ତ ଆଉ ଏଭଳି ସ୍ପର୍ଶକାତର ମାମଲାରେ ତୁରନ୍ତ ଚାର୍ଜଶିଟ୍ ହୋଇପାରିବ ତ ଏଭଳି ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି।

କଟକ ଗଣଦୁଷ୍କର୍ମ ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ଗିରଫ

ଜଗନ୍ନାଥ ପାତ୍ର, କଟକ: ବହୁଚର୍ଚ୍ଚିତ କଟକ ଗଣଦୁଷ୍କର୍ମ ଘଟଣା (Cuttack Gangrape Case) ସହ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପ୍ରଥମ ଅଭିଯୁକ୍ତ ସନ୍ତୋଷ ପୂର୍ବରୁ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ଚିକେନ ସେଣ୍ଟର (Chicken Centre) ମାଲିକ ରାକେଶ ରାଉତ ଓରଫ ରାକା ଆଜି ଗିରଫ ହୋଇଛି। ପୀଡିତା କଟକ ପରି ଏକ ବ୍ୟସ୍ତବହୁଳ ସହରର କେନ୍ଦ୍ରସ୍ଥଳରେ ୩ ସପ୍ତାହରୁ ଅଧିକ ଦିନ ଧରି ଅପହରଣକାରୀଙ୍କ କବଳରେ ରହିଲେ, ଅଥଚ ପୋଲିସ ଏହାର ବିନ୍ଦୁ ବିସର୍ଗ ଜାଣି ପାରିଲାନି ତାହା ବର୍ତ୍ତମାନ ସବୁଠୁ ରହସ୍ୟମୟ ହୋଇଉଠିଛି।
 
କିଭଳି ପୀଡିତା ନାବାଳିକା ଅଭିଯୁକ୍ତଙ୍କ ସମ୍ପର୍କରେ ଆସିଲେ, ଗଣଦୁଷ୍କର୍ମର ଅଭିଯୁକ୍ତ କେବଳ ସନ୍ତୋଷ ଓ ରାକେଶ ନା ଆଉ କେହି ଅଛନ୍ତି, ସେମାନଙ୍କ ଠାରୁ ଜବତ ହୋଇଥିବା ମୋବାଇଲରୁ ପୀଡ଼ିତାଙ୍କ ଭିଡିଓ କେଉଁ ଅନ୍ୟ ମୋବାଇଲକୁ ଲିକ୍ ହୋଇନି ତ ଆଉ ଏଭଳି ସ୍ପର୍ଶକାତର ମାମଲାରେ ତୁରନ୍ତ ଚାର୍ଜଶିଟ୍ ହୋଇପାରିବ ତ ଏଭଳି ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି।

ଗତ ୧୩ ତାରିଖରେ ଗଣଦୁଷ୍କର୍ମ ଅଭିଯୋଗ ହେବା ପରେ ଆଜି ପର୍ଯ୍ୟନ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ (Cuttack Commisionrate Police)। ଗତକାଲି ବିଳମ୍ୱିତ ରାତିରେ ସନ୍ତୋଷକୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ। ସେମାନଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୩୬୬/୩୭୬(DA)/ ୩୭୬ (୨)(ଏନ), ୫୦୬ ଓ ୬/୧୨ ପୋକ୍ସୋ ଆକ୍ଟ ଭଳି ସଙ୍ଗୀନ ଦଫା। ପୀଡିତାଙ୍କ ଭିଡିଓ ଉତ୍ତୋଳନ ହୋଇଥିବା ମୋବାଇଲରେ ଆହୁରି କେତେ ଜଣ ଝିଅଙ୍କ ଅଶ୍ଳୀଳ ଭିଡିଓ ଥିବାରୁ ଏହା ଏକ ସୁଚିନ୍ତିତ ରାକେଟ୍ ବୋଲି ଅନୁମାନ କରୁଛି ପୋଲିସ। 

ସମ୍ପୃକ୍ତ ଘଟଣାରେ ଏହି ଦୁଇ ଅଭିଯୁକ୍ତଙ୍କ ପଛରେ ମୁଖ୍ୟ କାର୍ପଟଦାର ଆଉ କିଏ ସେ ନେଇ ଚାଲିଛି ଖୋଳତାଡ। ଜବତ ମୋବାଇଲକୁ ଫରେନସିକ୍ ଲାବକୁ ପଠାଇଛି ପୋଲିସ। ଘଟଣା ପଛରେ ଥିବା ରାକେଟର ପର୍ଦ୍ଦାଫାସ ପାଇଁ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଭିନ୍ନ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ନେଇ ତୀବ୍ର ହୋଇଉଠିଛି ରାଜନୀତି। ପ୍ରାୟ ୨୨ ଦିନ ଧରି ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡିତା ନାବାଳିକା କୌଣସି ମତେ ଖସି ଆସିଥିଲେ ନର୍କ ଯନ୍ତ୍ରଣା ମିଳିଥିବା ସେହି ଚିକେନ ସେଣ୍ଟରରୁ।

Add Zee News as a Preferred Source

ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସରେ ଦେବାପରେ ସିଡବ୍ଲୁସି (CWC) କୁ ହସ୍ତାନ୍ତର କରିଥିଲା ପୋଲିସ। ବର୍ତ୍ତମାନ ପୀଡିତାଙ୍କ ପରିବାର ପକ୍ଷରୁ କେହି ଆସି ନଥିବାରୁ ତାଙ୍କୁ ବସୁନ୍ଧରାରେ ରଖାଯାଇଛି। ପ୍ରଥମେ ଧାରା-୧୬୧ ଓ ପରେ ଧାରା-୧୬୪ରେ ପୀଡିତା ନାବାଳିକାଙ୍କର ବୟାନ ରେକର୍ଡ ହୋଇଛି। ପୀଡିତାଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ଉଠୁଛିପଡୁଛି ଉଠୁଛି ସାରା ରାଜ୍ୟ। ଏ ଘଟଣାରେ ଜଡିତ ଅଭିଯୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋର ଧରିଛି।