ସରିଲା ବଡ ଓଷା; ଧବଳେଶ୍ଵରଙ୍କ ପୀଠରେ ଲାଗି ହେଲା ଗଜଭୋଗ
Advertisement

ସରିଲା ବଡ ଓଷା; ଧବଳେଶ୍ଵରଙ୍କ ପୀଠରେ ଲାଗି ହେଲା ଗଜଭୋଗ

ମଧ୍ୟରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ତରଣ ଭୋଗ ।

 ସରିଲା ବଡ ଓଷା; ଧବଳେଶ୍ଵରଙ୍କ ପୀଠରେ  ଲାଗି ହେଲା ଗଜଭୋଗ

ଆଠଗଡ଼: ଶେଷ ହୋଇଛି ମହା କାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା । ମଧ୍ୟରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ତରଣ ଭୋଗ । ଏହି ଗଜଭୋଗ ଓ ତରଣ ପାଇବାକୁ ଶ୍ରଦ୍ଧାଳୁମାନେ ବର୍ଷ ସାରା ଅପେକ୍ଷା କରିଥାନ୍ତି ।
ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି ।

fallback

ବିଶେଷ କରି ଅତି ଶୁଦ୍ଧ ପୂତ ଭାବରେ ପୂଜକ ପରିବାର ଏହାକୁ ପ୍ରସ୍ତୁତ କରି ଗଜଭୋଗ ଓ ତରଣ ଭୋଗକୁ ଧବଳେଶ୍ଵରଙ୍କ ପାଖରେ ଅର୍ପଣ କରିଥାନ୍ତି । ଏଥିଲାଗି ପ୍ରଶାସନଠାରୁ ଆରମ୍ଭ କରି ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।