ଜମିବ ବାଲିଯାତ୍ରା; ମହାନଦୀରେ ଚାଲିବ ସ୍କୁଟର ବୋଟ
Advertisement
Article Detail0/zeeodisha/odisha591003

ଜମିବ ବାଲିଯାତ୍ରା; ମହାନଦୀରେ ଚାଲିବ ସ୍କୁଟର ବୋଟ

ପାଖେଇ ଆସୁଛି ଐତିହାସିକ ବାଲିଯାତ୍ରା । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଦୀର୍ଘ ୮ ଦିନ ଧରି ଚାଲିବାକୁ ଥିବା ଏହି  ବାଲିଯାତ୍ରାକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । 

  • ପାଖେଇ ଆସୁଛି ଐତିହାସିକ ବାଲିଯାତ୍ରା
  • ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା
  • ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
  • ଦୀର୍ଘ ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର

Trending Photos

source: social media

ଜାସ୍ମିନ ରେଖା ମହନ୍ତ, କଟକ: ପାଖେଇ ଆସୁଛି ଐତିହାସିକ ବାଲିଯାତ୍ରା । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଦୀର୍ଘ ୮ ଦିନ ଧରି ଚାଲିବାକୁ ଥିବା ଏହି  ବାଲିଯାତ୍ରାକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ପୋଲିସ ସୁରକ୍ଷା ଠାରୁ ଆରମ୍ଭ କରି ଯାତ୍ରୀଙ୍କ ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖିଛି ଜିଲ୍ଲା ପ୍ରଶାସନ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିବ ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି । 

ଚଳିତ ବର୍ଷ ବ୍ୟବସାୟୀଙ୍କ ପାଇଁ ଲାଭ ରହିବ କାରଣ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଷ୍ଟଲ ଲାଗିବ। ଚଳିତ ବର୍ଷ ୧୫୦୦ ଷ୍ଟଲ ଲଗାଯିବାକୁ ବ୍ୟବସ୍ତା କରାଯାଇଥିବା ନେଇ ସୂଚନା ରହିଛି । ପ୍ରଥମ ପର୍ଯ୍ୟାୟରେ ପୁରୁଣା ବ୍ୟବସାୟୀଙ୍କୁ ଷ୍ଟଲ୍ ଆଲଟମେଣ୍ଟ କରାଯିବା ପରେ ନୂଆ ବ୍ୟବସାୟୀଙ୍କୁ ଷ୍ଟଲ ଆଲଟମେଣ୍ଟ କରାଯିବ । ଏଥର ବାଲିଯାତ୍ରାକୁ କିପରି ସରସ ସୁନ୍ଦର କରାଯିବ ଏବଂ ବାଲିଯାତ୍ରକୁ ବୁଲିବାକୁ ଆସୁଥିବା ଲୋକେ କିପରି  କିଛି ନୂଆ  ସ୍ମୃତି ସାଉଁଟିବେ ସେ ଉପରେ ଅଧିକ  ଫୋକସ ରଖିଛି  ଜିଲ୍ଲା ପ୍ରଶାସନ ।  ସେଥିପାଇଁ ଖାସ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏ ବର୍ଷ ଫ୍ଲୋଟିଂ ଷ୍ଟେଜ୍ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି  ଯାହାର ମନଭରି ଉପଭୋଗ କରିପାରିବେ ଲୋକେ । 
ଠିକ୍  ସେହିପରି ମହାନଦୀ କୂଳରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଜଳକ୍ରୀଡାର ମଧ୍ୟ ଭରପୁର ମଜ୍ଜା ଉଠାଇବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 

ସାଧାରଣତଃ ବାଲିଯାତ୍ରାର ବୈଷ୍ଣବ ପାଣି  ମଞ୍ଚରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ମାତ୍ର ଏଥର ୪ଟି ମଞ୍ଚ କରିବାକୁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି । ଅପରପଟେ ପଲିଥିନ ମୁକ୍ତ ସହର ଓ ପଡିଆର ସଫେଇ ପାଇଁ  ସିଏମସି ସ୍ୱତନ୍ତ୍ର ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିଛି । ତଳ ଓ ଉପର ପଡିଆରେ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ ରଖାଯିବା ସହିତ ପରିମଳ ଉପରେ ମଧ୍ୟ ଖାସ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ସିଏମସି କମିଶନର ।