close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବାଲିଯାତ୍ରା ପ୍ଲଟ ଆବଣ୍ଟନକୁ ନେଇ ପୁଣି ବିବାଦ

କଟକ ର ଐତିହାସିକ ବାଲିଯାତ୍ରା ମେଳା ଆରମ୍ଭ ହେବାକୁ ମଝିରେ ଆଉ ମାତ୍ର ୨୦ ଦିନ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନ କାମ। ଉଭୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଗଡଗଡିଆ ମନ୍ଦିର ପରିସର ରେ ଥିବା କାର୍ଯ୍ୟାଳୟ ରେ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ପ୍ଲଟ ଆବଣ୍ଟନକୁ ନେଇ ଦେଖାଦେଇଛି କେଁ। 

ବାଲିଯାତ୍ରା ପ୍ଲଟ ଆବଣ୍ଟନକୁ ନେଇ ପୁଣି ବିବାଦ

କଟକ: କଟକ ର ଐତିହାସିକ ବାଲିଯାତ୍ରା ମେଳା ଆରମ୍ଭ ହେବାକୁ ମଝିରେ ଆଉ ମାତ୍ର ୨୦ ଦିନ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନ କାମ। ଉଭୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଗଡଗଡିଆ ମନ୍ଦିର ପରିସର ରେ ଥିବା କାର୍ଯ୍ୟାଳୟ ରେ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ପ୍ଲଟ ଆବଣ୍ଟନକୁ ନେଇ ଦେଖାଦେଇଛି କେଁ। ହଜାରେ ବର୍ଗଫୁଟ ରୁ ଅଧିକ ପ୍ଲଟ ପାଇଁ ପ୍ରୟୋଜକ ଜରୁରୀ ବୋଲି ପ୍ରଶାସନ ଦର୍ଶାଇଥିବା ବେଳେ ତାହାକୁ ବିରୋଧ କରି ବାଲିଯାତ୍ରା ବ୍ୟବସାୟୀ ସଂଘ ।

ଏଥର ମଧ୍ୟ ବାଲିଯାତ୍ରାର ପ୍ଲଟ ଆବଣ୍ଟନକୁ ନେଇ ଆରମ୍ଭ ରୁ ହିଁ ଦେଖାଦେଇଛି ବିବାଦ। ଜିଲ୍ଲା ପ୍ରଶାସନ ଦ୍ୱାରା  ବଡ ବଡ ବ୍ୟବସାୟୀଙ୍କ ପାଇଁ କରାଯାଇଥିବା ପ୍ରାୟୋଜକ(ସ୍ପନସର୍ର) ବ୍ୟବସ୍ଥାକୁ ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ। ଗତ ବର୍ଷ ପ୍ଲଟ ଦର ବୃଦ୍ଧି ପରେ ଦେଖାଦେଇଥିବା ବିବାଦ ତୁଟାଇ ପ୍ରଶାସନ ଆଗକୁ ୩ ବର୍ଷ ପାଇଁ ପ୍ଲଟ ଆବଣ୍ଟନ ରେ ଦର କୌଣସି ପ୍ରକାର ରେ ବୃଦ୍ଧି କରାଯିବ ନାହିଁ ବୋଲି ଭରଷା ଦେଇଥିଲା। ହେଲେ ଏବର୍ଷ ନୂଆ ଜିଲ୍ଲାପାଳ ଆସି ନୂଆ ନିୟମ ଆରମ୍ଭ କରି ଯେଉଁ ପ୍ରାୟୋଜକ(ସ୍ପନସର୍ର) ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ଏହା ଦ୍ୱାରା ବଡ ବଡ ବ୍ୟବସାୟୀ ଆଉ ମେଳା ପଡିଆକୁ ଆସିବେ ନାହିଁ। ହଜାରେ ବର୍ଗଫୁଟ ରୁ ଅଧିକ ପ୍ଲଟ ପାଇଁ ଦେଖାଦେଇଥିବା ଏହି ସମସ୍ୟା ଏବେ ବାଲିଯାତ୍ରା ବ୍ୟବସାୟୀ ସଂଘ ର ଚିନ୍ତାକୁ ବଢାଇ ଦେଇଛନ୍ତି । ଅନେକ ବ୍ୟବସାୟୀକ ଅନୁଷ୍ଠାନ ତଥା ବଡ ବ୍ୟବସାୟୀ ଏଭଳି ବ୍ୟବସ୍ଥାକୁ ଗ୍ରହଣ କରିପାରୁନାହାଁନ୍ତି। ଜଣେ ବ୍ୟବସାୟୀଙ୍କ ଅନୁସାରେ ଗତବର୍ଷ ସେ ନେଇଥିବା ୪ ହଜାର ବର୍ଗଫୁଟ ପ୍ଲଟ ର ଦର ୧ଲକ୍ଷ ୬୦ହଜାର ଥିଲା ହେଲେ ଏବର୍ଷ ତାହା ପାଖାପାଖି ୮ ଲକ୍ଷ ଟଙ୍କା ହୋଇଛି । ଯାହାକୁ ଭରଣା କରିବା ଆଦୌଁ ସମ୍ଭବ ନୁହେଁ ବୋଲି ବ୍ୟବସାୟୀ ଜଣକ ମତବ୍ୟକ୍ତ କରିଛନ୍ତି । ତେବେ ପ୍ରଶାସନ ର ଏଭଳି ନିଷ୍ପତ୍ତି ଲାଗୁଛି ବାଲିଯାତ୍ରା ବ୍ୟବସାୟୀଙ୍କ ପ୍ରତି ଚାବୁକ ମାଡ ଏବଂ ଏହା ପଛରେ କିଛି ଷଡ଼ଯନ୍ତ୍ର ର ଗନ୍ଧ ବାରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ ।

ଅପରପଟେ ଜିଲ୍ଲାପାଳ କହିଛନ୍ତି ଏଭଳି ବ୍ୟବସ୍ଥା ଦ୍ୱାରା  ବ୍ୟବସାୟୀ ବିଶେଷ କରି ଅନେକ ବ୍ୟବସାୟୀକ ଅନୁଷ୍ଠାନ ପାଇଁ ସବୁଧା ହୋଇଛି। ସେମାନେ ନିଜ ଆବଶ୍ୟକତା ଅନୁସାରେ ପ୍ଲଟ ବୁକିଂ କରିପାରିବେ। ତେବେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଯେଉଁମାନେ ମେଳା ବ୍ୟବସାୟ କରୁନାହିଁନ୍ତି ସେମାନେ ବଡ ବଡ ପ୍ଲଟ ବୁକିଂ କରି ସେଗୁଡିକୁ ଡେଭେଲପ କରି ଅନ୍ୟକୁ ଅଧିକ ଦର ରେ ଦେଇ ଦେଉଛନ୍ତି।  ମେଳାରେ ଯେଉଁ ବ୍ୟବସାୟୀକ ଅନୁଷ୍ଠାନ ତଥା ବ୍ୟବସାୟୀମାନେ ବଡ ପ୍ଲଟ ନେବାକୁ ଚାହୁଁଛନ୍ତି ସେମାନେ ସିଧାସଳଖ ସରକାରଙ୍କଠାରୁ ପ୍ଲଟ ନିଅନ୍ତୁ। ଥାର୍ଡ ପାର୍ଟିରୁ ପ୍ଲଟ ନ ନେବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ପ୍ଲଟ ଦର ଗତବର୍ଷ ଯାହା ଥିଲା ତାହା ତୁଳନାରେ ଏବର୍ଷ ଦର ରେ ଆଦୌଁ ବୃଦ୍ଧି କରାଯାଇନାହିଁ। ଏ ବର୍ଷ ପ୍ଲଟ ଦର ବର୍ଗ ଫୁଟକୁ ରହିଛି ୩୦ଟଙ୍କା ଆଉ ହଜାର ବର୍ଗଫୁଟ ପରେ ଦର ୩୧ଟଙ୍କା ୫୦ପଇସା କରାଯାଇଛି ।

ପୁରୁଣା ବ୍ୟବସାୟୀଙ୍କୁ ଅକ୍ଟୋବର ୨୩ ରୁ ୨୮ତାରିଖ ପର୍ଯ୍ୟନ୍ତ ଆବଣ୍ଟନ ହେବ ପ୍ଲଟ ଆଉ ତା ପରେ ୨୯ତାରିଖରୁ ଆରମ୍ଭ ହେବ ନୂଆ ବ୍ୟବସାୟୀଙ୍କୁ ପ୍ଲଟ ଆବଣ୍ଟନ। ତେବେ ଏହି ପ୍ରକ୍ରିୟା ର ଆରମ୍ଭରୁ ଏଭଳି କେଁ ନିଶ୍ଚିତରୂପେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିବ। ଯଦି ଏହାର ଶିଘ୍ର ଆପୋଷ ସମାଧାନ କରା ନ ଯିବା ତା ହେଲେ ଏହା ଆଗକୁ ନିଶ୍ଚିତରୂପେ ମେଳା ଆୟେଜନ ପାଇଁ ସମସ୍ୟା ସୃଷ୍ଟି କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।