ଲୋକଙ୍କ ନିକଟରେ କଟକ ବାଲିଯାତ୍ରାର ଟିକିନିଖି ଖବର ,ପ୍ରତି ମୁହୁର୍ତ୍ତରେ ପହଁଞ୍ଚିବ । ସୋସିଆଲ ମିଡିଆରେ ଲାଇଭ ଷ୍ଟ୍ରିମିଂ ଜରିଆରେ ଲୋକଙ୍କ ନିକଟରେ ବାଲିଯାତ୍ରାର ବିଭିନ୍ନ ତଥ୍ୟ ପହଁଞ୍ଚିବ । ସୋସିଆଲ ମିଡିିଆ ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗ ବାଲିଯାତ୍ରାର ପ୍ରଚାର ପ୍ରସାର କରିବେ ।
Trending Photos
କଟକ: କଟକ ଐତିହାସିକ ବାଲିଯାତ୍ରାର ଐତିହ୍ୟ ଅନେକ ପୁରୁଣା । ବାଲିଯାତ୍ରା ଦର୍ଶାଇ ଥାଏ ନୌବାଣିଜ୍ୟର ପରମ୍ପରା । ଏହି ପରମ୍ପରା ଅନୁସାରେ କାହିଁ କେଉଁ କାଳରୁ କଟକରେ ଆୟୋଜନ ହୋଇ ଆସୁଛି ବାଲିଯାତ୍ରା । ଆଜି ଏହି ବାଲିଯାତ୍ରା ବିଶାଳ ରୂପ ନେଇଛି ସତ । ମାତ୍ର ଆଜି ବି ଜାତୀୟ ସ୍ତରର ମାନ୍ୟତା ମିଲିପାରିନାହିଁ । ଯାହାକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି କଟକ ବୁଦ୍ଧିଜିବୀ । ଅପରପଟେ ଏହି ପୁରାତନ ପରମ୍ପରାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆର ଫ୍ଲାଟର୍ଫମକୁ ଓହ୍ଲାଇଛି ଜିଲ୍ଲାପ୍ରଶାସନ । ବାଲିଯାତ୍ରାର ପ୍ରତିଟି ବିଷୟବସ୍ତୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରିତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ଓଡ଼ିଶାର ପବିତ୍ର ରଥଯାତ୍ରା ପରେ ବାଲିଯାତ୍ରା ଯେଉଁଠି ଲକ୍ଷ୍ୟାଧିକ ଲୋକଙ୍କ ସମାଗମ ହୋଇଥାଏ । ବାଲିଯାତ୍ରାରେ ପ୍ରତିଟି ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସୂଅ ଛୁଟିଥାଏ । ଆଜିି ବିଶାଳ ରୂପ ନେଇଥିବା କଟକର ଐତିହାସିକ ବାଲିଯାତ୍ରା ପଛରେ ରହିଛି ପୁରାତନ ଇତିହାସ । ସାଧବ ପୁଅ ମାନେ ନୌବାଣିଜ୍ୟ କଥା କୁହେ ଏହି ବାଲିଯାତ୍ରା । କଟକରେ ଏହି ବାଲିଯାତ୍ରା କାହିଁ କେଉଁ କାଳରୁ ଆୟୋଜନ ହୋଇ ଆସୁଛି । ଏହି ବାଲିଯାତ୍ରାକୁ ରାଜ୍ୟ ସ୍ତରୀୟ ମାନ୍ୟତା ମିଲିଛି ସତ ମାତ୍ର ଜାତୀୟ ସ୍ତରରେ ମାନ୍ୟତା ଆଜି ବି ମିଲିପାରିନାହିଁ । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି କଟକର ବୁଦ୍ଧିଜିବୀ । ସେହିପରି ରାଜ୍ୟ ସରକାର ସ୍ତରରେ ଏପର୍ଯ୍ୟନ୍ତ ବାଲିଯାତ୍ରା ପାଇଁ ଟଙ୍କାଟିଏ ବି ସହଯୋଗ ନ କରିବା ତାହାକୁ ମଧ୍ୟ କିଛି ଲୋକ ନାପସନ୍ଦ କରିଛନ୍ତି । ବାଲିଯାତ୍ରକୁ ଟ୍ରେଡ ଫେୟାର ଭାବେ ଏହାର ପ୍ରଚାର କରାଯିବା ଆବଶ୍ୟକତା ରହିଛି । ଏଥିସହିତ ଅଧିକ ବିକାଶ କରିବା ଲାଗି ରାଜ୍ୟ ସରକାରଙ୍କ ମଧ୍ୟ ସହଯୋଗର ଆବଶ୍ୟକତା ରହିଥିବା କହିଛନ୍ତି କଟକ ସାସଂଦ ।
ଦୀର୍ଘ ବର୍ଷ ଧରି ଏହି ଦାବି ଉପରେ ଦାବି ଉପସ୍ଥାପନା ହେଉଥିଲେ ମଧ୍ୟ ବାଲିଯାତ୍ରା ଶେଷ ହେବା ପରେ ସବୁ କିଛି ମଉଳି ଯାଇଥାଏ । ମାତ୍ର ଏ ବର୍ଷ ଏହି ଦାବିକୁ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବା ଲାଗି ଉଦ୍ୟମ କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ । ଏ ନେଇ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ଚିଠି ମଧ୍ୟ ଦିଆଯାଇଛି । ଖୁବଶିଘ୍ର ସହର ବାସୀଙ୍କ ଦାବି ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି । ସେହିପରି ପ୍ରତିଟି ଲୋକଙ୍କ ପାଖରେ ବାଲିଯାତ୍ରା ଐତିହ ଓ ଏହାର ପ୍ରତିଟି ମୃହର୍ତ୍ତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଜିଲ୍ଲାପ୍ରଶାନ ଏବେ ସୋସିଆଲ ମିଡିିଆର ସାହୟତା ଲୋଡିଛି । ଏଥିପାଇଁ ଡି.ଆଇ.ପି.ଆର.ଓ ବିଭାଗ କୁ ଗୁରୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ ସୋସିଆଲ ମିଡିଆରେ ଲାଇଭ ଷ୍ଟ୍ରିମିଙ୍ଗ ସହିତ ବିଭିନ୍ନ ବିଷୟ ବସ୍ତୁକୁ ଉପସ୍ଥାପନା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।