• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ଶେଷ ହେଲା ବାଲିଯାତ୍ରା, ଆର ବର୍ଷକୁ ଅପେକ୍ଷା

ଶେଷ ହୋଇଛି ଚଳିତ ବର୍ଷର କଟକ ବାଲିଯାତ୍ରା

ଶେଷ ହେଲା ବାଲିଯାତ୍ରା, ଆର ବର୍ଷକୁ ଅପେକ୍ଷା
ସୌଜନ୍ୟ: ସୋସିଆଲ ମିଡିଆ

କଟକ: ଶେଷ ହୋଇଛି ଚଳିତ ବର୍ଷର କଟକ ବାଲିଯାତ୍ରା । ଶେଷଦିନରେ ବି ପଡ଼ିଆ ଉଚ୍ଛୁଳି ପଡ଼ିଥିବା ପରିଲକ୍ଷିତ ହୋଇଛି । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା ବାଣିଜ୍ୟିକ ମହାକୁମ୍ଭର ଶେଷ ଦିବସରେ ସ୍କୁଲ କଲେଜ ଛୁଟି ଥିବାରୁ ଦର୍ଶକଙ୍କ ଗହଳି ବୃଦ୍ଧି ପାଇଥିଲା । ଏଥର ବାଲିଯାତ୍ରାରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନା ମହାପାତ୍ର, ଦଲେର ମେହେନ୍ଦୀ, କେକେଙ୍କ ସହ ଅନେକ ନାମକରା ଓଡ଼ିଆ କଣ୍ଠଶିଳ୍ପୀ ଯୋଗଦେଇ ଲୋକଙ୍କ ମନୋରଞ୍ଜନ କରିଥିଲେ । ଏଥର ମହାନଦୀରେ ବୋଟିଂ ବ୍ୟବସ୍ଥା ସାଙ୍ଗକୁ ବାଲିଯାତ୍ରା ପଡିଆରେ ତିନି ଜଳାଶୟର ପୁନରୁଦ୍ଧାର, ପଥଉତ୍ସବ, ମୋ ସାଇକେଲ, ମୋ ରିକ୍ସା, ତାରକସି ପ୍ୟାଭିଲିୟନ, ମୋ କଟକ ପ୍ୟାଭିଲିୟନ ଆଦି ସବୁଠୁ ଆକର୍ଷଣୀୟ ଥିଲା ।  କଟକ ବାଲିଯାତ୍ରା ଚାଲିଥିଲା ବେଳେ ଏହାକୁ ରାଜ୍ୟ ସ୍ତରୀୟ ମେଳାର ମାନ୍ୟତା ମିଳିବା ବି ଉଲ୍ଲେଖନୀୟ ଥିଲା । ରବିବାର ଓ ଶେଷ ଦିନର ଗହଳି ବାଲିଯାତ୍ରାରେ ପୂର୍ବ ରେକର୍ଡ ଭାଙ୍ଗିଥିଲା । ପ୍ରଥମ କରି ଏଥର ବାଲିଯାତ୍ରାର ସମସ୍ତ ପାର୍କିଂ ସ୍ଥାନ ପୂରଣ ହୋଇଯାଇଥିଲା । ପୁଣି ଆରବର୍ଷକୁ ଏହି ବାଣିଜ୍ୟିକ ମେଳାକୁ ଲୋକଙ୍କ ଅପେକ୍ଷା ରହିଛି ।