ବିବାଦରେ 'ବରଫି' ବାଲି, ପ୍ରଶ୍ନ ଉଠାଇଲେଣି ପରିବେଶବିତ୍
Advertisement

ବିବାଦରେ 'ବରଫି' ବାଲି, ପ୍ରଶ୍ନ ଉଠାଇଲେଣି ପରିବେଶବିତ୍

ଗାଇଡଲାଇନ ନମାନି ଜିଲ୍ଲା ପ୍ରଶାସନ ନଦୀରୁ ବାଲି ବାହାର କରିବା ସହିତ ମୁହାଣ ପୋତା ଯିବା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ ।

ଫାଇଲ ଫଟୋ

ଚିନମ ଜଗନ୍ନାଥ ପାତ୍ର, କଟକ: ନୂତନ ସିଡିଏ-୨ ଅଞ୍ଚଳ ଗଢ଼ିବା ପାଇଁ ପରିକଳ୍ପନା କରୁଛି ଜିଲ୍ଲା ପ୍ରଶାସନ । ଏଥିପାଇଁ କଟକ ମହାନଦୀ କୂଳର ହଡ଼ିଆପଠା ଅଞ୍ଚଳରୁ ୪ଶହ ଏକକର ସ୍ଥାନରେ ନୂତନ ବରଫି ଯୋଜନା ମଧ୍ୟ ଆରମ୍ଭ ହୋଇସାରିଛି । ଏହି ଯୋଜନାରେ ମହାନଦୀ କୂଳରେ ରହିଥିବା ବିରାଟ ସ୍ଥାନକୁ ବାଲି  ଫିଲିଂ କରାଯାଉଛି । ଏହି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ହେଲେ ଏସବୁ ପକ୍ରିୟାକୁ ନେଇ ଦେଖାଦେଇଛି ବିବାଦ ।  ମହାନାଦୀକୁ ନେଇ ଏନଜିଟି ସ୍ୱତନ୍ତ୍ର ଗାଇଡଲାଇନ ରହିଥିବା ବେଳେ ଏହାକୁ ନମାନି ଜିଲ୍ଲା ପ୍ରଶାସନ ନଦୀରୁ ବାଲି ବାହାର କରିବା ସହିତ ମୁହାଣ ପୋତା ଯିବା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ । ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି ସବୁ କିଛି ଆଇନ ଅନୁଯାୟୀ କାର୍ଯ୍ୟ ହେଉଛି । 

ସ୍ପୋର୍ଟସ କମ୍ପଲେକ୍ସ ସହିତ ରହିବ ଅତ୍ୟାଧୁନିକ ଏସସିବି ମେଡିକାଲ-୨ । ଖେଳ କୁଦ ଲାଗି ସ୍ୱତନ୍ତ୍ର ପଡିଆ ସହିତ ରହିବ ସବୁଜ ପରିବେଶ । ଗୋଟିଏ ସ୍ଥାନରେ ଏହି ସମସ୍ତ ସେବା ରଖିବା ଲାଗି ହୋଇଛି ଯୋଜନା । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗ୍ରସ୍ତ କରିବା ପରେ ଏଭଳି କିଛି ପରିକଳ୍ପନା କରିଥିଲେ । ଏହି ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ବରଫି ନାଁ ଦେଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ବଛା ଯାଇଛି କଟକର ମହନଦୀ କୂଳରେ ରହିଥିବା ହାଡ଼ିଆପଠାରୁ ୪ଶହ ଏକରର ସ୍ଥାନ । ଏହି ସ୍ଥାନକୁ ସମତଳ କରିବା ପାଇଁ ବାଲି ଫିଲିଂ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ତେବେ ମହାନାଦୀକୁ ନେଇ ଏନଜିଟିର ସ୍ୱତନ୍ତ୍ର ଗାଇଡଲାଇନ ରହିଥିବା ବେଳେ ଏହାକୁ ନମାନି ଜିଲ୍ଲା ପ୍ରଶାସନ ନଦୀରୁ ବାଲି ବାହାର କରିଥିବା ଅଭିଯୋଗ ହୋଇଛି । ପରିବେଶବିତ୍ ବିଶ୍ୱଜିତ ମହାନ୍ତି ଏପରି ଅଭିଯୋଗ କରିଛନ୍ତି । 

ବାଲି ଫିଲିଂ କରାଯାଉଥିବା ସ୍ଥାନ ସମ୍ପୂର୍ଣ୍ଣ ମହାନଦୀ କୂଳ ପରିସରଭୁକ୍ତ ରହିଛି । ମାତ୍ର ପର୍ଯ୍ୟାନୁକ୍ରମେ ପାଣିର ମାତ୍ରା ହ୍ରାସ ପାଇବା ପରେ ସେଠାରେ ଏକ ଉପକୂଳ ସ୍ଥାନ ଗଢ଼ିଉଠିଥିଲା । ଏହି ସ୍ଥାନରେ ବିଭିନ୍ନ ଜାଇକାର ବିଭିନ୍ନ କନଷ୍ଟ୍ରକସନ କାମ ସହିତ ମୁହାଣ ପୋତା ଯାଉଥିବାରୁ ମହାନଦୀ ପ୍ରଦୂଷଣ ନେଇ ବିବାଦ ମଧ୍ୟ ତେଜିଥିଲା । ଏହାପରେ ଏହି ସ୍ଥାନକୁ କୌଣସି ମତେ ପୋତା ନ ଯିବା ସହିତ କୌଣସି ସ୍ଥାୟୀ ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ଏନଜିଟି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ।  ଏହା ସତ୍ତ୍ୱେ ମଧ୍ୟ ୪ଶହ ଏକକର ସ୍ଥାନରେ ବାଲି ଦ୍ୱାରା କିପରି ପୋତା ଯାଇଛି ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ଅପରପଟେ ଏନଜିଟିର ସମସ୍ତ ଗାଇଡ଼ଲାଇନ ପରିସରରେ ହିଁ କାର୍ଯ୍ୟ କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ଭାବନୀଶଙ୍କର ଚଇନୀ ।

କିଛି ପରିବେଶବିତ୍ ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ଏନଜିଟିର ଦ୍ୱାରସ୍ଥ ହେବା ଲାଗି ଅଣ୍ଟା ଭିଡ଼ିଲେଣି । ଏପିରି ସ୍ଥିତିରେ ଜିଲ୍ଲା ପ୍ରଶାସନର ଏହି ପରିକଳ୍ପନା ବାସ୍ତବ ରୂପ ନେବାରେ କେତେ ଦୂର ସଫଳ ହେଉଛି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ; ଶାହଙ୍କ ୧୨୦+ ମିଶନ ପରି ନଡ୍ଡାଙ୍କ ଫୋକସ୍ ବି ଫୁସକି ଯିବ !