କଟକରେ ବୋମା ମାଡ଼

ମିଳିତ ସୂଚନା ମୁତାବକ, ଗୋଟିଏ ବାଇକରେ ୨ ଜଣ ଯୁବକ ଆସି ବୋମାମାଡ କରିଥିବା ଜଣାପଡିଛି । ଏହି ବୋମା ମାଡ଼ ଘଟଣା ପଛରେ କଣ କାରଣ ରହିଛି, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହି ।

କଟକରେ ବୋମା ମାଡ଼
ପ୍ରତୀକାତ୍ମକ ଫଟୋ

ଜଗନ୍ନାଥ ପାତ୍ର, କଟକ: କଟକ ଓଡ଼ିଆ ବଜାରରେ ଅଞ୍ଚଳରେ ବୋମା ମାଡ଼ ଘଟଣା ଘଟିଛି । ଓଡ଼ିଆ ବଜାର ସ୍ଥିତ ଏସକେ ବାବୁଙ୍କ ବାସଭବନ ଆଗରେ ଏହି ବୋମାମାଡ ଘଟଣା ଘଟିଛି । କିଛି ଦୁବୃର୍ତ୍ତ ଏହି କାଣ୍ଡ ଘଟାଇଛି ବୋଲି ଜଣା ପଡିଛି । ବୋମା ମାଡ଼ ପରେ ଘଟଣା ସ୍ଥଳରେ ପୋଲିସ ଆସି ପହଞ୍ଚିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ମିଳିତ ସୂଚନା ମୁତାବକ, ଗୋଟିଏ ବାଇକରେ ୨ ଜଣ ଯୁବକ ଆସି ବୋମାମାଡ କରିଥିବା ଜଣାପଡିଛି । ଏହି ବୋମା ମାଡ଼ ଘଟଣା ପଛରେ କଣ କାରଣ ରହିଛି, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହି । ସେପଟେ କିଏ ବୋମା ମାଡ଼ କରିଛି, ତାହାକୁ ନେଇ ଘଟଣାସ୍ଥଳରେ ଦରଘାବଜାର ଥାନା ପୋଲିସ ଛାନବିନ ଆରମ୍ଭ କରିଛି । ତେବେ ପ୍ରାର୍ଥମିକ ତଦନ୍ତରେ ଏହା ଏକ ପାରିବାରିକ ଅଶାନ୍ତିର କାରଣ ଯୋଗୁଁ ବୋମା ମାଡ଼ ହୋଇଥିବା ସୂଚନା ମଲିଛି । ଏହାସହ ବୋମା ମାଡ ଘଟଣାରେ କେହି ବି ଆହତ ହୋଇ ନଥିବା ଜଣାପଡିଛି ।