ବାଇମୁଣ୍ଡି ବିଜେଡି ନା ବିଜେପି ?

ମହାନଦୀ ପଠାରେ ଠିଆ ହେବ ନୂତନ ସିଡିଏ ।

ବାଇମୁଣ୍ଡି ବିଜେଡି ନା ବିଜେପି ?
ଫାଇଲ ଫଟୋ

କଟକ: ମହାନଦୀ ପଠାରେ ଠିଆ ହେବ ନୂତନ ସିଡିଏ । କଟକ ସହରବାସୀଙ୍କୁ ଅନେକ ଉନ୍ନତମାନର ସେବା ଯୋଗାଇବା ପାଇଁ ନୂଆ ପରିକଳ୍ପନା ମଧ୍ୟ କରାଯାଉଛି । ଏଥିପାଇଁ ହାଡିଆପଠାରୁ ହଟିଯାଇପାରେ ବଡ଼ବଡ଼ ଗଛ । ହଜାର ହଜାର ଗଛ ମଧ୍ୟରେ ସୌନ୍ଦର୍ଯ୍ୟ ବଢାଉଥିବା ମହାନଦୀ କୂଳରେ ସ୍ଥାପନ ହେବ ନୂତନ ସିଡିଏ ଅଞ୍ଚଳ । 

ମହାନଦୀ କୂଳରେ ସୃଷ୍ଟି ହୋଇଥିବା ୪୩୦ ଏକର ସ୍ଥାନରେ କଟକ ସହରବାସୀଙ୍କୁ ଅନେକ ଉନ୍ନତ ମାନର ସେବା ଯୋଗାଇବା ପାଇଁ ନୂଆ ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସୃଷ୍ଟି ହୋଇଥିବା ସ୍ଥଳ ଭାଗରେ ବାଲି ଫିଲିଂ କାମ କରାଯାଉଛି । ବାଲି ଫିଲିଂ ଦ୍ୱାରା ଅନେକ ଗଛ ପୋତି ହେବାରେ ଲାଗୁଛି । ଏପିରି ସ୍ଥିତିରେ SCBର ଦ୍ୱିତୀୟ କ୍ୟାମ୍ପସ ପ୍ରକଳ୍ପ ସ୍ଥାପନ ହେଲେ ଶତାଧିକ ଗଛ ମଧ୍ୟ କଟାଯିବା ନେଇ ସମ୍ଭାବନା ରହିଛି । 

ସେପଟେ ସହରର ବିକାଶ ନାଁରେ ଶତାଧିକ ପରିମାଣରେ ଗଛକୁ ବଳି ଦିଆଯିବା ଘଟଣାକୁ ନାପସନ୍ଦ କରିଛନ୍ତି ବିଜେପି ନେତା ସମୀର ଦେ । ତେବେ ୧୯୯୯ ମହାବାତ୍ୟା ପରେ କଟକ ସହରର ଅନେକ ପ୍ରଭାବିତ ହୋଇଥିଲା । ଖାସ କରି ଅନେକ ଗଛ ଭାଙ୍ଗିଥିଲା । ଏହି ସମୟରେ ଏକ କୃତିମ ଜଙ୍ଗଲ ସୃଷ୍ଟି କରିବା ଲାଗି ହାଡିଆପଠାକୁ ବଛା ଯାଇଥିଲା । ଏବେ ଏହି ସମସ୍ତ ଗଛକୁ ହଟାଯିବା ଲାଗି ସମ୍ଭାବନା ବଢ଼ିଥିବାରୁ ଅନେକ ସମସ୍ୟା ଦେଇ କଟକ ସହର ଗତି କରିବ ବୋଲି ପୂର୍ବାନୁମାନ କରିଛନ୍ତି ପରିବେଶବିତ୍ ।

ଆହୁରି ପଢ଼ନ୍ତୁ; କାର୍ଯ୍ୟକର୍ତ୍ତାଙ୍କୁ କ'ଣ ଉଦବୋଧନ ଦେଲେ ସମୀର ?