ଏଥର ଜମିବ ଖ୍ରୀଷ୍ଟମାସ

ଏହି କେକ୍  ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ପଡିଥାଏ ସେଓ, ଅଙ୍ଗୁର ଠାରୁ କାଜୁ କିସମିସ୍  ଭଳି ୨୭ଟି ପ୍ରକାରର ଡ୍ରାଏ ଫ୍ରୁଟସ୍ । ମସ୍ତ ଡ୍ରାଏ ଫ୍ରୁଟ୍ ମିଶ୍ରଣ କରାଯାଇ ଏହି କେକ୍ ପ୍ରସ୍ତୁତ କରାଯାଇଥାଏ ।

ଏଥର ଜମିବ ଖ୍ରୀଷ୍ଟମାସ

ଅମିତ ମହାନ୍ତି, କଟକ: ଖ୍ରୀଷ୍ଟମାସରେ ସାଧାରଣତଃ କେକ୍ ର ବେଶ୍ ଚାହିଦା ରହିଥାଏ । ଏଥିଲାଗି ବିଭିନ୍ନ ଭେରାଇଟିର କେକ୍ ମାର୍କେଟରେ ଦେଖିବାକୁ ମିଲିଥାଏ । ହେଲେ ଚଳିତ ବର୍ଷ କଟକର ଏକ ପ୍ରତିଷ୍ଠିତ ହୋଟଲ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଥର ପ୍ରସ୍ତୁତ କରୁଛି ପ୍ଲମ କେକ୍। 

ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ୧୬ ଶହ ଶତାବ୍ଦିରେ ଇଂଲଣ୍ଡ ଠାରେ ଏହି କେକ୍ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ୨୭ ପ୍ରକାରର ଡ୍ରାଏ ଫ୍ରୁଟସ୍ ମିଶ୍ରଣ କରାଯିବା ପରେ ୨୧ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଥାଏ । ଏଥର ବିଦେଶୀ ପ୍ଲମ କେକ୍ ପ୍ରତି ଲୋକଙ୍କ ଆକୃଷ୍ଟ ବଢିବ ବୋଲି  ଆଶା ରଖିଛନ୍ତି ହୋଟେଲ କର୍ତ୍ତୂପକ୍ଷ । ଏହି କେକ୍  ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ପଡିଥାଏ ସେଓ, ଅଙ୍ଗୁର ଠାରୁ କାଜୁ କିସମିସ୍  ଭଳି ୨୭ଟି ପ୍ରକାରର ଡ୍ରାଏ ଫ୍ରୁଟସ୍ । ମସ୍ତ ଡ୍ରାଏ ଫ୍ରୁଟ୍ ମିଶ୍ରଣ କରାଯାଇ ଏହି କେକ୍ ପ୍ରସ୍ତୁତରେ ବ୍ୟବହାର କରାଯାଇଥାଏ । ସମସ୍ତ ଡ୍ରାଏ ଫ୍ରୁଟକୁ ମିଶ୍ରଣ କରିବା ପାଇଁ ୨୧ ଦିନ ଯାଏଁ ଶୁଖିବା ଲାଗି ଛଡା ଯାଇଥାଏ । ଏହି  ୨୧ ଦିନ ପରେ ଏହା ଉପରେ କେକ୍ ର ଲେୟାର ଦେଇ ପ୍ରସ୍ତୁତ କରାଯାଇଥାଏ ପ୍ଲମ କେକ୍ । ଏଥିରେ ସାମଗ୍ରୀ ବାବଦକୁ ୱାଇନ୍ କୁ ମଧ୍ୟ ବ୍ୟବହାର କରାଯାଇ କେକ୍ ର ରୂପ ଦିଆଯାଉଛି । ଏହି ସମସ୍ତ ପ୍ରସ୍ତୁତି ଇଂଲଣ୍ଡର ସୁପ୍ରସିଦ୍ଧ ପ୍ଲମ କେକ୍ ପାଇଁ କରାଯାଇଛି ।