ଜୁନ ୨୨ ତାରିଖ ସୁଧା ରଥନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ
Advertisement

ଜୁନ ୨୨ ତାରିଖ ସୁଧା ରଥନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ

ମଙ୍ଗଳବାର ମାମଲାର ଶୁଣାଣୀ ସମୟରେ ସରକାରଙ୍କ ପକ୍ଷରୁ ଆଡଭକେଟ ଜେନେରାଲ ଯୁକ୍ତି ଉପସ୍ଥାପନା କରିଥିଲେ ।

ଫାଇଲ ଫଟୋ

ଜଗନ୍ନାଥ ପାତ୍ର, କଟକ: ଆସନ୍ତା ଜୁନ ୨୨ ତାରିଖ ସୁଧା ରଥନିର୍ମାଣ କାମ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କଟକର ଜୟନ୍ତ କୁମାର ବଳଙ୍କ ଆବେଦନକୁ ବିଚାରକରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ମଙ୍ଗଳବାର ମାମଲାର ଶୁଣାଣୀ ସମୟରେ ସରକାରଙ୍କ ପକ୍ଷରୁ ଆଡଭକେଟ ଜେନେରାଲ ଯୁକ୍ତି ଉପସ୍ଥାପନା କରିଥିଲେ । ସେ ଜଣାଇଥିଲେ ଯେ ବିଳମ୍ୱରେ ହେଲେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଲକ୍‌ଡାଉନ ପରିସ୍ଥିତି ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ୱରେ ଆରମ୍ଭ କରାଯାଇଥିଲା । ଏ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ମିଲିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଜାରୀ ରହିଛି, ଏବଂ ଏହା ନିର୍ଦ୍ଧାରିତ ସମୟରେ ଶେଷ ହେବା ନେଇ ସେ କୋର୍ଟଙ୍କୁ ଅବଗତ କରାଇଥିଲେ । ଏହାପରେ ମାମାଲାର ଶୁଣାଣୀ ଶେଷ କରି ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି ।