କଟକରେ କେମିତି ଚାଲିଛି କୋରୋନା ମୁକାବିଲା ?
Advertisement

କଟକରେ କେମିତି ଚାଲିଛି କୋରୋନା ମୁକାବିଲା ?

କଟକ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ବା ଜିଲ୍ଲାକୁ ଯିବା ଏବଂ ଆସିବା ନେଇ ଧିରେ ଧିରେ ରେଜିଷ୍ଟେସନର ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବାରେ ଲାଗୁଛି ।

ଫାଇଲ ଫଟୋ

ଜଗନ୍ନାଥ ପାତ୍ର, କଟକ: କଟକ ଜିଲ୍ଲାରେ ମଧ୍ୟ ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା । ଗତକାଲି ତିଗିରିଆ ଅଞ୍ଚଳରୁ ଦ୍ୱିତୀୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । କୋରୋନା ପଜିଟିଭ୍ ଜଣଙ୍କ ଗୋଷ୍ଠୀ ସଂକ୍ରମଣ ଶିକାର ହୋଇନାହାନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳ ଲୋକେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ । ସେହିପରି କଟକ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ବା ଜିଲ୍ଲାକୁ ଯିବା ଏବଂ ଆସିବା ନେଇ ଧିରେ ଧିରେ ରେଜିଷ୍ଟେସନର ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବାରେ ଲାଗୁଛି ।

ପୁଣି ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା । ଟିଗିରିଆରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କଟକ ପ୍ରଶାସନ ତତ୍ପର ହୋଇଉଠିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ସେନେଇ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆକ୍ରାନ୍ତ ଜଣକ କୌଣସି  ଗୋଷ୍ଠୀ ସଂକ୍ରମଣର ଶିକାର ହୋଇନାହାଁନ୍ତି । ତେଣୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ପୂର୍ବ ଅପେକ୍ଷା ଏବେ ଅଧିକ ସଂଖ୍ୟାରେ ପ୍ରବାସୀ ଓଡିଆଙ୍କ ଗତିବିଧି କଟକ ଜିଲ୍ଲାରେ ବଢିଛି । ତେଣୁ କ୍ୱାରେଣ୍ଟାଇନ ହୋମରେ କିପରି ଲୋକେ ସୁରଖିତ ରହିବେ ଓ ସ୍ୱାସ୍ଥ୍ୟକର ଖାଦ୍ୟ ମିଳିବ, ସେନେଇ ଅଧିକ ଧ୍ୟାନ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ।

ସେହିପରି ରାଜ୍ୟ ତଥା ଜିଲ୍ଲା ବାହାରକୁ ଯିବା ଓ ଆସିବା ଅନୁମତି ଲାଗି ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲିଛି କଟକ ଜିଲ୍ଲା ପ୍ରଶାସନ । ଆଜି ସୁଧା ପ୍ରାୟ ୩ ହଜାର ରେଜିଷ୍ଟେସନ ଏଠାରେ ହୋଇଛି । ପ୍ରତିଦିନ ଏବେ ଆବସିକ କାର୍ଯ୍ୟାଳୟରେ ଆବେଦନକାରୀଙ୍କ ସଂଖ୍ୟା ଢେର ବଢୁଛି । ସେହି ଅନୁପାତରେ କଟକ ଜିଲ୍ଲାରେ ଉଭୟ ଅନଲାଇନ ଓ ଅଫଲାଇନରେ ଏହି ସଂଖ୍ୟା ୪୦ ହଜାର ଅତିକ୍ରମକରିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ସମସ୍ତ ବ୍ୟବସ୍ଥାକୁ ନେଇ ଆବେଦନକାରୀ ସନ୍ତୁଷ୍ଠ ମଧ୍ୟ ଅଛନ୍ତି ।