ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ କଟକ ପ୍ରସ୍ତୁତ

ଆଉ ମାତ୍ର ୨ ଦିନ । ଏହାପରେ ବିଦାୟ ନେବ ୨୦୧୯ ।

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ କଟକ ପ୍ରସ୍ତୁତ

କଟକ: ସରିବ ୨୦୧୯ ବର୍ଷ । ଆସିବ ନୂଆ ବର୍ଷ ୨୦୨୦ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ କଟକ ସହର ପ୍ରସ୍ତୁତ । ବିଭିନ୍ନ କ୍ଲବ ପକ୍ଷରୁ ସ୍ୱତନ୍ତ୍ର ଜିରୋ ନାଇଟ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଜିରୋ ନାଇଟ୍ ପାଇଁ କୋଲକାତା ଓ ମୁମ୍ବାଇ କଳାକାରଙ୍କୁ ଆଣିବାକୁ ଯୋଜନା କରୁଛନ୍ତି ବିଭିନ୍ନ କ୍ଲବ୍ । ନୂଆ ବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ଅପେକ୍ଷା କରିଛନ୍ତି କଟକବାସୀ ।

ନୂଆ ଆଶା ଉଦ୍ଦୀପନା ନେଇ ଆସିବ ୨୦୨୦ । ଏହାକୁ ସ୍ୱାଗତ କରିବା ପାଇଁ କଟକରେ ଜୋରଦାର ପ୍ରସ୍ତୁତି । ୟୁନିୟନ୍ ଓ ଓସିଏ କ୍ଲବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଓଡ଼ିଆ କଳାକାରଙ୍କ ସମେତ କୋଲକାତା ଓ ମୁମ୍ବାଇରୁ ନୃତ୍ୟଶିଳ୍ପୀଙ୍କୁ ଆଣିବା ପାଇଁ ଯୋଜନା କରୁଛି କ୍ଲବ୍ । ଜିରୋ ନାଇଟ୍ ପାଳନ ପାଇଁ ବିଭିନ୍ନ କ୍ଲବ ପକ୍ଷରୁ ପ୍ରସ୍ତୁତି ହୋଇଛି । ନୂଆ ବର୍ଷରୁ କିପରି ଓ କେଉଁଠି ପାଳନ କରାଯିବ ସେ ନେଇ ବିଭିନ୍ନ ପ୍ଲାନିଂ କରିଛନ୍ତି କଟକବାସୀ । ସେପଟେ, ପ୍ରତିବର୍ଷ ପରି ଏଥର ମଧ୍ୟ ନୂଆ ବର୍ଷକୁ ବହୁ ଆନନ୍ଦଉଲ୍ଲାସରେ ପାଳିବାକୁ କଟକବାସୀଙ୍କ ଲକ୍ଷ୍ୟ ରହିଛି ।