close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଚାନ୍ଦିରେ ଚମକୁଛି ତାରକସିର ସହର

ଆଜି ମହାମାୟାଙ୍କ ମହାନବମୀ  । ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।

ଚାନ୍ଦିରେ ଚମକୁଛି ତାରକସିର ସହର
କଟକ ଚାନ୍ଦିନୀଚୌକର ଚାନ୍ଦିମେଢ଼

କଟକ: ଆଜି ମହାମାୟାଙ୍କ ମହାନବମୀ  । ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ହୋମ ଯଜ୍ଞ, ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଚିତ୍ତାକର୍ଷଣ ମେଢ଼ରେ ଝଲସୁଛି ପୂଜା ପେଣ୍ଡାଲ । ପୂଜା ମଣ୍ଡପ ଗୁଡିକରେ ଜମୁଛି ନାହିଁନଥିବା ଭିଡ଼ । ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା ଚାଲିଥିବା ବେଳେ ଶକ୍ତି ପୀଠଗୁଡିକରେ ଦଶମୀ ପାଳନ କରାଯାଇଛି ।

ମଣ୍ଡପରେ ମହାମାୟାଙ୍କ ନବମୀ ପୂଜା ଚାଲୁଥିବା ବେଳେ , ପୀଠେରେ ଚାଲିଛି ଦଶମୀ ପୂଜା ।  ରାଜ୍ୟରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମହାନବମୀ ମହା ଆଡ଼ମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହେଉଛି । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ । ଘଣ୍ଟ ଘଣ୍ଟା, ଶଙ୍ଖ ଓ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।
ଆଜି ସକାଳୁ ସକାଳୁ କଟକର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ମହାନବମୀ ସହ ଯୋଡି ରହିଛି ଅନେକ ପ୍ରଚୀନ ପରମ୍ପରା । ଏହି ପରମ୍ପରା ଅନୁସାରେ କଟକ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ନବଦେବୀଙ୍କର ପୂଜା ବା କୁମାରୀ ପୂଜା ପରମ୍ପରା ରହିଛି । ମହାନବମୀ ତୀଥିରେ ନଅ ଜଣ ଝିଅଙ୍କୁ ନବ ମାତୃକାର ଆଖ୍ୟା ଦେଇ ପୂଜା କରାଯାଇଛି । ଧାକ୍ ବାଜାର ତାଳେ ତାଳେ ପବିତ୍ର ଶଙ୍ଖ ଧ୍ୱନିରେ ହରିପୁର ବାସିନ୍ଦା କୁମାରୀ ପୂଜା କରି ମାତୃଶକ୍ତିର ଆରଧନା କରିଛନ୍ତି ।

ପୂଜା ମଣ୍ଡପରେ ମହାନବମୀ ପାଳିତ ହେଉଥିବା ବେଳେ ଦେବୀ ପୀଠ ଗୁଡିକରେ ଦଶହରା ବା ମହାଦଶମୀ ପାଳନ କରାଯାଇଛି । ଷୋଡ଼ଶ ଦିନାତ୍ମକ ପୂଜା କାଳରେ ଦେବୀ ପୀଠରେ ମା ରାଜରାଜେଶ୍ବରୀ, ସିଂହବାହିନୀ, ହରଚଣ୍ଡୀ, ମହାଲକ୍ଷ୍ମୀ, ମହିଷାମର୍ଦ୍ଦିନୀ ସହ ଆହୁରି ଅନେକ ବେଶରେ ଶ୍ରଦ୍ଧାଳୁଙ୍କୁ  ଦର୍ଶନ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ଦେବୀ ପୀଠଗୁଡିକରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଧୂପ, ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ ଶ୍ରଦ୍ଧାଳୁ । ସେହିପରି ଦେବୀ ପୀଠ ଗୁଡିକରେ ଆଜି ଆମିଷ ପୂଜା ବି କରାଯାଇଛି । ପୀଠଗଡିକରେ ଦେବୀଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳି ବୋଲି ପ୍ରଗାଢ ବିଶ୍ୱାସ ରହିଛି ।

ସେହିପରି କଟକର ଅନ୍ୟତମ ପୁରୁଣା ମେଢ ବା ମୁଖ୍ୟ ମେଢର ମାନ୍ୟତା ପାଇଥିବା ଚାନ୍ଦିନୀଚୌକ ଦେବୀଙ୍କ ନିକଟରେ ଆଜି ସଂନ୍ଧ୍ୟା ସମୟରେ ଲାଗି କରାଯାଇଥିବ ପ୍ରସିଦ୍ଧ ମାଛ ଭୋଗ । ଏହି ମାଛ ଭୋଗ ପାଇବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ।ମହାନବମୀରେ ଲୋକେ ପରିବାର ସହ ପୂଜା ପେଣ୍ଡାଲ ବୁଲିବା ସହ ଚାନ୍ଦିନୀଚୌକ ଓ ରାଣିହାଟ  ପାଖରେ ପଡିଥିବା ମୀନା ବଜାର ବୁଲି ବିଭିନ୍ନ ସୁଶ୍ୱାଦୁ ଖାଦ୍ୟ ଓ କିଣାକିଣିର ମଜା ନେଉଛନ୍ତି । ତେବେ ଆଜି ଅପରାହ୍ନରେ କଟକ ଓ ଭୁବନେଶ୍ବରରେ ବର୍ଷା ହୋଇଥିବାରୁ ପୂଜା ବୁଲା କିଛି ଫିକା ପଡିଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ମଣ୍ଡପରେ ଦଶମୀ ପାଳନ ସହ ରାବଣ ପୋଡି ଉତ୍ସବ ପାଳନ କରାଯିବ । ଏଥିପାଇଁ ଟୁଇନ୍‌ ସିଟିରେ ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଛନ୍ତି ପୋଲିସ କମିଶନର ।