• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ପିଆଜ@୧୦୦: କ'ଣ କହିଲେ କଟକ ଜିଲ୍ଲାପାଳ ?

ପିଆଜ ଦର ଶହେ ପାର ହେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲାପାଳ । କଟକରେ ପିଆଜ ଦର ଉଦବେଗ ଜନକ ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଖୁବ ଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି ସେ କହିଛନ୍ତି । 

ପିଆଜ@୧୦୦: କ'ଣ କହିଲେ କଟକ ଜିଲ୍ଲାପାଳ ?
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କଟକ: ପିଆଜ ଦର ଶହେ ପାର ହେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲାପାଳ । କଟକରେ ପିଆଜ ଦର ଉଦବେଗ ଜନକ ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଖୁବ ଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି ସେ କହିଛନ୍ତି । 

ସେହିପରି କଳାବଜାରୀ ଉପରେ ରୋକ ଲାଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି କଟକ ଜିଲ୍ଲାପାଳ । ଏଥିପାଇଁ ବିଭାଗୀୟ ଅଧିକାରୀ ଆଲର୍ଟ ଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ।  ଆଗକୁ ପିଆଜ ଦର ନିୟନ୍ତ୍ରଣରେ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । 

ସେପଟେ କେବଳ ଗରିବ ଲୋକ ନୁହେଁ, ଧନୀଙ୍କ ଭାତ ଥାଳି ପାଖରୁ ମଧ୍ୟ ପିଆଜ ଉଭାନ ହେବାରେ ଲାଗିଲାଣି । ପିଆଜ ଦେଖିଲେ ଏବେ ଆଖିର ଲୁହ ବାହାରୁଛି । ରେସ୍ତୋରାୟ , ହୋଟେଲ ଗୁଡିକରେ ତ ପିଆଜ ଦେବାକୁ ମାଲିକମାନେ ସିଧାସିଧା ମନା କରିଦେଉଛନ୍ତି । ଏମିତିକି ପିଆଜ ବଦଳରେ ମୂଳା ଗ୍ରାହକଙ୍କୁ ଦେଉଥିବା ଦେଖିବାକୁ ମିଳୁଛି । ସ୍ଥିତି ଏପରି ହହୋଇଛି ଯେ ଚିଲି ଆଇଟମରେ ପିଆଜ କମ୍ ବନ୍ଧାକୋବି, ମୂଳା ଅଧିକ ଦିଆଯାଉଛି । 

ସପ୍ତାହେ ତଳେ ଥିଲା ୫୦ ଟଙ୍କାରୁ  ୬୦ ଟଙ୍କା । ଏବେ ଏହା ୮୦ ରୁ ୯୦ଟଙ୍କା ହୋଇଛି । କିଛି ସ୍ଥାନରେ ଶହେ ବି ଛୁଇଁଲାଣି । ଯାହାକୁ ନେଇ ଏବେ ଖାଉଟି ସହ ବେପାରୀ ବି ଚିନ୍ତାରେ ।  ବେପାରୀମାନେ ପିଆଜ ଏବେ ୭୦ରୁ ୭୫ ଟଙ୍କାରେ କିଣୁଥିବା ବେଳେ  ୮୦ ରୁ ୯୦ ଟଙ୍କାରେ ବିକ୍ରି କରୁଛନ୍ତି । 

ସେପଟେ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କମ ରହିଥିବାରୁ ଦର  ଏଭଳି ଆକାଶ ଛୁଆଁ ହୋଇଛି ।  ଉଭୟ ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର, ସମସ୍ତେ ଦର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ।  ସେପଟେ ଖାଲି ପିଆଜ ନୁହେଁ, ସବୁ ପରିବା ଦର ଆକାଶ ଛୁଆଁ ହୋଇଛି । ବାଇଗଣ ଓ ଟମାଟକୁ ଛାଡିଦେଲେ ଆଉ ସବୁ ପରିବା ଦାମ ଏବେ  ୬୦ ଟଙ୍କା ଉପରେ ରହିଛି । 

ଆହୁରି ପଢନ୍ତୁ; ବିଜେପିକୁ 'ମହା' ଝଟକା ! ଆସନ୍ତାକାଲି ଫ୍ଲୋର ଟେଷ୍ଟ, ଗୁପ୍ତ ଭୋଟକୁ କୋର୍ଟଙ୍କ ନା