ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ପରିସରରେ ସେ ରକ୍ତଦାନ କରିଥିଲେ ।
Trending Photos
କଟକ: କୋରୋନା ମୁକାବିଲା ପାଇଁ ଏବେ ସମଗ୍ର ଦେଶ ଲକଡାଉନ୍ ରହିଛି । ଏହି ସମୟରେ ରକ୍ତ ଭଣ୍ଡାର ଗୁଡ଼ିକରେ ରକ୍ତ ନଥିବା ଦେଖିବାକୁ ମିଳୁଛି । ଆଉ ଏସବୁ ଭିତରେ ନିଜେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂହ । ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ପରିସରରେ ସେ ରକ୍ତଦାନ କରିଥିଲେ ।
ଶନିବାର କଟକରେ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନରେ ରକ୍ତଦାନ କରିଥିଲେ କଟକ ଡିସିପି ଅଖିଲେଶ୍ୱର୍ ସିଂ । ଏଥି ସହ ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ ମଧ୍ୟ ରକ୍ତଦାନ କରିଛନ୍ତି । କୋରୋନା ପାଇଁ ରକ୍ତ ଅଭାବକୁ ଦୂର କରିବା ପାଇଁ କଟକରେ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ଆରମ୍ଭ କରାଯାଇଥିଲା । ତେବେ ଲକ୍ ଡାଉନ୍ ସମୟରେ ପୋଲିସର ଏପରି ଭୂମିକାକୁ ସବୁଠି ପ୍ରଶଂସା କରାଯାଉଛି । ଏବେ ଡିସିପି ଓ ଥାନା ଅଧିକାରୀଙ୍କ ଏଭଳି ରକ୍ତଦାନ ଅନେକଙ୍କୁ ଉତ୍ସାହିତ କରିବ ନିଶ୍ଚୟ ।