• ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ
  • ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଲା କିଲର କୋରୋନା
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ଚିହ୍ନଟ
  • UG/PG ପରୀକ୍ଷା ହେବ, ପୁଣି ୧୮ରେ ବୈଠକ
  • ଆଜି ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
  • ଦିଲ୍ଲୀ ଲାଜପତ ନଗର କପଡା ସୋରୁମରେ ଅଗ୍ନିକାଣ୍ଡ, ୧୬ ଦମକଳ ନିୟୋଜିତ
  • ଇସ୍ତଫା ଦେଲେ ତେଲେଙ୍ଗାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇ. ରାଜେନ୍ଦ୍ର
  • କୃଷକ ଆନ୍ଦୋଳନ: ୨୬ରେ ରାଜଭବନ ଘେରାଓ

ମାଟିରେ ନୁହେଁ, ପଞ୍ଚଗବ୍ୟରେ ପ୍ରସ୍ତୁତ ହେଉଛି ଦୀପ

 ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣକୁ ନେଇ ପଞ୍ଚଗବ୍ୟ ପ୍ରସ୍ତୁତ ହୋଇଥାଏ । ଏହି ସମସ୍ତ ଦ୍ରବ୍ୟକୁ ମିଶ୍ରଣ ସହିତ ଗେରୁ ମାଟିକୁ ଯୋଡାଯାଇଥାଏ ।

ମାଟିରେ ନୁହେଁ, ପଞ୍ଚଗବ୍ୟରେ ପ୍ରସ୍ତୁତ ହେଉଛି ଦୀପ

ଚିନଂ ଜଗନ୍ନାଥ ପାତ୍ର, କଟକ: ମାଟି ବଦଳରେ ଦୀପ ପାଇଁ ବ୍ୟବହାର ହେଉଛି ବୈଦ୍ୟଶାସ୍ତ୍ରର ପଞ୍ଚଗବ୍ୟ । ଯାହାଫଳରେ ଦୀପରେ ସଳିତା ଜଳିବା ପରେ ଦୀପପାତ୍ର ବି ଜଳିଯିବ । ଦୀପପାତ୍ର ଟି ଜଳିବା ପରେ ପାଉଁMରେ ପରିଣତ ହେବ । ଯାହା ସାର ରୂପରେ ବ୍ୟବହାର ମଧ୍ୟ କରାଯିବ । କୋରୋନା ସମୟରେ ଦୀପାବାଳୀରେ ବାୟୁ ପ୍ରଦୁଷଣକୁ ରୋକିବା ପାଇଁ ନୂଆ ପ୍ରୟାସ କରିଛନ୍ତି ରୂପାଞ୍ଜଳୀ ଓଝା ଓ ତାଙ୍କ ପରିବାର । 

ଅଧିକ ପଢନ୍ତୁ: ଟ୍ରମ୍ପଙ୍କ ସହ ଛାଡପତ୍ର ପରେ କେତେ ଟଙ୍କା ପାଇବେ ମେଲାନିଆ?

ବୈଦ୍ୟଶାସ୍ତ୍ରରେ ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣକୁ ନେଇ ପଞ୍ଚଗବ୍ୟ ପ୍ରସ୍ତୁତ ହୋଇଥାଏ । ଏହି ସମସ୍ତ ଦ୍ରବ୍ୟକୁ ମିଶ୍ରଣ ସହିତ ଗେରୁ ମାଟିକୁ ଯୋଡାଯାଇଥାଏ । ଏହାପରେ ଏକ ସ୍ୱତନ୍ତ୍ର ଫେର୍ମ ଦ୍ୱାରା ସାଧାରଣ ମାଟି ଦୀପ ଭଳି ଏହି ଦୀପକୁ ପ୍ରସ୍ତୁତ କରାଯାଇଥାଏ ।  ଦୈନିକ ୨ହରୁ ଉର୍ଦ୍ଧ ଦୀପ ନିଜ ହାଜରେ ପ୍ରସ୍ତୁତ କରିଥାନ୍ତି ରୂପାଞ୍ଜଳୀ । 

ନୂଆଢଙ୍ଗରେ ପ୍ରସ୍ତୁତ ପଞ୍ଚଗବ୍ୟ ଦୀପ ଏବେ ଅନେକଙ୍କ ପସନ୍ଦ ପାଳଟିଛି । ଖାସ କରି ଦୀପାବଳୀ ପାଇଁ ଅନେକ ବରାଦ ମଧ୍ୟ ପହଞ୍ଚିଲାଣି । ଏଥିପାଇଁ ଗ୍ରାହକଙ୍କୁ ଏହି ଭିନ୍ନ ଧରଣ ଦୀପ ଯୋଗାଇବା ପାଇଁ ପ୍ରସ୍ତୁତି ଜାରୀ ରଖିଛନ୍ତି । ଏବେ ୫ହଜାର ଦୀପ ପ୍ରସ୍ତୁତ କରିବା ପାଇଁ ଟାର୍ଗେଟ ରଖିଛନ୍ତି ରୂପାଞ୍ଜଳୀଙ୍କ ପରିବାର ।  

ରୂପାଞ୍ଜଳୀ ଓ ତାଙ୍କ ସ୍ୱାମୀ ରବିନ୍ଦ୍ର ନାଥ ପୂର୍ବରୁ ଗୋସେବା କରି ଆସୁଛନ୍ତି । ମାତ୍ର ଦୀନକୁ ଦିନ ଗୋ ସୁରକ୍ଷା ନେଇ ଚିନ୍ତା ବଢାଇଥାଏ । ଏପିରିକି ଦିନକୁ ଦିନ ଲୋକେ ଗୋମାତାଙ୍କ ବିଭିନ୍ନ ଜୈବିକ ପଦାର୍ଥ ଗୁରୁତ୍ୱ କୁ ଭୁଲି ଯାଉଛନ୍ତି । ତେଣୁ ଲୋକଙ୍କ ମଧ୍ୟରେ ଗୋମାତାର ସୁରକ୍ଷାର ସଚେତନତା ଓ ଗୁରୁତ୍ୱ ବୁଝାଇବା ଲାଗି ଏ ଭଳି ନୂଆ ମାଧ୍ୟମ ବାଛିଥିବା କୁହନ୍ତି ରୂପାଞ୍ଜଳୀ ଓଝା ।