କଟକ: କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ଥିବା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ଦେହାନ୍ତ ହୋଇଯାଇଛି । ଆଜି ଅପରାହ୍ଣ ୪.୨୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନରୁ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧିନ ରହିଥିଲେ । ତେବେ ଆଜି ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି ।
ସେପଟେ ଦୀର୍ଘ ୨୦ ଦିନ ଧରି କୋରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ ।