ଶିଶୁ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା
Advertisement

ଶିଶୁ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ୫ ବର୍ଷିୟ ଶିଶୁ ମୃତ୍ୟୁ ହୋଇଛି ବୋଲି  ଅଭିଯ଼ୋଗ କରିଛନ୍ତି ପରିବାର ଲୋକେ ।

 ଶିଶୁ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା

କଟକ: କଟକ ଏସସିବିରେ ୫ ବର୍ଷିୟ ଶିଶୁ ମୃତ୍ୟୁକୁ ନେଇ ଆଜି ସକାଳେ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ଅବହେଳାରୁ ୫ ବର୍ଷିୟ ଶିଶୁ ମୃତ୍ୟୁ ହୋଇଛି ବୋଲି  ଅଭିଯ଼ୋଗ କରିଛନ୍ତି ପରିବାର ଲୋକେ । 
ସୂଚନା ଅନୁସାରେ, କଟକ ସିଡିଏ ୬ ସ୍ଥିତ ହଇରାଣପୁର ବସ୍ତିର ୫ ବର୍ଷିୟ ଶିଶୁ ଛାତ ଉପରେ ଖେଳୁଥିବା ସମୟରେ ହଠାତ ଖସି ପଡିଥିଲେ । ପରିବାର ଲୋକେ ଶିଶୁଟିକୁ  ଶିଶୁଭବନକୁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡାବାରୁ ସଙ୍ଗେ ସଙ୍ଗେ କଟକ ଏସସିବିକୁ ନିଆଯାଇଥିଲା । ଏସସିବିରେ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରିବା ସମୟରେ କୌଣସି ଡାକ୍ତର ଆସିନଥିବା  କଥା ଅଭିଯୋଗ କରିଛନ୍ତି ପରିବାର ଲୋକେ । 

ଏହାପରେ  ପରିବାର ଲୋକେ କାଜୁଆଲିଟିରେ ଥିବା ଡାକ୍ତରଙ୍କ ଚାମ୍ୱରରେ ତାଲା ପକାଇ ଦେଇଥିଲେ । ଖବରପାଇ ମେଡିକାଲ୍ ଫାଣ୍ଡି ପୁଲିସ୍‌ ଓ ମଙ୍ଗଳାବାଗ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ପ୍ରାୟ ଘଣ୍ଟାଏ ଧରି ମେଡିକାଲ୍ ପରିସରରେ ଅଶାନ୍ତିର ବାତାବରଣ ଦେଖା ଦେଇଥିଲା । ମୃତଶରୀରକୁ ଘରକୁ ପଠାଇ ଦିଆଯିବା ପରେ ଉତ୍ତେଜନା କମିଥିଲା ।