ଚନ୍ଦ୍ରଗିରିରେ ମିଳିଲା ହାତୀ କଙ୍କାଳ; ହତ୍ୟା କରାଯାଇ ପୋତାଯାଇଥିବା ସନ୍ଦେହ, ତନାଘନା କରୁଛି STF
Advertisement

ଚନ୍ଦ୍ରଗିରିରେ ମିଳିଲା ହାତୀ କଙ୍କାଳ; ହତ୍ୟା କରାଯାଇ ପୋତାଯାଇଥିବା ସନ୍ଦେହ, ତନାଘନା କରୁଛି STF

Elephant skeleton: ବଡମ୍ବା ରେଞ୍ଜ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ହାତୀ ମାରି ପୋତା ଯାଇଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । ଏହାକୁ ନେଇ  STF ଟିମ୍ ୨ ଟି ଜାଗା ଠାବ କରିଛି । 

ସାଙ୍କେତିକ ଫଟୋ

କଟକ ଜିଲ୍ଲା ବଡମ୍ବା ବନବିଭାଗ ଗୋପପୁର ରେଞ୍ଜରେ ଗୁରୁବାର ଦିନ STF ର ୮ ଜଣିଆ ଟିମ ପହଞ୍ଚିଥିଲେ । ବଡମ୍ବା ରେଞ୍ଜ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ହାତୀ ମାରି ପୋତା ଯାଇଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । ଏହାକୁ ନେଇ  STF ଟିମ୍ ୨ ଟି ଜାଗା ଠାବ କରିଛି । 

ବିଶେଷ ସୂତ୍ରରୁ ଖବର ପାଇ STF SP ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ ବଡ଼ମ୍ବା ବନବିଭାଗର ଗୋପପୁର ରେଞ୍ଜର ଚନ୍ଦ୍ରଗିରି ପାହାଡ ପାଖରେ ପହଞ୍ଚି ଥିଲେ । ସେମାନଙ୍କ ସହିତ ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ ଓ ବଡ଼ମ୍ବା BVO ମଧୁସୂଦନ ଦାସ ଉପସ୍ଥିତିରେ ଠାବ କରାଯାଇଥିବା ଦୁଇଟି ଜାଗାରୁ ଗୋଟିଏ ଜାଗାକୁ JCB ଦ୍ୱାରା ଖୋଳା ଯାଇଥିଲା । ସରକାରୀ ସାକ୍ଷୀ ଭାବରେ ବଡମ୍ବା ତହସିଲର କନିଷ୍ଠ ରାଜସ୍ୱ ସହାୟକ (JRA) ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସେଠାରୁ ଏକ ହାତୀର ମୃତ ଦେହକୁ ପୋତାଯାଇଥିବା ଦେଖିବାକୁ ମିଳିଥିଲା ।

fallback

ଗତ ଫେବୟାରୀ ମାସରେ STF ଟିମ୍ ନରସିଂହପୁର ଅଞ୍ଚଳରେ ଚଢ଼ାଉ କରି ଏକ ହାତୀର ମୃତ ଦେହକୁ ଠାବ କରିଥିଲା । ଏହା ପୂର୍ବରୁ ଖୁଣ୍ଟୁଣୀ ବନାଞ୍ଚଳରେ ଏକ ହାତୀକୁ ମାରି ପୋତିଦେଇଥିବା ଭିଡିଓ ଭାଇରାଲ ହେବା ପରେ ବନବିଭାଗ ପକ୍ଷରୁ ଆଠଗଡ ପୂର୍ବତନ ରେଞ୍ଜରକୁ ନିଲମ୍ବନ ମଧ୍ୟ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଆଠଗଡ଼ ବନଖଣ୍ଡରେ  ହାତୀକୁ କିଏ ମାରି ପୋତିଦେଉଚି । ବନବିଭାଗ କେମିନ୍ତି ଏହାଏ ଜାଣିପାରୁ ନାହିଁ । ନା' ବନବିଭାଗ ହାତୀ ମୃତ୍ୟୁ ଲୁଚାଇବା ପାଇଁ ଜାଣି ଶୁଣି ଲୁଚାଇ ପୋତି ଦେଉଛି ।

ବନକର୍ମଚାରୀ ମାନଙ୍କ ସହ ହାତୀ ତସ୍କର ମାନଙ୍କର ମଧୁଚନ୍ଦ୍ରିକା ରହୁଛି କି? STF ଟିମ୍ ବାରମ୍ବାର ଆଠଗଡ଼ ବନଖଣ୍ଡରୁ ମୃତ ହାତୀ ଦେହ ଠାବ କରୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ସମ୍ପୁର୍ଣ ସତ୍ୟ ଜଣା ପଡ଼ିବ ବୋଲି ପରିବେଶ ପ୍ରେମୀମାନେ କହିଛନ୍ତି ।