ଡାକ୍ତର ସନାତନ ରଥଙ୍କ ପରଲୋକ
Trending Photos
)
କଟକ: ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ କଟକ କନିକା ଛକ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି ।
ବହୁ ବିରଳ ଅସ୍ତ୍ରୋପଚାର କରି ସଫଳ ହୋଇଥିବା ଡାକ୍ତର ରଥ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ସୁନାମ ଅର୍ଜନ କରିଥିଲେ । ନିଜ ଜୀବନ କାଳରେ ଅନେକ ନ୍ୟୁରୋ ସର୍ଜନ ସୃଷ୍ଟି କରିଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ବହୁ ବିଶିଷ୍ଠ ବ୍ୟକ୍ତ ଶେଷ ଦର୍ଶନ କରିଛନ୍ତି ।
ଡାକ୍ତର ରଥଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ଜଣେ ଲୋକପ୍ରିୟ ସର୍ଜନ ଭାବେ ବର୍ଣ୍ଣନା ମଧ୍ୟ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଶିକ୍ଷାରେ ତାଙ୍କର ଅତୁଳନୀୟ ଅବଦାନ ଥିଲା । ବିଶେଷକରି ସ୍ନାୟୁ ବିଜ୍ଞାନ ଅଧ୍ୟୟନରେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ସନାତନ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ରଥ ରାଜ୍ୟରେ ନ୍ୟୁରୋ ସର୍ଜରୀ କ୍ଷେତ୍ରରେ ରୋଗୀକୁ ସେବା ଓ ଆରୋଗ୍ୟ କରିବାରେ ବଡ଼ ଭୂମିକା ନେଇଥିଲେ । ସାଧାରଣ ଓ ଗରିବ ରୋଗୀଙ୍କ ପାଇଁ ତାଙ୍କର ବିଶେଷ ସମ୍ବେଦନା ଥିଲା ।
— Dharmendra Pradhan (@dpradhanbjp) June 9, 2020
ପ୍ରଫେସର ସନାତନ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ଓ ଗରିବ ରୋଗୀଙ୍କ ପାଇଁ ତାଙ୍କର ବିଶେଷ ଅବଦାନ ଥିଲା ବୋଲି ସେ କହିଛନ୍ତି ।