କଟକରେ ପୁଣି ଗର୍ଜିଲା ବନ୍ଧୁକ
Advertisement

କଟକରେ ପୁଣି ଗର୍ଜିଲା ବନ୍ଧୁକ

କଟକରେ ପୁଣି ଗର୍ଜିଲା ବନ୍ଧୁକର ଗୁଳି ହେଲେ ଏହା ଅପରାଧୀର ଗୁଳି ନୁହେଁ, ପୋଲିସର ଗୁଳି । କିଛି ଦିନର ନୀରବତା ପରେ ପୁଣି ଆରମ୍ଭ ହେଲା କଟକ କମିଶନରେଟ ପୋଲିସର ମିଶନ କ୍ଲିନ ଅଭିଯାନ । ଏହି ଅଭିଯାନର ଶିକାର ହେଲା କଟକ ଚୌଦ୍ୱାର ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ । 

କଟକରେ ପୁଣି ଗର୍ଜିଲା ବନ୍ଧୁକ

କଟକରେ ପୁଣି ଗର୍ଜିଲା ବନ୍ଧୁକର ଗୁଳି ହେଲେ ଏହା ଅପରାଧୀର ଗୁଳି ନୁହେଁ, ପୋଲିସର ଗୁଳି । କିଛି ଦିନର ନୀରବତା ପରେ ପୁଣି ଆରମ୍ଭ ହେଲା କଟକ କମିଶନରେଟ ପୋଲିସର ମିଶନ କ୍ଲିନ ଅଭିଯାନ । ଏହି ଅଭିଯାନର ଶିକାର ହେଲା କଟକ ଚୌଦ୍ୱାର ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ । 

ସହରରେ ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ କଟକ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି କେତେକ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରି ସହରରେ ଆତଙ୍କରାଜ ଚଳାଇଥିବା ଅପରାଧୀ ମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା ।

ହେଲେ ପରେ ପରେ ଗଣେଶ ପୂଜା ସହ କଟକର ପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା ପଡୁଥିବାରୁ କମିଶନରେଟ ପୋଲିସର ଅପରାଧୀ ଧରପକଡ ଅଭିଯାନ ଟିକିଏ ଶାନ୍ତ ପଡିଯାଇଥିଲା ହେଲେ ଦୁର୍ଗାପୂଜା ସରୁ ସରୁ କଟକ କମିଶନରେଟ ପୋଲିସ ପକ୍ଷରୁ ପୁଣି ଥରେ ଆରମ୍ଭ ହୋଇଛି ଅପରାଧୀ ଦମନ ଅଭିଯାନ ।

କଟକ କମିଶନରେଟ ପୋଲିସ ଅଞ୍ଚଳରେ ଯାଉଥିବା ଚୌଦ୍ୱାର ଅଞ୍ଚଳରେ ହେବାକୁ ଯାଉଥିବା ପ୍ରସିଦ୍ଧ ରୂପ ଯାତ୍ରାର ଅବ୍ୟାହତି ପୂର୍ବରୁ ସକ୍ରିୟ ହୋଇଉଠିଥିବା ଅପରାଧୀ ମାନଙ୍କୁ ଦମନ କରିବା ପାଇଁ ଏହା ଏକ ଟ୍ରେଲର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

କଟକ ଚୌଦ୍ୱାର ପୋଲିସ ଓ କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଜିତୁ ଆହାତ ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ ଡିସିପି ଅଖିଳେଶ୍ୱର ସିଂ ।  ଜିତୁର ଡାହାଣ ଗୋଡ଼ରେ ବୁଳି ବାଜିବା ସହ । ଗୁରୁତର ଅବସ୍ଥାରେ ଜିତୁକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଜିତୁ ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ମୋଷ୍ଟ ୱାଣ୍ଟେଡ ଜିତୁକୁ ଧରିବାକୁ ପୋଲିସ ଅନେକ ଦିନ ଧରି ଚେଷ୍ଟା ଜାରି ରଖିଥିଲା । 

ଆଜି ସକାଳେ ଚୌଦ୍ୱାର ପୋଲିସ ଓ ସ୍ପେଶାଲସ୍କ୍ୱାର୍ଡ ଜିତୁକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ନିଜ ପଖରେ ରଖିଥିବା ଏକ ବନ୍ଧୁକରୁ ଜିତୁ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା ଏହା ପରେ ନିଜ ସୁରକ୍ଷା ପାଇଁ ଜିତୁ ଉପରକୁ ଗୁଳି ଚଳାଇଥିଲା ପୋଲିସ । ପୋଲିସ ଗୁଳି ଜିତୁର ଡାହାଣ ଗୋଡରେ ବାଜିବାରୁ ଜିତୁ ସେଠାରେ ପଡିଯାଇଥିଲା ଓ ପୋଲିସ ପକ୍ଷରୁ ତାକୁ କାବୁ କରାଯାଇ କଟକ ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା ।   

ପୋଲିସ ଡିସିପି ଅଖିଳେଶ୍ୱର ସିଂ ଙ୍କ ସୂଚନା ଅନୁଯାୟୀ ଅପରାଧୀ ଜିତୁ ନାମରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ଥିବା ବେଳେ ବିଭିନ୍ନ ଡକାୟତି ଓ ଲୁଟ ଘଟଣାରେ ମଧ୍ୟ ଜିତୁର ସମ୍ପୃକ୍ତି ରହିଛି । ତେବେ ଦେଖିବାର ବିଷୟ କଟକ କମିଶନରେଟ ପୋଲିସର ଏନକାଉଣ୍ଚର ଚିଠାରେ ଏହାପରେ କେଉଁ ଅପରାଧୀଙ୍କ ପାଳି ପଡୁଛି ।