ଏସସିବିରୁ ଆଖି ଚୋରି ଅଭିଯୋଗ
Advertisement

ଏସସିବିରୁ ଆଖି ଚୋରି ଅଭିଯୋଗ

କଟକ ଏସସିବି ମେଡିକାଲରୁ ମୃତକଙ୍କ ଆଖି ଚୋରି ଅଭିଯୋଗ । ମୃତକଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ଭଦ୍ରକ ବାଗୁରାଇରୁ ଆସିଛି ଏଭଳି ଅଭିଯୋଗ । ପୂର୍ବାଞ୍ଚଳ ଆାଇଡିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଇଆଇସି ସରୋଜିନୀ ସିଂଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏସସିବି ମେଡିକାଲ କଲେଜରେ ଚକ୍ଷୁଦାନ କାର୍ଯ୍ୟ ସମ୍ପାଦନ କରୁଥିବା ଏଲଭି ପ୍ରସାଦ ଆଇ ହସପିଟାଲ ବିରୋଧରେ ମାମଲା ରୁଜୁ ହୋଇଛି । 

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭୁବନେଶ୍ୱର: କଟକ ଏସସିବି ମେଡିକାଲରୁ ମୃତକଙ୍କ ଆଖି ଚୋରି ଅଭିଯୋଗ । ମୃତକଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ଭଦ୍ରକ ବାଗୁରାଇରୁ ଆସିଛି ଏଭଳି ଅଭିଯୋଗ । ପୂର୍ବାଞ୍ଚଳ ଆାଇଡିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଇଆଇସି ସରୋଜିନୀ ସିଂଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏସସିବି ମେଡିକାଲ କଲେଜରେ ଚକ୍ଷୁଦାନ କାର୍ଯ୍ୟ ସମ୍ପାଦନ କରୁଥିବା ଏଲଭି ପ୍ରସାଦ ଆଇ ହସପିଟାଲ ବିରୋଧରେ ମାମଲା ରୁଜୁ ହୋଇଛି । 

ପୋଲିସ ସୂଚନା ଅନୁଯାୟୀ, ବାଗୁରାଇ ଆଦିବାସୀ କଲୋନୀର ବୀର ଗାଗରାଇ ଗତ ୭ ତାରିଖରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୧ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତଦେହ ଧରି ପାରିବାର ଲୋକ ଗାଁରେ ପହଞ୍ଚିବା ପରେ ଆଖି ନଥିବା ଜଣିବାକୁ ପାଇଥିଲେ । 

fallback

ଏନେଇ ମୃତକଙ୍କ ପତ୍ନୀ ଚମ୍ପା ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ମୃତ ସ୍ୱାମୀଙ୍କ ଆଖି ତାଡି ନିଆଯାଇଥିବା ଅଭିଯୋଗ କରିଥିଲେ । ପରେ ତାଙ୍କ ପରାମର୍ଶ କ୍ରମେ ଜିଲ୍ଲା ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଆଇଜି ଦିପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସନ୍ଧ୍ୟାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

ତେବେ ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି, ମୃତକ ପୂର୍ବରୁ ଚକ୍ଷୁଦାନ ପାଇଁ ସ୍ୱୀକୃତି ଦେଇଥିଲେ । ଏ ସମ୍ପର୍କିତ ପ୍ରମାଣ ପତ୍ର ମଧ୍ୟ ମିଳିଛି । ଏପଟେ ମୃତକଙ୍କ ସ୍ତ୍ରୀ ଚକ୍ଷୁଦାନ ସମ୍ପର୍କରେ କିଛି ଜାଣିନଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।