Advertisement
Article Detail0/zeeodisha/odisha775728
Zee OdishaCuttackଭଜନ ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ

ଭଜନ ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ

କଟକର ପ୍ରଥମ ହୋମ୍ ଡେଲିଭରୀ ଗାର୍ଲ ଭାବେ ସେ ଘରକୁ ଘର ଯୋଗାଉଛନ୍ତି ବିଭିନ୍ନ ପାର୍ସଲ।

ଭଜନ ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ

ଦେବେଶ ନାହାକ, ନୂଆଦିଲ୍ଲୀ: ଭଜନ ଗାୟିକା (Bhajan Singer) ରୁ ହୋମ୍ ଡେଲିଭରୀ ଗାର୍ଲ (Home Delivery Girl)। ଦିନେ ସେ ମଞ୍ଚରେ ଭଜନ ଗାଉଥିଲେ। ନିଜ କଣ୍ଠର ଯାଦୁରେ ଲୋକଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ସହ ବାନ୍ଧି ରଖିଥିଲେ। ହେଲେ କୋରୋନା ଯୋଗୁଁ ଆଜି ସବୁ କିଛି ବଦଳିଯାଇଛି। ସେ ଆଉ ଗୀତ ଗାଉନାହାଁନ୍ତି। ପରିବାର ଚଳାଇବା ପାଇଁ ଅର୍ଥ ରୋଜଗାର ଦୌଡ଼ରେ ସାମିଲ୍ ହୋଇଛନ୍ତି। 

ଗାୟିକାରୁ ସେ ହୋମ୍ ଡେଲିଭରି ଗାର୍ଲ ଭାବେ ପରିଚୟ ସୃଷ୍ଟି କରିଛନ୍ତି। କଟକର ପ୍ରଥମ ହୋମ୍ ଡେଲିଭରୀ ଗାର୍ଲ ଭାବେ ସେ ଘରକୁ ଘର ଯୋଗାଉଛନ୍ତି ବିଭିନ୍ନ ପାର୍ସଲ। ଦି ପଇସା ରୋଜଗାର କରି ପରିବାର ଚଳାଉଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଟକର ଜ୍ୟୋତ୍ସ୍ନା ପାତ୍ର। ସେ ଦିନର ନାୟିକା ଆଉ ଆଜିର ହୋମ୍ ଡେଲିଭରୀ ଗାର୍ଲ ଜ୍ୟୋତ୍ସ୍ନାଙ୍କ ମନରେ ଏବେ ଜୀବିତ ରହିଛି ସେହି ଭକ୍ତିପୂର୍ଣ୍ଣ ଗୀତ।

ଦିନେ ସେ ମଞ୍ଚ ଉପରେ ନିଜ କଣ୍ଠର ଯାଦୁରେ ଲୋକଙ୍କୁ ବାନ୍ଧି ରଖୁଥିଲେ। ଲୋକଙ୍କ ହୃଦୟରେ ସୃଷ୍ଟି କରୁଥିଲେ ଭକ୍ତିଭାବ। ମାତ୍ର ଆଜି କିନ୍ତୁ ସେ ଗାୟିକାରୁ ହୋମ୍ ଡେଲିଭରୀ କାମ କରିବାକୁ ବାଧ୍ୟ ହୋଇଛନ୍ତି। କଟକର ପ୍ରଥମ ମହିଳା ହୋମ୍ ଡେଲିଭରି ଗାର୍ଲ ତଥା ଭଜନ ଗାୟିକା ଜୋତ୍ସ୍ନା ପାତ୍ର। କୋରୋନା ଯୋଗୁଁ ଭଜନ ସମାରୋହ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା । ଦି ପଇସା ରୋଜଗାର ପାଇଁ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଏକ କମ୍ପାନୀରେ ହୋମ୍ ଡେଲିଭରୀ କାର୍ଯ୍ୟ କରୁଛନ୍ତି ଜ୍ୟୋତ୍ସ୍ନା । ଡୋର ଟୁ ଡୋର ବୁଲି ଏବେ ସେ  ଯୋଗାଉଛନ୍ତି ବିଭିନ୍ନ ପ୍ରକାରର ପାର୍ସଲ ।

Add Zee News as a Preferred Source

fallback

କଟକ ସମେତ ଅନ୍ୟାନ୍ୟ ସ୍ଥାନରେ ଭଜନ କାର୍ଯ୍ୟକ୍ରମ ଜରିଆରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ଜ୍ୟୋତ୍ସ୍ନା । ହେଲେ କୋରୋନା ଯୋଗୁଁ ଶେଷରେ ସେ ନିଜ ରାସ୍ତା ବଦଳାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ସମ୍ଭାଳୁଛନ୍ତି। ପରିସ୍ଥିତିକୁ ସାମ୍ନା କରି ଏବେ ସେ ଲେଡି ସିଙ୍ଗରରୁ ପାଲଟିଛନ୍ତି ହୋମ୍ ଡେଲିଭରୀ ଗାର୍ଲ। ମାତ୍ର ଏସବୁ ଭିତରେ ବି ତାଙ୍କର ଭଜନ ପ୍ରତି ଦୁର୍ବଳତା ଥିବା କହିଛନ୍ତି ଜ୍ୟୋତ୍ସ୍ନାଙ୍କ ଗୁରୁ । କୋରୋନା ଯୋଗୁଁ ଅନେକ ନିଜର ବୃତ୍ତି, ଜୀବିକା ହରାଇଛନ୍ତି। ନିଜ ନିଜ ରୋଜଗାର ପନ୍ଥା ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଜୋତ୍ସ୍ନାଙ୍କ ଭଳି ଅନେକ କଳାକାର ଅର୍ଥ ଅଭାବରୁ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି।  

About the Author