ବଡି ବିଲଡିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଗାର୍ଗୀଙ୍କ କମାଲ୍

ବଡି ବିଲଡିଂ । ଆଜିର ଯୁବ ପିଢିଙ୍କ ମଧ୍ୟରେ ପ୍ରଥମ ପ୍ରସନ୍ଦ ।ସୁନ୍ଦର ଶରୀର ଗଠନ କରିବା ପାଇଁ ଅଧିକାଂଶ ଯୁବପିଢି ଜିମ୍ ରେ ଝାଳ ବି ବୁହାଇଥାନ୍ତି ।ମାତ୍ର ଏହାକୁ ଅନେକ ପ୍ରଫେସନ ଭାବେ ମଧ୍ୟ ବାଛିଛନ୍ତି । ଖାସ୍ କରି ଓଡିଶାରେ ଅନେକ ପୁଅ ବଡି ବିଲଡିଂ କ୍ଷେତ୍ରରେ ସୁନାମ ମଧ୍ୟ ଅର୍ଜନ କରିଛନ୍ତି ।ଏବେ ଜଣେ ଓଡ଼ିଆ ଝିଅ ରାଜ୍ୟ ପାଇଁ ବଡି ବିଲଡିଂ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଆଉ ସେ ହେଉଛନ୍ତି କଟକର ଗାର୍ଗୀ ନାୟକ ।

ବଡି ବିଲଡିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଗାର୍ଗୀଙ୍କ  କମାଲ୍

ଜଗନ୍ନାଥ ପାତ୍ର, କଟକ:  ସୁନ୍ଦର ଶରୀର ଗଠନ କରିବାରେ ଆଜିର ଯୁବ ପିଢିଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଥାଏ । ଏହି ବଡି ବିଲଡିଂ କୁ ଅନେକ ନିଜର ପ୍ରଫେସନ ଭାବେ ମଧ୍ୟ ବାଛିଥାନ୍ତି । ଏଭଳି ଜଣେ ଯୁବତୀ ଅଛନ୍ତି, ଯିଏ  ବିଡି ବିଲଡିଂକୁ ନିଜ ପ୍ରଫେସନ୍ ଭାବେ ବାଛିଛନ୍ତି । କେବଳ ଯେ ପ୍ରଫେସନ ରୂପରେ ବାଛିଛନ୍ତି ତାହା ନୁହେଁ, ବରଂ ମସଲ ମାନିଆ ଚାମ୍ପିୟନର ମଧ୍ୟ ହକଦାର ହୋଇଛନ୍ତି । ତାହା ବି ପ୍ରଥମ ଓଡିଆ ଝିଅ ଭାବେ ।ଏହି ଯୁବତୀ ଜଣଙ୍କ ହେଲେ କଟକର ଗାର୍ଗୀ ନାୟକ । ମହିଲା ବଡି ବିଲଡିଂ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଗାର୍ଗୀ ଆହୁରି ଅନେକ ସଫଳତା ସାଉଁଟିବା ପାଇଁ ଏବେ ବି  ପ୍ରୟାସ ଜାରି ରଖିଛନ୍ତି ।

ନିକଟରେ ମୁମ୍ବାଇରେ ଜାତୀୟ ସ୍ତରରେ ହୋଇଥିବା ମସଲ୍  ମାନିଆ ଚାମ୍ପିୟନସିପରେ ମହିଳା ବର୍ଗରେ ଚାମ୍ପିୟନ ହୋଇଛନ୍ତି ଗାର୍ଗୀ । ଏହି ଚାମ୍ପିୟନସିପ ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ ପ୍ରତିଯୋଗୀଙ୍କୁ ମାତ୍ ଦେଇ ବଡି ବିଲଡିଂରେ ପ୍ରଥମ ହୋଇ ପାରିଛନ୍ତି ।ଏହି ସମ୍ମାନ ପାଇଁ ବେଶ୍ କଷ୍ଟର ସାମ୍ନା ମଧ୍ୟ କରିବାକୁ ପଡିଛି ତାଙ୍କୁ ।.ଟ୍ରେନରଙ୍କ ନିର୍ଦ୍ଦେଶ କ୍ରମେ ଗାର୍ଗୀ ୪ ମାସର ଅକ୍ଳାନ୍ତ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି ଭବାନିପାଟଣାର ଗାର୍ଗୀ ନାୟକ ।

 ପିଲାଟି ଦିନରୁ ଗାର୍ଗୀଙ୍କ ନୃତ୍ୟ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ସ୍କୁଲ ସମୟରୁ ହିଁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷ୍ୟା ଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ନୂତନ ପରିଚୟ ସୃଷ୍ଟି କରିଥିଲେ । ଏହାପରେ ପାଠ ପଢ଼ିବା ଲାଗି କଟକ ଆସିଥିଲେ ଗାର୍ଗୀ । ନିଜକୁ ଫିଟ୍ ରଖିବାପାଇଁ ଜିମରେ କରିଥିଲେ ଆଡମିଶନ । ଜିମରେ ୱାର୍କ ଆଉଟ୍ କରିବା ସମୟରେ ବଡି ବିଲଡିଂ ପ୍ରତି ତାଙ୍କର ଦୁର୍ବଳତା ବଢିଥିଲା । ଧୀରେ ଧୀରେ ବଡି ବିଲିଡିଂ କରିବା ସହ ଜୁମ୍ବୋ ଡ୍ୟାନ୍ସ (zumba dance ) ପାଇଁ ପ୍ରଶିକ୍ଷଣ ନେଇଥିଲେ । ଓଡିଶୀ ନୃତ୍ୟଶିଳ୍ପୀରୁ ବିଡି ବିଲଡିଂ କ୍ଷେତ୍ରକୁ ଆସିବା ପାଇଁ ପ୍ରଥମେ ପରିବାର ଲୋକଙ୍କୁ ଅଧିକ ସହଯୋଗ ପାଇଥିବା କହିଛନ୍ତି ଗାର୍ଗୀ । ଏହାସହ ଟ୍ରେନରଙ୍କ କଡ଼ା ପରିଶ୍ରମ ଯୋଗୁ ଏବେ ଏହି ସଫଳତା ହାସଲ କରିଥିବା ସେ କୁହନ୍ତି । ଆଗାମୀ ଦିନରେ ଓଡିଶାରେ ମହିଳାଙ୍କ ମଧ୍ୟରେ ବଡି ବିଲଡିଂ ପ୍ରତି ଆଗ୍ରହ ବଢାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ସର୍ବଭାରତୀୟ ସ୍ତରରେ ମସଲ ମାନିଆରେ ଗାର୍ଗୀ ନାୟକ ଚାମ୍ପିୟନ ହୋଇଥିବା ବେଳେ ଏସିଆ ମସଲମାନିଆରେ ୫ମ ସ୍ଥାନରେ ରହିଛନ୍ତି।