• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଗସ୍ତ କାର୍ଯ୍ୟକ୍ରମ
  • ଜନ୍ମସ୍ଥାନ କଟକରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  • ମ୍ୟୁଜିୟମ ବୁଲି ଦେଖିଲେ ଧର୍ମେନ୍ଦ୍ର ।
  • ମୁଖ୍ୟମନ୍ତ୍ରୀ ମଧ୍ୟ ଯିବେ କଟକ । ମ୍ୟୁଜିୟମ ବୁଲିବା ସହିତ ନେତାଜୀଙ୍କୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ ।
  • କଟକ ନୂତନ ବସଷ୍ଟାଣ୍ଡର ମଧ୍ୟ ଶିଳାନ୍ୟାସ କରିବେ ।
  • ଫେବ୍ରୁଆରି ୧୭ ଯାଏ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ହସ୍ତତନ୍ତ ମେଳା
  • ଆଜି କୋତକାତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  • ଚାଷୀ ଆନ୍ଦୋଳନରୁ ବନ୍ଧୁକ ସହିତ ସଂଦିଗ୍ଧ ଗିରଫ ।

ମହିଳା ବନ୍ଧୁଙ୍କ ଏସିଡ ମାଡରେ ଯୁବକ ଗୁରୁତର

ପ୍ରେମରେ ବିଫଳ ହେଲେ ପ୍ରେମିକାକୁ ଏସିଡ ମାଡ ଘଟଣା କିଛି ନୂଆ ନୁହେଁ । ହେଲେ ଏଠି ଏହାର ବ୍ୟତିକ୍ରମ । ପୁରୁଷ ବନ୍ଧୁଙ୍କ ଉପରକୁ ଏସିଡ ମାଡ କଲେ ଯୁବତୀ । ଆହତ ଯୁବକଙ୍କ ନାଁ  ଅଲେଖ ବାରିକ । କଟକ ଜଗତପୁର ଥାନାରୁ ଆସିଛି ଏପରି ଏକ ଘଟଣା । ଅଭିଯୁକ୍ତ ଯୁବତୀଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ । 

ମହିଳା ବନ୍ଧୁଙ୍କ ଏସିଡ ମାଡରେ ଯୁବକ ଗୁରୁତର
ପ୍ରତୀକାତ୍ମକ ଫଟୋ

କଟକ: ପ୍ରେମରେ ବିଫଳ ହେଲେ ପ୍ରେମିକାକୁ ଏସିଡ ମାଡ ଘଟଣା କିଛି ନୂଆ ନୁହେଁ । ହେଲେ ଏଠି ଏହାର ବ୍ୟତିକ୍ରମ । ପୁରୁଷ ବନ୍ଧୁଙ୍କ ଉପରକୁ ଏସିଡ ମାଡ କଲେ ଯୁବତୀ । ଆହତ ଯୁବକଙ୍କ ନାଁ  ଅଲେଖ ବାରିକ । କଟକ ଜଗତପୁର ଥାନାରୁ ଆସିଛି ଏପରି ଏକ ଘଟଣା । ଅଭିଯୁକ୍ତ ଯୁବତୀଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ । 

ସୂଚନା ମୁତାବକ, ଗତକାଲି ଜଗତପୁର ଥାନା ଅଞ୍ଚଳର ବଟ ଛକ ନିକଟରେ ଏହି ଘଟଣା ଘଟିଥିଲା । 
ଅଲେଖ ସେଲୁନ ବନ୍ଧ କରି ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଏସିଡ ମାଡ କରିଥିବା ମହିଳା ବନ୍ଧୁ । ଫଳରେ ଅଲେଖଙ୍କ ମୁହଁ ପୋଡି ଯାଇଛି । ତାଙ୍କୁ ଚକ୍ଷୁ ବିଭାଗରେ ଭର୍ତ୍ତି କରାଯାଇଛି । 

ତେବେ କାହିଁକି ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କୁ ଏସିଡ ମାଡ କରିଥିଲେ, ସ୍ପଷ୍ଟ ହୋଇପାରିନାହିଁ । ଆହୁରି ମଧ୍ୟ ତାହା ଏସିଡ ନା ଅନ୍ୟ କଣ, ତାକୁ ନେଇ ପୋଲିସ ତଦନ୍ତ କରୁଛି । ସମ୍ପୃକ୍ତ ଯୁବତୀଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଉଛି । କାହିଁକି ଏଭଳି ଏକ ଅଭାବନୀୟ ଘଟଣା ଘଟିଲା, ସେନେଇ ତଦନ୍ତ ଜାରି ରହିଛି । 

ଆହୁରି ପଢନ୍ତୁ; 'NCPରେ ଥିଲି, ଅଛି ଏବଂ ରହିବି'