ଘରୋଇ ବ୍ୟାଙ୍କ ବାବୁଙ୍କ କେଳେଙ୍କାରୀ; ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ
Advertisement

ଘରୋଇ ବ୍ୟାଙ୍କ ବାବୁଙ୍କ କେଳେଙ୍କାରୀ; ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ

ଘରୋଇ ବ୍ୟାଙ୍କ ବାବୁଙ୍କ କେଳେଙ୍କାରୀ। ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ।ଜବରଦସ୍ତ ରଖିଲେ ଭଡ଼ାଘରେ।ଭଡ଼ାଘରେ କଲେ ଯୌନ ନିବେଦନ। ମନା କରିବାକୁ ଚାକିରୀରୁ ବରଖାସ୍ତ ଧମକ। ପୋଲିସରେ ଅଭିଯୋଗ କଲେ ଯୁବତୀ। ଅଭିଯୋଗ ପରେ ହେଲା ଗାଡ଼ି ଦୁର୍ଘଟଣା। ନ୍ୟାୟ ପାଇଁ ପୀଡ଼ିତାଙ୍କ ଆକୁଳ ନିବେଦନ।
 

  • ଘରୋଇ ବ୍ୟାଙ୍କ ବାବୁଙ୍କ କେଳେଙ୍କାରୀ
  • ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ
  • ଜବରଦସ୍ତ ରଖିଲେ ଭଡ଼ାଘରେ।ଭଡ଼ାଘରେ କଲେ ଯୌନ ନିବେଦନ
  • ମନା କରିବାକୁ ଚାକିରୀରୁ ବରଖାସ୍ତ ଧମକ
  • ପୋଲିସରେ ଅଭିଯୋଗ କଲେ ଯୁବତୀ
  • ଅଭିଯୋଗ ପରେ ହେଲା ଗାଡ଼ି ଦୁର୍ଘଟଣା
  • ନ୍ୟାୟ ପାଇଁ ପୀଡ଼ିତାଙ୍କ ଆକୁଳ ନିବେଦନ।

Trending Photos

ଘରୋଇ ବ୍ୟାଙ୍କ ବାବୁଙ୍କ କେଳେଙ୍କାରୀ; ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ

କଟକ: ଦୁନିଆରେ ଏମିତି ଏମିତି ଅପରାଧ ଘଟୁଛି, ଯାହା କେବେ କେହି କଳ୍ପନା କରି ନ ଥିବେ। ହତ୍ୟା, ବଳାତ୍କାର, ଶୋଷଣ ପରି ଅପରାଧ ଆଜି ସମସ୍ତଙ୍କ ଦେହସୁହା। ତେବେ ଆପଣ କାମ କରୁଥିବା ଅଫିସରେ ଆପଣ ନିଜେ କେତେ ନିରାପଦ ? ସାବଧାନ, ଆପଣ ଏଠି ନିଜର ଧ୍ୟାନ ନ ରଖିଲେ ହୋଇପାରନ୍ତି ଅପରାଧୀର ଶିକାର। ଆଉ ଅଭିଯୋଗ କଲେ, ହରାଇବାକୁ ପଡ଼ିପାରେ ଆପଣଙ୍କ ଚାକିରୀ। ଏସବୁ ଜାଣି ମଧ୍ୟ ଯିଏ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରେ, ତାକୁ ବାହାଦୂର କୁହାଯିବ ନିଶ୍ଚୟ। ଏଇ ଯେମିତି ସାଲେପୁରସ୍ଥିତ ଏକ ଘରୋଇ ବ୍ୟାଙ୍କରେ ଜଣେ ଯୁବତୀଙ୍କୁ ହେବାକୁପଡ଼ିଛି ଶୋଷଣର ଶିକାର। କହିବାକୁ ଗଲେ ଏହା ଏକ ରାକେଟ ପରି କାମ କରୁଥିଲା। ଯେଉଁଥିରେ ଜଣେ କି ଦୁଇଜଣ ନୁହନ୍ତି, ଉକ୍ତ ବ୍ୟାଙ୍କର ୪ ଜଣ କର୍ମଚାରୀ ଥିଲେ ସାମିଲ। ତା' ହେଲେ ଆସନ୍ତୁ ଜାଣିବା ପୁରା ଘଟଣା ସମ୍ପର୍କରେ । 

ସାଲେପୁରଠାରେ ଥିବା ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିଲେ ଜଣେ ଯୁବତୀ। ତେବେ ଚାକିରୀ ଆଳରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ସିଏ। ଲୋନ୍ ଡିପାର୍ଟମେଣ୍ଟର ରିଲେସନ ମ୍ୟାନେଜର ବାରମ୍ବାର ତାଙ୍କୁ ଚାକିରୀ ଯିବାର ଭୟ ଦେଖାଇ ବ୍ଲାକ୍ ମେଲ୍ କରି ଚାଲିଥିଲେ। ଏପରିକି ସମ୍ପୃକ୍ତ ଯୁବତୀଙ୍କୁ ସାଲେପୁର ମାଛୁଆତି ନିକଟରେ ଥିବା ଏକ ଭଡ଼ାଘରେ ରହିବାକୁ ବାଧ୍ୟ କରାଗଲା।  କାରଣ ସେଠାରେ ରହୁଥିଲେ ଉକ୍ତ ବ୍ୟାଙ୍କର ଅନ୍ୟଜଣେ ମହିଳା କର୍ମଚାରୀ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେହି ଭଡ଼ାଘରର ମାଲିକ ମଧ୍ୟ ଥିଲା ଉକ୍ତ ବ୍ୟାଙ୍କର ଜଣେ କର୍ମଚାରୀ। ବାରମ୍ବାର ପୀଡ଼ିତାଙ୍କୁ ବଳାତ୍କାର ଉଦ୍ୟମ କରାଯିବା ପରେ ଶେଷରେ ସେ ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ। 

ପୀଡ଼ିତା ଗତ ୯ ତାରିଖ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ୍ ରିଲେସନ୍ ମ୍ୟାନେଜର ମାନସ ରଞ୍ଜନ ମିଶ୍ର ଏବଂ ସେହି ବ୍ୟାଙ୍କର ତିନି ଜଣ କର୍ମଚାରୀ ଦୟାନିଧି ସ୍ୱାଇଁ, ସରିତା ସ୍ୱାଇଁ ଓ କୁନୁ ଷଡ଼ଙ୍ଗୀ ନାମରେ ମାମଲା ରୁଜୁ କରିଥିଲେ। ଘଟଣାକୁ ବିତିଯାଇଛି ପ୍ରାୟ ୧୦ଦିନ।. ତେବେ  ପୋଲିସ ତଦନ୍ତରେ ଶିଥିଳତା ଯୋଗୁ ପୀଡ଼ିତା ବାଧ୍ୟହୋଇ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଦୁଆର ବାଡ଼େଇଥିଲେ  ଆଉ ପରିଷଦ ତାଙ୍କୁ ବଢ଼ାଇଥିଲା ସହାୟତାର ହାତ।

ତେବେ ଏତିକିରେ ସରିଯାଇ ନାହିଁ ସମ୍ପୃକ୍ତ ଯୁବତୀଙ୍କ ସଂଗ୍ରାମ। ବ୍ୟାଙ୍କରେ ଚାକିରି କରୁଥିବା ନରରୂପୀ ପିଶାଚମାନଙ୍କ ମନସ୍କାମନା ପୂରଣ ନ ହେବାରୁ  ଇତିମଧ୍ୟରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। ତେବେ ତାଙ୍କୁ କାହିଁକି ଚାକିରିରୁ ବାହାର କରାଯାଇଛି, ଏ ନେଇ ସମ୍ପୃକ୍ତ ଅଧିକାରୀ ସ୍ପଷ୍ଟୀକରଣ ଦେଇ ନାହାନ୍ତି।