)
କଟକ: ଆମର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ପର୍ବପର୍ବାଣୀ ପାଳନର ଧାରା ବହୁ ପ୍ରାଚୀନ। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି।
ଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ। ମାର୍ଚ୍ଚ ୨୯ ରେ ହୋଲି ଉତ୍ସବ (Holi Utsav) । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । କାରଣ ଏବେ କୋରୋନା ତାର ପୁଣିଥରେ ପ୍ରକୋପ ଦେଖାଇବାରେ ଲାଗିଛି । ଏହାକୁ ନଜରରେ ରଖି ଯେପରି ଲୋକମାନେ ନିୟମ ଉଲ୍ଲଂଘନ ନକରନ୍ତି ସେଥିପାଇଁ ପ୍ରଥମେ କଟକବାସୀଙ୍କ ପାଇଁ କଟକଣା ଜାରି କରାଯାଇଛି।
କଟକବାସୀଙ୍କ ପାଇଁ ହୋଲି (Holi) କଟକଣା ଜାରି
ନାଚ, ଗୀତ ଏବଂ ଡିଜେକୁ ନା'
କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ (Cultural Programme) କୁ ଅନୁମତି ନାହିଁ
ମେଲଣ ପଡ଼ିଆରେ ୨ଶହ ଲୋକଙ୍କୁ ଅନୁମତି
ପ୍ରତି ବିମାନରେ ସର୍ବାଧିକ ୧୦ ଜଣ ରହିପାରିବେ
ଘରେ ଥାଇ ହୋଲି (Holi) ଖେଳିବାକୁ ପ୍ରଶାସନର ନିବେଦନ
କୋରୋନା ମହାମାରୀକୁ ନଜରରେ ରଖି କଟକ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
Edited: Zee Odisha Desk