• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

ପୁଣି ଅପେକ୍ଷା ଆର ବରଷକୁ !

ଗତ ୫ ଦିନର କୋଳହାଳ ପରିବେଶ ମଧ୍ୟରେ ବିଦାୟ ନେଲେ ମାଆ ଦୁର୍ଗା । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣି ଯାତ୍ରାରେ ଆଜି ସହରବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି ମା’ ଦଶଭୂଜାଙ୍କୁ। ପୁଣି ଆସନ୍ତା ବର୍ଷରେ ମା’ଙ୍କ ଆଗମନର ଅପେକ୍ଷା ରଖି ସହରବାସୀ ଶୋଭାଯାତ୍ରାରେ ଯାଇ ମୃଣ୍ମୟ ମୂର୍ତ୍ତିକୁ କାଠଯୋଡିର ଦେବୀଗଡାରେ ବିସର୍ଜନ କରିଛନ୍ତି।

ପୁଣି ଅପେକ୍ଷା ଆର ବରଷକୁ !

କଟକ:ଗତ ୫ ଦିନର କୋଳହାଳ ପରିବେଶ ମଧ୍ୟରେ ବିଦାୟ ନେଲେ ମାଆ ଦୁର୍ଗା । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣି ଯାତ୍ରାରେ ଆଜି ସହରବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି ମା’ ଦଶଭୂଜାଙ୍କୁ। ପୁଣି ଆସନ୍ତା ବର୍ଷରେ ମା’ଙ୍କ ଆଗମନର ଅପେକ୍ଷା ରଖି ସହରବାସୀ ଶୋଭାଯାତ୍ରାରେ ଯାଇ ମୃଣ୍ମୟ ମୂର୍ତ୍ତିକୁ କାଠଯୋଡିର ଦେବୀଗଡାରେ ବିସର୍ଜନ କରିଛନ୍ତି।

ସୁନା ଆଉ ଚାନ୍ଦିର ଚମକ ପାଇଁ ଦେଶରେ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଚଳିତ ବର୍ଷ ୧୬୭ଟି ମଣ୍ଡପରେ ଦେବୀ ଦୁର୍ଗାଙ୍କ ପୂଜା ଆୟୋଜନ ହୋଇଥିବାବେଳେ ପାରମ୍ପରିକ ଭାବେ ଦଶମୀ ଦିନ ରାତିରୁ ଆରମ୍ଭ ହୋଇଯାଇଛି ଭସାଣି ପର୍ବ। ଦଶମୀ ଦିନ ରାତିରେ ରାତିରେ ମୋଟ ୧୧ଟି ମେଢ ଶୋଭାଯାତ୍ରାରେ ଯାଇ ଦେବୀଗଡାରେ ମହାନଗର ନିଗମ ଦ୍ୱାରା ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ ହୋଇଥିଲେ । ଡଗରପଡ଼ାର ବୈଶ୍ୟ ତିଲିଜାତୀୟ ସମିତି, ଆଲାମଚାନ୍ଦ ବଜାର ଚୂନଭାଟି ଗଳି, ପ୍ରକାଶ ନାଥ ଲେନ୍‌ କାଠଗଡ଼ା ସାହି, ସୂତାହାଟ ବଙ୍ଗାଳି ସାହି ମେଢ, ବକ୍ସିବଜାର ବାରପଥର ମହାଦେବ ମେଢ, ନୂଆ ରାଉସାପାଟଣା, ବାଖରାବାଦ, ପୁରୁଣା ରାଉସାପାଟଣା, ମେହେନ୍ଦିପୀର, ମାଛୁଆ ବଜାର ସର୍ପା ଦୂର୍ଗା, ବେପାରି ସାହିର ମେଢ ଗୁଡ଼ିକ ପର୍ଯ୍ୟାୟକ୍ରମେ ଦଶମୀ ଦିନ ରାତିରେ ବିସର୍ଜିତ ହୋଇଥିଲେ ।

କିନ୍ତୁ ମୁଖ୍ୟ ଭସାଣୀ ଶୋଭାଯାତ୍ରା ଗତକାଲି ସକାଳୁ ଆରମ୍ଭ ହୋଇଥିଲା । ସହରର ସମସ୍ତ ପୂଜା କମିଟି ଗତ କାଲି ସକାଳୁ ନିଜ ନିଜ ପ୍ରତିମାକୁ ମଣ୍ଡପରୁ କାଢି ନିଜ ନିଜ ଅଞ୍ଚଳ ପରିକ୍ରମା କରିବା ଆରମ୍ଭ କରିଦେଇଥିଲେ । ଧୂମାଧାମରେ ଆରମ୍ଭ ହୋଇଥିଲା ସମସ୍ତ ସାହିର ଭଷାଣୀ ଶୋଭାଯାତ୍ରା । ସହରର ବିଭିନ୍ନ ପୂଜା ମଣ୍ତପର ମେଢ ଗୁଡ଼ିକ ପରକୁ ପର ଶୋଭାଯାତ୍ରାରେ ସାମିଲ ହୋଇ କାଠଯୋଡିର ଦେବୀଗଡା ଅଭିମୁଖେ ବାହାରିଥିଲେ। ସହରର ବିଭିନ୍ନ ସ୍ଥାନରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ମେଢ ଗୁଡିକୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

ଗତ କାଲି ସକାଳ ୯ଟାରେ ପ୍ରଥମେ ବାସୁଳି ସାହି ମହାଦେବ ପୂଜା କମିଟିର ମେଢ ଦେବୀଗଡାରେ ବିସର୍ଜନ କରାଯାଇଥିଲା । ପରକୁ ପର ସିଡିଏ ସେକ୍ଟର-୯ ପୂଜା କମିଟି, ବଙ୍ଗାଳି ସାହି, ଦରଘା ବଜାର, କାଜୀବଜାର ପୂଜା କମିଟିର ମେଢ ଗୁଡ଼ିକ ଦେବୀଗଡ଼ା ଗଡିଥିଲେ । ବିସର୍ଜନ ପାଇଁ ସିଏମ୍‌ସି ପକ୍ଷରୁ ଦେବୀଗଡ଼ାଠାରେ ତିନୋଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ସହରରେ ସୁରକ୍ଷା ବ୍ୟବସ୍ଥା ପାଇଁ ୫୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ୫ଟି ସ୍ଥାନରେ ଅସ୍ଥାୟୀ ଦମକଳ କେନ୍ଦ୍ର ଖୋଲାଯାଇଛି । ଚାନ୍ଦିନୀଚୌକ ଶିଶୁଭବନ ନିକଟ, ଖାନନଗର, ଚୌଧୁରୀବଜାର ସିଏମ୍‌ସି ଅଫିସ ପାଖ, କଲେଜ ଛକ, ଦେବୀଗଡ଼ାରେ ଏହି କେନ୍ଦ୍ର ଗୁଡ଼ିକ ଖୋଲା ଯାଇଥିବାବେଳେ ଦେବୀଗଡ଼ାଠାରେ ଦୁଇଟି ୟୁନିଟ୍‌ ସଜାଗ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବା ଭଳି ସମସ୍ତ ଉପକରଣ ବୋଟ୍‌, ଲାଇଫ୍‌ ଜାକେଟ୍‌ ପ୍ରସ୍ତୁତ ରହିଛି। ପାଖାପାଖି ୫୦ଜଣ ଅଗ୍ନିଶମ କର୍ମଚାରୀ ଏହି କେନ୍ଦ୍ରମାନଙ୍କରେ ନିୟୋଜିତ ଅଛନ୍ତି।

ଗତ କାଲି ଦିନରେ ଓ ସଂନ୍ଧ୍ୟା ବେଳେ ଦୁଇ ତିନି ଥର ବର୍ଷା ଭସାଣି ଶୋଭାଯାତ୍ରାରେ ବାଧକ ସୃଷ୍ଟି କରିଥିଲେ ମଧ୍ୟ ଏହା କଟକ ଭସାଣୀ ଉପରେ କୌଣସି ବି ପ୍ରଭାବ ପକାଇ ପାରିନଥିଲା । ସକାଳ ୭ଟା ସୁଦ୍ଧା ଦେବୀଗଡାରେ ୧୦୮ଟି ମେଢ ବିସର୍ଜନ ହୋଇଥିବା ଜଣାପଡିଛି । ତେବେ ଆଜି ମଧ୍ୟ କିଛି ସାହିର ମେଢ ଭସାଣୀ ଶୋଭାଯାତ୍ରାରେ ବାହାରିବ । ପରମ୍ପରା ଅନୁଯାୟୀ ଆଜି ଶେଷ ଦିନରେ ଚାନ୍ଦିନୀଚୌକ, ଫିରିଙ୍ଗୀ ବଜାର, ଭଣ୍ଡାରୀ ସାହି ଓ ଉପର ତେଲେଙ୍ଗା ବଜାର ମେଢ ବିସର୍ଜନ ପାଇଁ ଦେବୀ ଗଡା ଅଭିମୁଖେ ଗଡିବେ ।